ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ରାଜ୍ୟରେ ୭୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତାର କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଉପରେ ରହୁଥିବାବେଳେ ଆଜି ୭୦୦ ଉପରକୁ ଟପିଯାଇଛି। ଗତକାଲି ୫୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୩୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୦୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୮୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୧୨ ଜଣ, ବରଗଡ଼ ଜିଲ୍ଲାରୁ ୧ ଜଣ, ଭଦ୍ରକରୁ ୮ ଜଣ, ବଲାଙ୍ଗୀରରୁ ୪ ଜଣ, ବୌଦ୍ଧରୁ ୮ ଜଣ, କଟକରୁ ୧୧୫ ଜଣ, ଗଜପତିରୁ ୨ ଜଣ, ଗଞ୍ଜାମରୁ ୧ ଜଣ, ଜଗତସିଂହପୁରରୁ ୧୧ ଜଣ, ଯାଜପୁରରୁ ୧୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ, କେନ୍ଦୁଝରରୁ ୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୦୩, କୋରାପୁଟ ଜିଲ୍ଲାରୁ ୧୦ ଜଣ, ମୟୂରଭଞ୍ଜରୁ ୧୬ ଜଣ, ନବରଙ୍ଗପୁରରୁ ୭ ଜଣ, ନୟାଗଡ଼ ଜିଲ୍ଲାରୁ ୧୧ ଜଣ, ନୂଆପଡ଼ାରୁ ୧୧ ଜଣ, ପୁରୀରୁ ୩୬ ଜଣ, ସମ୍ବଲପୁରରୁ ୧୪ ଜଣ, ସୋନପୁରରୁ ୭ ଜଣ, ସୁନ୍ଦରଗଡ଼ରୁ ୬୫ ଜଣ ଓ ଷ୍ଟେଟପୁଲରୁ ୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୫, ୩୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୨,୮୨, ୨୭୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୩୮୭୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Share Now:

Kalinga News Beuro

Next Post

ପ୍ରବଳରୁ ଅତିପ୍ରବଳ ବର୍ଷିବ : ୮ଜିଲ୍ଲାକୁ ଅରେଞ୍ଜ ୧୭ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

Thu Jul 14 , 2022
ଭୁବନେଶ୍ୱର: ଦକ୍ଷିଣ ଉପକୂଳ ଓଡ଼ିଶା ଏବଂ ପଡ଼ୋଶୀ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତରରେ ଅବସ୍ଥିତ ରହିଛି। ଏବଂ ଏହା ସହ ଜଡ଼ିତ ଥିବା ସାମୁଦ୍ରିକ ଘୂର୍ଣ୍ଣିବଳୟ ସହିତ ଓଡ଼ିଶା ଏବଂ ପଡ଼ୋଶୀ ଅଞ୍ଚଳରେ ସମୁଦ୍ର ପତନ ଠାରୁ ୭.୬ କିଲୋମିଟର ଉଚ୍ଚତାରେ ଦକ୍ଷିଣ-ପଶ୍ଚିମ ଆଡକୁ ଗତି କରୁଛି। ଅନ୍ୟପକ୍ଷରେ ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଉତ୍ତର ଓଡ଼ିଶା ପଡ଼ୋଶୀ ଅଞ୍ଚଳରେ ଲୋପ୍ରେସର୍‌ ଏରିଆର କେନ୍ଦ୍ର ଦେଇ ଗତି […]
ପ୍ରବଳରୁ ଅତିପ୍ରବଳ ବର୍ଷିବ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial