ଦୁଇ ବ୍ୟବସାୟୀଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟ୍ : ୨ ଦୁର୍ବୃତ୍ତ ଫେରାର

ଦୁଇ ବ୍ୟବସାୟୀଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟ୍

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ରାମପୁରଠାରେ ଦୁଇ ବ୍ୟବସାୟୀଙ୍କଠାରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବାର ଖବର ମିଳିଛି। ବ୍ୟାଙ୍କରୁ ଉଭୟେ ୬ ଲକ୍ଷ ଟଙ୍କା ବାହାର କରି ରାମପୁର ଅଭିମୁଖେ ଯାଉଥିବାବେଳେ ଏକ ଆପାଚି ଗାଡ଼ିରେ ଦୁଇ ଜଣ ଲୁଟେରା ଆସି ଲୁଟି ନେଇଥିଲେ। ରାମପୁର ମେହେରପଡ଼ା ରାସ୍ତାରେ ୨ ଜଣ ଦୁର୍ବୃତ୍ତ ସେହି ଟଙ୍କା ନେଇ ଫେରାର ହୋଇଛନ୍ତି। ପାଟଣାଗଡ଼ ପୁଲିସ ସିସଟିଭି ଆଧାରରେ ଲୁଟେରାଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।

Share Now:

Kalinga News Beuro

Next Post

କେନ୍ଦ୍ର ଗୃହ ସଚିବଙ୍କ ନାମରେ ଅଭିଯୋଗ ଆଣିଲେ ନିଲମ୍ବିତ ଆଇପିଏସ ବସନ୍ତ ରଥ

Sat Feb 4 , 2023
ଶ୍ରୀନଗର: ଜମ୍ମୁକଶ୍ମୀର କ୍ୟାଡରର ଆଇପିଏସ ଅଧିକାରୀ ବସନ୍ତ ରଥ ଜମ୍ମୁ ଜିଲ୍ଲାର ଗାନ୍ଧୀ ନଗର ପୁଲିସ ଷ୍ଟେସନରେ କେନ୍ଦ୍ର ଗୃହ ସଚିବ, ଜମ୍ମୁକଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଓ ଅତିରିକ୍ତ ମୁଖ୍ୟ ସଚିବ(ଗୃହ) ରାଜ କୁମାର ଗୋଏଲଙ୍କ ନାମରେ ଅଭିଯୋଗ କରିଛନ୍ତି। ବସନ୍ତ ରଥ ତାଙ୍କ ଅଭିଯୋଗରେ ଅନେକ ଗମ୍ଭୀର ଅଭିଯୋଗ ସାମ୍ନାକୁ ଆଣିଛନ୍ତି। ତାଙ୍କ ବିରୋଧରେ ଷଡଯନ୍ତ୍ର ରଚାଯାଇଥିବା ଆଇପିଏସ୍ ଅଧିକାରୀ ଲେଖିଛନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଅଛି […]
ନିଲମ୍ବିତ ଆଇପିଏସ ଅଧିକାରୀ ବସନ୍ତ ରଥ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial