ପଞ୍ଚାୟତ ନିର୍ବାଚନ : ମଦ,ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ନିର୍ବାଚନ କମିସନ

ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିସନଙ୍କ ତରଫରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି ଓ ତଦନୁସାରେ ଆସନ୍ତା ଫେବୃଆରୀ ୧୬ ତାରିଖଠାରୁ ୨୪ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବା ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ଶାନ୍ତିଶୃଙ୍ଖଳାର ସହ ସଂପାଦନ କରିବା ନିମନ୍ତେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବା ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ସହ ମତଦାନ କେନ୍ଦ୍ରକୁ ଯିବା କିମ୍ବା ମତଦାନ କେନ୍ଦ୍ର ନିକଟରେ ଚଳପ୍ରଚଳ ହେବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଆଗାମୀ ଫେବୃଆରୀ ୧୪ ତାରିଖ ସନ୍ଧ୍ୟା ୫ଟାରୁ ମାର୍ଚ୍ଚ ୧ ତାରରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀ ପୁଲିଙ୍ଗ ଅଧିକାରୀ, ପୁଲିସ୍ ଅଧିକାରୀ ଏବଂ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ବ୍ୟତୀତ କୌଣସି ବ୍ୟକ୍ତି ମତଦାନ କେନ୍ଦ୍ର କିମ୍ବା ମତଦାନ କେନ୍ଦ୍ର ଆଖପାଖ ଅଞ୍ଚଳରେ ରହିପାରିବେ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିସନର ସଂପୃକ୍ତ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ହେବାକୁ ଥିବା ତ୍ରିସ୍ତରୀୟ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ଉପରେ ନିର୍ବାଚନ କମିସସନର ଗୁରୁତ୍ୱାରୋପ କରିଛନ୍ତି। ମତଦାନର ୪୮ ଘଣ୍ଟା ପୂର୍ବରୁ ଏବଂ ମତଦାନ ପରଦିନ ପର୍ଯ୍ୟନ୍ତ ଯେଉଁ ସ୍ଥାନରେ ନିର୍ବାଚନ ହେବାକୁ ଥିବ ସେଠାରେ ମଦର ବିକ୍ରୟ ଓ ବଣ୍ଟନ ଉପରେ ନିଷେଧାଦେଶ ଜାରିକରି ରାଜ୍ୟ ଅବକାରୀ ବିଭାଗକୁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଅନ୍ୟ ସ୍ଥାନକୁ ମାଦକ ଦ୍ରବ୍ୟର ପରିବହନ, ହୋଟେଲ କିମ୍ବା ରେଷ୍ଟୁରାଣ୍ଟ, ଦୋକାନରେ ଅବା ଅନ୍ୟ କୌଣସିଠାରେ ମଦର ବ୍ୟବହାର କରାଯାଇପାରିବ ନାହିଁ ବୋଲି ନିର୍ବାଚନ କମିସନର ସମସ୍ତ ପ୍ରକାରର ବାରଣ କରିଛନ୍ତି।
ପଞ୍ଚାୟତ ନିର୍ବାଚନରେ ମତଦାନ ନିମନ୍ତେ ସମସ୍ତ ସରକାରୀ କର୍ମଚାରୀ, ବେସରକାରୀ ଅନୁଷ୍ଠାନର କର୍ମଚାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନର କର୍ମଚାରୀମାନଙ୍କୁ ମତଦାନ ଦିନଟିକୁ ରାଜ୍ୟ ନିର୍ବାଚନ କମିସନ ସବୈତନିକ ଛୁଟି ଦିନ ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ଯେଉଁ କର୍ମଚାରୀମାନଙ୍କର ମତଦାନ କେନ୍ଦ୍ରଠାରୁ କର୍ମସ୍ଥଳ ଦୂର ହୋଇଥିବ ସେମାନେ ତିନିଦିନ ସ୍ୱତନ୍ତ୍ର ସିଏଲ୍ ପାଇବେ ବୋଲି ନିର୍ବାଚନ କମିସନ ସଂପୃକ୍ତ ବିଭାଗକୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ସେହିପରି ଗ୍ରାମାଞ୍ଚଳରେ ବିଭିନ୍ନ ଅନୁଷ୍ଠାନ କିମ୍ବା ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ନିର୍ବାଚନରେ ମତଦାନର ସୁଯୋଗ ଦେବା ପାଇଁ ରାଜ୍ୟ ନିର୍ବାଚନ କମିଶନ ମତଦାନ ଦିବସକୁ ସବୈତନିକ ଛୁଟି ଦିବସ ଭାବେ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାମାଞ୍ଚଳରେ ରହି ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ଶ୍ରମିକ/କାରିଗରମାନେ ଏହାର ସୁଯୋଗ ନେଇ ମତଦାନ କରିପାରିବେ ବୋଲି ରାଜ୍ୟ ନିର୍ବାଚନ କମିଶନ ସଂପୃକ୍ତ ଶ୍ରମ ବିଭଗକୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ନିର୍ବାଚନ ହେଉଥିବା ଅଞ୍ଚଳରେ ସମସ୍ତ କର୍ମଚାରୀମାନଙ୍କୁ ମତଦାନର ସୁଯୋଗ ଦେବା ନିମନ୍ତେ ରାଜ୍ୟ ନିର୍ବାଚନ କମିସନ ଭୋଟ ଗ୍ରହଣ ଦିନକୁ ସଂପୃକ୍ତ ଅଞ୍ଚଳରେ ଥିବା ସରକାରୀ କାର୍ଯ୍ୟାଳୟ, ବେସରକାରୀ କାର୍ଯ୍ୟାଳୟ, ବାଣିଜ୍ୟିକ ଅନୁଷ୍ଠାନ, ଶିଳ୍ପାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସଂପୃକ୍ତ ଅଞ୍ଚଳରେ ଜୁଡ଼ିସିଆଲ୍ କୋର୍ଟ ଥାଏ, ତାହାହେଲେ ଭୋଟ ଗ୍ରହଣ ଦିନ କୋର୍ଟ ମଧ୍ୟ ବନ୍ଦ ରହିବ ବୋଲି ନିର୍ବାଚନ କମିସନ ସରକାରଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟର ହସ୍‌ପିିଟାଲ ଗୁୁଡ଼ିକରେ ୯୦ ପ୍ରତିଶତ ଶଯ୍ୟା ଖାଲି : ମୁଖ୍ୟ ଶାସନ ସଚିବ

Wed Jan 19 , 2022
ଭୁବନେଶ୍ବର: କରୋନା ସଂକ୍ରମଣର ୩ୟ ଲହର ସମଗ୍ର ବିଶ୍ବ ସମେତ ଓଡ଼ିଶାରେ ମଧ୍ୟ ଜାରି ରହିଛି। ପ୍ରଥମ ଓ ୨ୟ ଲହର ତୁଳନାରେ କରୋନାର ୩ୟ ଲହର ସେତିକି ଭୟଙ୍କର ନାହିଁ। ଏହାର ଉଦାହରଣ ହେଲା ବହୁତ କମ୍‌ ପରିମାଣରେ ଲୋକେ ହସ୍‌ପିଟାଲକୁ ଯାଉଛନ୍ତିି। ଅର୍ଥାତ କରୋନା ସଂକ୍ରମିତ ଅଧିକାଂଶ ଲୋକ ଗୃହ ସଂଗରୋଧରେ ଭଲ ହୋଇଯାଉଛନ୍ତି। ‌ରାଜ୍ୟରେ କୋଭିଡ-୧୯ ସମୀକ୍ଷା କରି ମୁଖ୍ୟ ଶାସନ ସଚିିବ ସୁରେଶ ଚନ୍ଦ୍ର […]
ମୁଖ୍ୟ ଶାସନ ସଚିବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial