ମମିତାଙ୍କ ଘରେ ବିଜେଡି ନେତା ଅଜୟ ଦାସ

ମମିତା ମେହେର

ବଲାଙ୍ଗୀର: ବିଜେପି ଓ କଂଗ୍ରେସ ପ୍ରତିନିଧି ଦଳର ଘନଘନ ଗସ୍ତ ପରେ ପ୍ରଥମ ଥର ପାଇଁ ମମିତାଙ୍କ ପରିବାରକୁ ଭେଟିଛନ୍ତି ବିଜେଡି ନେତା। ଶନିବାର ସକାଳେ ସ୍ଥାନୀୟ ବିଜେଡି ନେତା ବଲାଙ୍ଗୀର ଝରଣୀ ଗାଁରେ ପହଞ୍ଚିଥିଲେ। ବିଜେଡି ନେତା ଅଜୟ ଦାସ ତାଙ୍କ ସମର୍ଥକଙ୍କ ସହିତ ଝରଣୀରେ ପହଞ୍ଚି ପଡ଼ୋଶୀ ଘରେ ଥିବା ମମିତାଙ୍କ ଭାଇ ବଣ୍ଟି ମେହେରଙ୍କୁ ଭେଟି ଆଲୋଚନା କରିଛନ୍ତି। ମୃତ ମମିତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନଥିବାରୁ ତାଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ନିଆଯାଇଛି। ତେଣୁ ମମିତାଙ୍କ ବାପାଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ବିଜେଡି ନେତା। ଏହାପରେ ଗସ୍ତ ନେଇ ନିଜ ହ୍ୱାଟ୍ସଆପ ଷ୍ଟାଟସରେ ଫଟୋ ପୋଷ୍ଟ କରିଥିଲେ ଅଜୟ ଦାସ। ମମିତାଙ୍କ ପରିବାରର ଆପତ୍ତି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରତିଶୃତି ଦେଇଛନ୍ତି ସ୍ଥାନୀୟ ବିଜେଡି ନେତା। ତେବେ ବିଜେଡି ନେତା ଲୁଚାଛପାରେ ଯାଇ ମମିତାଙ୍କ ପରିବାରକୁ ଭେଟିଥିବା ଅଭିଯୋଗ ହୋଇଛି। ଏହାକୁ ସେ ଖଣ୍ଡନ କରିବା ସହ ବିରୋଧୀ ଦଳ ରାଜନୈତିକ ତାମସା କରୁଥିବାର ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

ଗୁଳିମାଡ଼ ପରେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

Sun Oct 31 , 2021
ବାଲେଶ୍ଵର: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଘଟଣା ବାଲେଶ୍ଵରରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଯୁବକଙ୍କୁ ପ୍ରଥମେ ଗୁଳିମାଡ଼, ତାପରେ ଭୁଜାଲିରେ ହାଣି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଜଗନ୍ନାଥ ପାଟଣା ଗାଁର ରବୀନ୍ଦ୍ର ମୋହନ ଦାସଙ୍କ ପୁଅ ବିନୋଦ(୩୪) ଏକ ବାଇକରେ ଜଣଙ୍କ ସହ ମେଡିସିନ ପାଇଁ ସଦର ଥାନା କୁରୁଡା ଛକକୁ ଆସୁଥିଲେ। ପୂର୍ବାହ୍ନ ପ୍ରାୟ ୯ ଟା ୩୦ ମିନିଟ୍ ସମୟରେ ୩/୪ ଜଣ […]
ବାଲେଶ୍ଵରରେ ଚାଞ୍ଚଲ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial