ଦେଶ ଏବେ ବି ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଭୁଲକୁ ସୁଧାରୁଛି : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ

କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ: କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭୁଲ ପାଇଁ ଦେଶକୁ ଏପର୍ଯ୍ୟନ୍ତ ମୂଲ୍ୟ ଦେବାକୁ ପଡୁଛି। ପ୍ରଥମ ପ୍ରଧାନମନ୍ତ୍ରୀ ଯେଉଁ ସବୁ ଭୁଲ କରିଥିଲେ ଦେଶ ଏବେ ବି ତାହାକୁ ସୁଧାରୁଛି। କଶ୍ମୀର ପ୍ରସଙ୍ଗରେ ନେହେରୁଙ୍କୁ ସମାଲୋଚନା ପ୍ରସଙ୍ଗରେ ମଙ୍ଗଳବାର ଦିନ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଥିଲା ଯେ ମୋଦୀ ପୁଣି ଥରେ ତଥ୍ୟକୁ ଅଣଦେଖା କରିଛନ୍ତି। ଆଉ ଏବେ ଆଇନ ମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ କରି ଲଗାତାର ଟ୍ୱିଟ କରିଛନ୍ତି। ଟ୍ଵିଟରେ ସେ ଲେଖିଛନ୍ତି ଯେ ଜବାହାରଲାଲ ନେହେରୁଙ୍କ ସନ୍ଦିଗ୍ଧ ଭୂମିକାକୁ ରକ୍ଷା କରିବା ପାଇଁ ଏହି ଐତିହାସିକ ମିଥ୍ୟା ବହୁତ ଦିନ ଧରି ଚାଲିଥିଲା ​​ଯେ ମହାରାଜା ହରି ସିଂ କଶ୍ମୀରକୁ ଭାରତ ସହ ଯୋଡିବାକୁ ସ୍ଥଗିତ ରଖିଥିଲେ। ରିଜିଜୁ ନେହେରୁଙ୍କ ଜୁଲାଇ ୨୪, ୧୯୫୨ରେ ଲୋକସଭାରେ ଦେଇଥିବା ଭାଷଣକୁ ଉଲ୍ଲେଖ କରି କହିଛନ୍ତି ଯେ ମହାରାଜା ହରି ସିଂ ଜମ୍ମୁ-କଶ୍ମୀରକୁ ଭାରତ ମିଶ୍ରଣ ପାଇଁ ସ୍ୱାଧୀନତାର ଏକ ମାସ ପୂର୍ବରୁ ଜୁଲାଇ ୧୯୪୭ରେ ନେହେରୁଙ୍କ ନିକଟକୁ ଯାଇଥିଲେ, କିନ୍ତୁ ନେହେରୁ ମହାରାଜାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲେ। ଅକ୍ଟୋବର ୧୯୪୭ ରେ ମଧ୍ୟ ପାକିସ୍ତାନୀ ଆକ୍ରମଣକାରୀମାନେ ଯେତେବେଳେ ଶ୍ରୀନଗର ଭିତରେ ଅନେକ କିଲୋମିଟର ଯାଏଁ ଚାଲିଆସିଥିଲେ, ସେତେବେଳେ ନେହେରୁ ନିରବ ରହିଥିଲେ। ବରିଷ୍ଠ ବିଜେପି ନେତା ସୁଶୀଲ ମୋଦୀ ମଧ୍ୟ କଂଗ୍ରେସ ଉପରେ ଆକ୍ରମଣ କରି କହିଛନ୍ତି ଯେ ଭାରତ ଏକ ହୋଇସାରିଛି, ତେଣୁ ଭାରତ ଯୋଡ ଯାତ୍ରାର ଉଦ୍ଦେଶ୍ୟ ହେଉଛି ଦଳକୁ ଏକଜୁଟ କରିବା।

Share Now:

Kalinga News Beuro

Next Post

ବ୍ରିଟେନ ଅର୍ଥମନ୍ତ୍ରୀଙ୍କୁ ବରଖାସ୍ତ କଲେ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌

Fri Oct 14 , 2022
ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ ଗତ ମାସ ଶେଷରେ ତାଙ୍କ ମିନି ବଜେଟ୍‌ ଦ୍ୱାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ଅଶାନ୍ତିକୁ ରୋକିବା ପାଇଁ ଶେଷରେ ତାଙ୍କ ରାଜକୋଷର କୁଳପତି ତଥା ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗଙ୍କୁ ବରଖାସ୍ତ କରିଛନ୍ତି ବୋଲି ଶୁକ୍ରବାର ଦିନ ଲଣ୍ଡନର ଡାଉନିଂ ଷ୍ଟ୍ରିଟ୍‌ରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ କହିଛନ୍ତି, ‘ଯେପରି ମୁଁ ଗତ ସପ୍ତାହରେ ଅନେକ ଥର କହିଛି, ସ୍ଥିତାବସ୍ଥା ଅନୁସରଣ […]
ବ୍ରିଟେନ ଅର୍ଥମନ୍ତ୍ରୀଙ୍କୁ ବରଖାସ୍ତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial