ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ

ସ-69-750x409

ନୂଆଦିଲ୍ଲୀ: ଆଜି ସଂସଦର ଶୀତ ଅଧିବେଶନର ୧୮ତମ ତଥା ଶେଷ ଦିନ ଥିଲା। ଶେଷ ଦିନରେ ସଂସଦରେ ଅନେକ ଆଲୋଚନା ଏବଂ ପ୍ରଶ୍ନର ଉତ୍ତର ଦିଆଯିବାର ଥିଲା। କିନ୍ତୁ ଲୋକସଭା ଓ ରାଜ୍ୟସଭାରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହୋଇନଥିଲା। ବାଚସ୍ପତି ଓମ ବିର୍ଲା ଲୋକସଭାରେ ଶୀତ ଅଧିବେଶନ ବିଷୟରେ ବିସ୍ତୃତ ସୂଚନା ଦେବା ସହ ଉତ୍ତେଜନା ହେତୁ ସଂସଦର୧୮ଘଣ୍ଟା ୪୮ମିନିଟ୍ ନଷ୍ଟ ହୋଇଥିବା କହିଥିଲେ। ଅନ୍ୟପକ୍ଷରେ ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଭେଙ୍କୟା ନାଇଡୁ ଗୃହକାର୍ଯ୍ୟ ବନ୍ଦ କରିଥିଲେ। ବନ୍ଦେ ମାତାରାମଙ୍କ ପରେ ଉଭୟ ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା।
ସୂଚନା ମୁତାବକ, ୨୯ନଭେମ୍ବର ୨୦୨୧ରେ ଲୋକସଭାରେ ଶୀତ ଅଧିବେଶନ ଆରମ୍ଭ ହୋଇଥିଲା। ଅଧିବେଶନ ଆରମ୍ଭରେ, ନଭେମ୍ବର ୨୯ ଏବଂ ୩୦ରେ ତିନିଜଣ ସଦସ୍ୟ ଶପଥ ଗ୍ରହଣ କରିଥିଲେ। ଏହି ଅଧିବେଶନରେ ଅନେକ ଆର୍ଥିକ କାର୍ଯ୍ୟ କରାଯାଇଥିଲା। ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି ଯେ, ଏହି ଅଧିବେଶନରେ ୧୨ଟି ସରକାରୀ ବିଲ୍ ଆଗତ କରାଯାଇଥିଲା ଏବଂ ୯ଟି ବିଲ୍ ପାରିତ ହୋଇଥିଲା। ପାରିତ ହୋଇଥିବା ବିଲ୍ ମଧ୍ୟରେ କୃଷି ଆଇନ ରଦ୍ଦ ବିଲ୍ ୨୦୨୧, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ସଂଶୋଧନ) ବିଲ୍ ୨୦୨୧, କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ସଂଶୋଧନ ବିଲ୍ ୨୦୨୧, ଦିଲ୍ଲୀ ସ୍ୱତନ୍ତ୍ର ପୁଲିସ୍ ପ୍ରତିଷ୍ଠା ସଂଶୋଧନ ବିଲ୍ ୨୦୨୧, ନିର୍ବାଚନ ଆଇନ ସଂଶୋଧନ ବିଲ୍ ୨୦୨୧ ରହିଛି। ସେହିଭଳି ରାଜ୍ୟସଭାରେ ହୋଇଥିବା ଗୃହକାର୍ଯ୍ୟକୁ ନେଇ ଭେଙ୍କୟା ନାଇଡୁ କହିଛନ୍ତି ଯେ, ଶୀତକାଳୀନ ଅଧିବେଶନର ୧୮ଟି ଅଧିବେଶନ ଥିଲା, ଯେଉଁଥିରେ ରାଜ୍ୟସଭାରେ କେବଳ ୪୭.୯୦% ପ୍ରତିଶତ କାର୍ଯ୍ୟ କରାଯାଇଥିଲା। ରାଜ୍ୟସଭାରେ ହେବାକୁ ଥିବା ଆଲୋଚନା ପାଇଁ ସମୁଦାୟ ୯୫ଘଣ୍ଟା ୬ ମିନିଟ୍ ଧାର୍ଯ୍ୟ କରାଯାଇଥିଲେ ବି ହଟ୍ଟଗୋଳ ପାଇଁ ଗୃହଟି କେବଳ ୪୫ଘଣ୍ଟା ୩୪ମିନିଟ୍ ପାଇଁ ଚାଲିପାରିଛି। ବ୍ୟାଘାତ ଏବଂ ସ୍ଥଗିତାଦେଶ ହେତୁ ସମୁଦାୟ ୪୯ଘଣ୍ଟା ୩୨ମିନିଟ୍ ନଷ୍ଟ ହୋଇଛି। ଶୀତ ଅଧିବେଶନରେ ରାଜ୍ୟସଭା ଦ୍ବାରା କେବଳ ୧୦ଟି ବିଲ୍ ପାସ ହୋଇପପାରିଛି।

Share Now:

Kalinga News Beuro

Next Post

ରାତିରେ ସ୍ବାସ୍ଥ୍ୟ ରାଜଧାନୀର ସ୍ବାସ୍ଥ୍ୟସେବା : ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ବରେ ସିଟି ହସ୍ପିଟାଲ୍‌

Wed Dec 22 , 2021
କଟକ: ରାଜ୍ୟ ସ୍ବାସ୍ଥ୍ୟ ସେବାର ପ୍ରାଣକେନ୍ଦ୍ର କଟକ। ଏଠା‌ରେ ରୋଗୀଙ୍କ ପାଇଁ ରାତି ଦିନ ଏକ। ସବୁବେଳେ ଆମ୍ବୁଲାନସ ଲାଗି ଥାଏ ପଛକୁ ପଛ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରେଫର ହୋଇ ‌ରୋଗୀ କଟକ ବଡମେଡିକାଲକୁ ଆସନ୍ତି। ତେବେ ଦିନରେ ଯାହା ଯେମିତି ଚିକତ୍ସା ବ୍ୟବସ୍ଥା ଢଙ୍ଗ‌ରେ ଚାଲିଥାଏ। ‌ହେଲେ ରାତି ହେଲେ ବ୍ୟବସ୍ଥା ବିଗିଡି ଯାଏ। ଅଜଣା ‌ରୋଗୀ ସଂପର୍କୀୟ ବାଟ ପାଏନା। କଟକର ଜରୁରୀ ଚିକିତ୍ସ‌ା ବ୍ୟବସ୍ଥା […]
ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ବରେ ସିଟି ହସ୍ପିଟାଲ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial