କବୟିତ୍ରୀ ଚପଳା ତ୍ରିପାଠୀଙ୍କ ପୁସ୍ତକ ‘ଅନୁଭବୀ ଠାକୁର’ ଉନ୍ମୋଚିତ

ଚପଳା ତ୍ରିପାଠୀଙ୍କ ପୁସ୍ତକ 'ଅନୁଭବୀ ଠାକୁର'

ଭୁବନେଶ୍ୱର: କବୟିତ୍ରୀ ଚପଳା ତ୍ରିପାଠୀଙ୍କ ରଚିତ ଓ ଶାନ୍ତିସେନା ପବ୍ଲିକେସନ ଦ୍ୱାରା ପ୍ରକାଶିତ ପୁସ୍ତକ ‘ଅନୁଭବୀ ଠାକୁର’ ସ୍ଥାନୀୟ ବୁଦ୍ଧମନ୍ଦିର ଅଡିଟୋରିଅମରେ ଗତକାଲି ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ପୂର୍ବତନ ବିଧାୟକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ବିଭୁତି ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ସ୍ୱତନ୍ତ୍ର ଶାସନ ସଚିବ ଧନଞ୍ଜୟ ସ୍ୱାଇଁ ଯୋଗ ଦେଇଥିଲେ। ଶାନ୍ତିସେନା ପବ୍ଲିକେସନର ପ୍ରକାଶକ ରଜତ ରଶ୍ମି ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ,ଗୋପାଳ କୃଷ୍ଣ ଆଚାର୍ଯ୍ୟ ,ପ୍ରଫେସର ଡକ୍ଟର କୃପାସିନ୍ଧୁ ପଣ୍ଡା ଯୋଗ ଦେଇଥିଲେ। କବୟିତ୍ରୀ ତଥା ଅଧ୍ୟାପିକା ପ୍ରଭାତୀ ଜେନା ସଭା ସଂଯୋଜନା କରିଥିଲେ। କବୟିତ୍ରୀ ଶ୍ରୀମତୀ ତ୍ରିପାଠୀ ତାଙ୍କର ଅଭିଭାଷଣରେ କହିଥିଲେ ଯେ ,ଏହି ପୁସ୍ତକ ଲେଖିବା ପଛରେ ତାଙ୍କ ପରିବାର ପୂର୍ଣ୍ଣ ସହଯୋଗ ଓ ସମର୍ଥନ ରହିଥିବା ବେଳେ ତାଙ୍କ ସ୍ୱାମୀ ଶ୍ରୀଯୁକ୍ତ ସଞ୍ଜୀବ ମହାପାତ୍ରଙ୍କ ବିଶେଷ ଅବଦାନ ଥିଲା। ଏହି ପୁସ୍ତକଟି ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଜାଣିବା ପାଇଁ ଅନେକ ଭାବରେ ସହାୟକ ହେବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। କବୟିତ୍ରୀ ଗାୟିକା ତଥା ସ୍ତମ୍ଭକାର ଜୟନ୍ତୀ ପଟ୍ଟନାୟକ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Share Now:

Kalinga News Beuro

Next Post

ଆତଙ୍କବାଦୀ ମୁର୍ତାଜା ଅବ୍ବାସିକୁ ଫାଶୀଦଣ୍ଡ

Mon Jan 30 , 2023
ଲକ୍ଷ୍ନୌ: ଗୋରଖପୁରର ଗୋରଖନାଥ ମନ୍ଦିରରେ ପୁଲିସକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ମୁର୍ତାଜା ଆବ୍ବାସିକୁ ମିଳିଲା ଫାଶୀଦଣ୍ଡ। ଆଜି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କୋର୍ଟ ଏହି ଦଣ୍ଡ ଘୋଷଣା କରିଛନ୍ତି। କୋର୍ଟ ମୁର୍ତାଜାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଗିରଫ ପରେ ମୁର୍ତାଜା ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ମାମଲା ରୁଜୁ ହେବା ସହ ତାକୁ ଆତଙ୍କବାଦୀ ଭାବରେ ପରିଗଣିତ କରାଯାଇଥିଲା।ସୂଚନାଯୋଗ୍ୟ, ଦୋଷୀ ଅହମଦ୍‌ ମୁର୍ତାଜା ଆବ୍ବାସି ଏପ୍ରିଲ୍‌ […]
ମୁର୍ତାଜା ଅବ୍ବାସିକୁ ମିଳିଲା ଫାଶୀଦଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial