କ୍ୟାମେରାମ୍ୟାନ ମାନସ ହତ୍ୟା : କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସହ ୮ ଅଭିଯୁକ୍ତ

କ୍ୟାମେରାମ୍ୟାନ ମାନସ ହତ୍ୟା

ଚାନ୍ଦବାଲି: ବହୁଚର୍ଚିତ ନୟାଗଡ଼ ଜିଲ୍ଲାର କ୍ୟାମେରାମ୍ୟାନ ମାନସ ହତ୍ୟା ଘଟଣାରେ ଆଜି ୮ ଜଣ ଅଭିଯୁକ୍ତଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। ଆଜି ଭଦ୍ରକ ସବ୍‌ଜେଲରୁ ଏକ ୟୁଟିପି ଭ୍ୟାନରେ କଡ଼ା ସୁରକ୍ଷାରେ ଅଭିଯୁକ୍ତମାନଙ୍କୁ ଚାନ୍ଦବାଲି କୋର୍ଟକୁ ଆଣାଯାଇଥିଲା ପରେ ସେମାନଙ୍କୁ ଜଜଙ୍କ ନିକଟରେ ହାଜର କରାଯାଇଥିଲା। ଅଭୁଯୁକ୍ତମାନେ ହେଲେ ଶର୍ମିଷ୍ଠା ରାଉତ, ଝୁନୁ ଭୋଇ, ନିରଞ୍ଜନ ସେଠୀ, ପରମେଶ୍ୱର ରାଉତ, ରଞ୍ଜନ ନାୟକ, ଭାଗ୍ୟଧର ନାୟକ, ବିବେକ ନାୟକ ଓ କୃଷ୍ଣଚନ୍ଦ୍ର ନାୟକ। ରୁଟିନ ଅନୁଯାଇ ଜଣକ ପରେ ଜଣକୁ ହାଜର କରାଯାଇଥିବା ବେଳେ ପରବର୍ତ୍ତୀ ହାଜର ୫କୁ ରହିଲା ବୋଲ ଶର୍ମିଷ୍ଠାଙ୍କ ଓକିଲ ଧନଞ୍ଜୟ ଉଦ୍‌ଗା୍ତା କହିଛନ୍ତି। ଏହା ପୂର୍ବରୁ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଏପ୍ରିଲ ୧୭ ତାରିଖରେ ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ ଭଦ୍ରକ ଉପକାରାଗାରରେ ଜେରାକରିଛି। ଏହି ଦୁଇ ଅଭିଯୁକ୍ତ ମାନସ ହତ୍ୟାକାଣ୍ଡ ଘଟଣାରେ ଅପହରଣଠାରୁ ନୟାଗଡ଼ରେ ଶବ ପୋତିବା ପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ଥିଲେ। ଏମାନଙ୍କୁ ପୁଲିସ ଗିରଫ କରିବାରେ ଯେହେତୁ ୧୪ ଦିନ ବିତିଯାଇଥିଲା, ତେଣୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ରିମାଣ୍ଡରେ ଆଣିପାରି ନଥିଲା। ତେଣୁ କାରାଗାରରେ ସେମାନଙ୍କୁ ଜେରା କରାଯାଇଥିଲା।

Share Now:

Kalinga News Beuro

Next Post

ରକ୍ତରଞ୍ଜିତ ହେଲା ରେଳଧାରଣା : ୩୧ଟି ମଇଁଷି ଉପରେ ମାଡିଗଲା ଟ୍ରେନ୍‌

Sat Apr 23 , 2022
ରାୟଗଡା: ରେଳ ଧାରଣା ଦେଇ ଯାଉଥିବା ମଇଁଷି ପଲ ଉପରେ ମାଡିଗଲା ଏକ୍ସପ୍ରେସ୍ ଟ୍ରେନ। ଚାଲିଗଲା ନିରୀହ ୩୧ଟି ମଇଁଷିର ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ନିକଟସ୍ଥ ପୀତାମହଲ ରେଳ ଧାରଣାରେ। ଘଟଣାସ୍ଥଳରେ ରେଳବାଇ ଇଂଜିନିୟରିଂ ଟିମ ଓ ଗ୍ୟାଙ୍ଗମ୍ୟାନ ଟିମ୍ ପହଞ୍ଚି ମୃତ ମଇଁଷିଗୁଡିକୁ ଟ୍ରାକ କଡକୁ କାଢି ଥିବା ବେଳେ ଇଂଜିନିୟରିଂ ଟିମ ପକ୍ଷରୁ ଟ୍ରାକ୍ ମରାମତି କରାଯାଇଥିଲା। ବର୍ତ୍ତମାନ ଉକ୍ତ […]
ରକ୍ତରଂଜିତ ହେଲା ରେଳଧାରଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial