ଭୁବନେଶ୍ୱରରେ ଡ୍ରାଇଭର୍ ମହାସଂଘର ବିଶାଳ ରାଲି: ନବୀନ ନିବାସ ଅଭିମୁଖେ ପଦଯାତ୍ରା

ଡ୍ରାଇଭର୍ ମହାସଂଘର ବିଶାଳ ରାଲି

ଭୁବନେଶ୍ବର: ବିଭିନ୍ନ ଦାବିପୂରଣ ପାଇଁ ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି। ଏନେଇ ରାଜଧାନୀରେ ଏକ ବିଶାଳ ରାଲିର ଆୟୋଜନ କରାଯାଇଛି। ନବୀନନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା କରୁଛନ୍ତି। ୧୦ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଦଯାତ୍ରା କରି ଭୁବନେଶ୍ୱର ଆସିଛନ୍ତି ଡ୍ରାଇଭର। କୋଭିଡ ଯୋଦ୍ଧାର ମାନ୍ୟତା ଦେବା ସହ ଭତ୍ତା ପ୍ରଦାନ କରିବାକୁ ଦାବି କରିଛି ସଂଘ। ଡ୍ରାଇଭରଙ୍କ ଲାଇସେନ୍ସ ୨୫ ବର୍ଷରେ ରଦ୍ଦ ହୋଇଥିବା ନିୟମକୁ ପରିବର୍ତ୍ତନ କରିବାକୁ ଦାବି କରିଛି ମହାସଂଘ। ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଦାବି କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି ଦାବି କରିଛି ମହାସଂଘ। ୬୦ ବର୍ଷ ପରେ ପେନସନ ଦେବାକୁ ବି ଦାବି ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାର ହଜାର ହଜାର ଡ୍ରାଇଭର ପଦଯାତ୍ରାରେ ସାମିଲ ହୋଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳମାନଙ୍କୁ ଦାବି ଜଣାଇଥିଲା ମହାସଂଘ। ଏପର୍ଯ୍ୟନ୍ତ କୌଣସି ବିହିତ ପଦକ୍ଷେପ ନିଆଯାଇନଥିବାରୁ ଭୁବନେଶ୍ବରରେ ଶକ୍ତି ପ୍ରଦର୍ଶନ କରୁଛି ଓଡିଶା ଡ୍ରାଇଭର ମହାସଂଘ।

Share Now:

Kalinga News Beuro

Next Post

‘ଜି୨୦ ଶିଖର ସମ୍ମିଳନୀ’ ପାଇଁ ରୋମ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

Fri Oct 29 , 2021
ରୋମ: ‘ଜି୨୦ ଶିଖର ସମ୍ମିଳନୀ’ରେ ଯୋଗ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍‌ର ‘ଲିଓନାର୍ଡୋ ଡା ଭିନ୍‌ସି’ ବିମାନ ବନ୍ଦରରେ ଅବତରଣ କରିଛନ୍ତି। ସେ କହିଛନ୍ତି, ରୋମ୍‌ରେ ମୁଁ ୧୬ଶ ‘ଜି୨୦ ଶିଖର ସମ୍ମିଳନୀ’ରେ ଯୋଗ ଦେଇ ଅନ୍ୟାନ୍ୟ ‘ଜି୨୦’ ନେତାଙ୍କ ସହ ବୈଶ୍ୱିକ ଅର୍ଥନୀତି ଏବଂ ମହାମାରୀରୁ ଆରୋଗ୍ୟ, ଭବିଷ୍ୟତ ପିଢ଼ିଙ୍କ ଆବଶ୍ୟକତାର କ୍ଷତି ନ କରି ସାମ୍ପ୍ରତିକ ଆବଶ୍ୟକତା ପୂରଣ ଓ ଜଳବାୟୁ ପରିବର୍ତ୍ତନ […]
‘ଜି୨୦ ଶିଖର ସମ୍ମିଳନୀ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial