ଶପଥ ଗ୍ରହଣ କଲେ ନବ ନିର୍ବାଚିତ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ

ଶପଥ ଗ୍ରହଣ କଲେ ସୂର୍ଯ୍ୟବଂଶୀ ସୂରଜ

ଭଦ୍ରକ: ଧାମନଗର ଉପନିର୍ବାଚନରେ ପୂର୍ବତନ ବିଧାୟକ ସ୍ଵର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ତଥା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କର ବିଜୟ ହେବା ପରେ ଆଜି ସେ ବିଧାନସଭାରେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ତାଙ୍କର ଶପଥ ପାଠ କରାଇଛନ୍ତି। ସୂର୍ଯ୍ୟବଂଶୀ ବାଚସ୍ପତିଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। ବାଚସ୍ପତି ଆରୁଖ ଉପହାର ସ୍ୱରୂପ ତାଙ୍କୁ ଏକ ଗାନ୍ଧୀ ମୂର୍ତ୍ତି ପ୍ରଦାନ କରିଛନ୍ତି। ପୂର୍ବରୁ ସୂର୍ଯ୍ୟବଂଶୀଙ୍କୁ ବିଜେପି କାର୍ଯ୍ୟାଳ‌ୟରେ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ଜରିଆ‌ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ବରିଷ୍ଠ ନେତା ଜୁଏଲ ଓରାମ, କେଭି ସିଂ ଦେଓ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ପ୍ରଭାରୀ ଡି ପୂରନ୍ଦେଶ୍ଵରୀ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ। ନିର୍ବାଚନରେ ଜିତିବା ପରେ ସେ କହିଥିଲେ, ‘ମୁଁ ଭୋଟ ମାଗୁ ନଥିଲି କି ବିଜୟ ପାଇଁ ନିର୍ବାଚନକୁ ଓହ୍ଲାଇ ନଥିଲି। ମୁଁ ମୋ ବାପାଙ୍କର ବିଶାଳ ପରିବାରର ସେବା କରିବା ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲି। ନିର୍ବାଚନ ପ୍ରଚାରରେ ମୁଁ କେବଳ ଆପଣଙ୍କର ଆଶୀର୍ବାଦ ମାଗିଥିଲି। ଆଉ ଆପଣମାନେ ମୋ ବାପାଙ୍କୁ ଯେଉଁ ଭଲପାଇବା ଦେଇଥିଲେ, ତାଙ୍କ ଆବର୍ତ୍ତମାନରେ ମୋତେ ସେଇ ଭଲପାଇବା ଦେଇ ଆଶୀର୍ବାଦ କରିଛନ୍ତି। ଏ ବିଜୟ ମୋର ନୁହେଁ, ଏ ବିଜୟ ସମଗ୍ର ଧାମନଗରବାସୀଙ୍କର। ତେଣୁ ଧାମନଗରବାସୀଙ୍କୁ ମୋର କୃତଜ୍ଞତା ଜଣାଉଛି।’ ଏଥିସହିତ, ‘ମୁଁ ବିଧାୟକ ନୁହେଁ, ମୁଁ ଜଣେ ସେବକ’ ବୋଲି ସୂର୍ଯ୍ୟବଂଶୀ ନିଜ ପ୍ରତିକ୍ରିୟାରେ କହିଥିଲେ।

Share Now:

Kalinga News Beuro

Next Post

ରାଜଧାନୀରେ ୧୦ ହଜାରରେ ଶିଶୁକନ୍ୟା ବିକ୍ରି : ଉଦ୍ଧାର କଲା ପୁଲିସ

Wed Nov 9 , 2022
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଶିଶୁ ବିକ୍ରି ଘଟଣା ସାମ୍ନାକୁ ଆସିଛି। ଖଣ୍ଡଗିରି ଅଞ୍ଚଳରୁ ଏକ ଦମ୍ପତିଙ୍କ ପାଖରୁ ୪ ମାସର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଚାଇଲ୍ଡଲାଇନ୍‌ ଓ କମିସନରେଟ ପୁଲିସର ଚଢ଼ଉ ବଳରେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଶିଶୁକନ୍ୟାକୁ ବିକ୍ରି ନେଇ ଚାଇଲ୍ଡଲାଇନ୍‌ ଓ ଖଣ୍ଡଗିରି ଥାନା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ କହିବା ଅନୁସାରେ ୪ ମାସର ଶିଶୁକନ୍ୟାକୁ ଖଣ୍ଡଗିରି ଅଞ୍ଚଳର […]
୧୦ ହଜାରରେ ଶିଶୁକନ୍ୟା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial