ଏକାମ୍ରରେ ୫.୭୫ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ

ଏକାମ୍ରରେ ୫.୭୫ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀରେ ୫ କୋଟି ୭୫ଲକ୍ଷ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ୱାର୍ଡ ନଂ ୫୧ ସୌଭାଗ୍ୟ ନଗର ଲେନ୍ ୩ ପେଭର୍ ବ୍ଲକ ରାସ୍ତା ନିର୍ମାଣ ପାଇଁ ୨.୯୨ କୋଟି, ୱାର୍ଡ ନଂ ୬୪ ଯଦୁପୁର କବରସ୍ଥାନ ପାରିପାର୍ଶ୍ବିକ ଉନ୍ନତୀକରଣ ପାଇଁ ୨୩ ଲକ୍ଷ ଟଙ୍କା, ୱାର୍ଡ ନଂ ୬୫ ଓ ୬୪ର ସ୍ମାର୍ଟ ଅର୍ବାନ ରୋଡ କାର୍ଯ୍ୟକ୍ରମ ଜରିଆରେ ରାମରହିମ ଅଟୋ ଷ୍ଟାଣ୍ଡ ଠାରୁ ଯଦୁପୁର ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଏବଂ ଡୁମୁଡୁମା ଏସବିଆଇ ଛକ ଠାରୁ ଯଦୁପୁର ଟାଙ୍ଗୀ ସାହି ପର୍ଯ୍ୟନ୍ତ ଦୁଇଟି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୨.୭୫ କୋଟି ଟଙ୍କାର କାର୍ଯ୍ୟକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମରେ ବିଏମ୍‌ସି ମେୟର ସୁଲୋଚନା ଦାସ, କର୍ପୋରେଟର ବିନୟିନୀ ଜେନା, ସକିବା ମୁସରତ, ରଶ୍ମିରଂଜନ ପାଟ୍ଟଶାଣୀ, ପୂର୍ବତନ କର୍ପୋରେଟର ମୁଜାହିଦ ହୁସେନ, ବର୍କତତୁଲ୍ଲା, ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

କୋର୍ଟରେ ହାଜର ହେବା ପ‌ରେ ଜେଲ ଗଲେ ଦେବଗଡ ବିଧାୟକ ଓ ୨ ସହଯୋଗୀ

Sun May 1 , 2022
ଦେବଗଡ଼: ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଆଜି ଦେବଗଡ଼ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଛି। ଏଥି ସହିତ ତାଙ୍କର ୨ ଜଣ ସହଯୋଗୀଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। କୋର୍ଟରେ ଜାମିନ ନାମାଞ୍ଜୁର ହେବା ପରେ ତିନି ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ୭ ତାରିଖରେ ହେବ। ଏହା ପୂର୍ବରୁ ବିଧାୟକ ଶ୍ରୀ […]
ଜେଲ ଗଲେ ଦେବଗଡ ବିଧାୟକ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial