ଗୁପ୍ତପଡ଼ାରେ କୁମ୍ଭୀର ଆତଙ୍କ: ଖାଇଦେଲା ଛେଳି, କୁକୁର

ମେଣ୍ଢାଶାଳ: ଛତାବର ପଞ୍ଚାୟତର ଗୁପ୍ତପଡ଼ା ଗ୍ରାମରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଗୁପ୍ତପଡ଼ା ବନ୍ଧରେ ୨ଟି ମଗରମୁଁହା କୁମ୍ଭୀର ଦେଖିବାକୁ ମିଳିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗାଁର ଋଷି ପରିଡ଼ାଙ୍କର ଛେଳି ଛୁଆ ଓ କୈଳାସ ବେହେରାଙ୍କ କୁକୁରକୁ କୁମ୍ଭୀର ଖାଇ ଦେଇଥିବା ଜଣାପଡ଼ିବା ପରେ ଗାଁରେ କୋକୁଆ ଭୟ ଖେଳି‌ ଯାଇଛି। ସୂଚନାଯୋଗ୍ୟ ଯେ ଚନ୍ଦକା ଅଭୟାରଣ୍ୟର ହଳଦିଆ ରେଞ୍ଜ ଅଧୀନରେ ଥିବା ଏହି ଗୁପ୍ତପଡ଼ା ବନ୍ଧ ଉପରେ ଗୁପ୍ତପଡ଼ା ଗ୍ରାମବାସୀମାନେ ନିର୍ଭର କରନ୍ତି। ଏହି ବନ୍ଧରୁ ଜାମୁଝରୀ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମକୁ ଜଳ ଯୋଗାଣ ହେଉଛି। ସେଠାରେ ଫସଲ ଓ ଫୁଲ ବଗିଚା ପାଇଁ ଜଳଯୋଗାଣ ହେଉଛି। ସେହିଭଳି ଏହି ବନ୍ଧରୁ ପାଣି ନେଇ ଗୁପ୍ତପଡ଼ା, ଜାମୁଝରୀ ଅଞ୍ଚଳରେ ଚାଷ କାମ କରାଯାଇଥାଏ। ବନ୍ଧରେ ସ୍ଥାନୀୟ ଲୋକେ ଗାଧୁଆପାଧୁଆ କରନ୍ତି। ତେଣୁ ଏବେ କୁମ୍ଭୀର ରହୁଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ତୁରନ୍ତ ବନ୍ଧରୁ କୁମ୍ଭୀରକୁ ବାହାର କରି ନେବାକୁ ଗ୍ରାମବାସୀମାନେ ବନ ବିଭାଗ ନିକଟରେ ଦାବି କରିଛନ୍ତି। ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡାଙ୍କ ସୂଚନାନୁସାରେ, ଚନ୍ଦକା ଅଭୟାରଣ୍ୟ ମଧ୍ୟରେ ଅମ୍ବିଲରେ ୨ଟି ମଗରମୁଁହା କୁମ୍ଭୀର (୮ ଫୁଟ୍‌ ଲମ୍ବ) ୮ ବର୍ଷ ହେଲା ଅଛନ୍ତି। ଗୁପ୍ତପଡ଼ା ବନ୍ଧକୁ ତାଙ୍କ ଛୁଆ ଆସିଥିବେ ବୋଲି ସେ କହିଛନ୍ତି।ସୂଚନାଯୋଗ୍ୟ ଯେ ଗତବର୍ଷ ମେଣ୍ଢାଶାଳର ହଦ ପୋଖରୀରୁ ଗୋଟିଏ ମଗରମୁଁହା କୁମ୍ଭୀରକୁ ଉଦ୍ଧାର କରି ଅମ୍ବିଲରେ ଛଡ଼ା ଯାଇଥିଲା। ଗୁପ୍ତପଡ଼ାରୁ ଅମ୍ବିଲ ଦୂରତା ମାତ୍ର ୧ କିମି ହୋଇଥିବାରୁ କୁମ୍ଭୀରଟି ଆସିଥିବ ବୋଲି ରେଞ୍ଜର ଶ୍ରୀ ପଣ୍ଡା କହିଛନ୍ତି। ସେ ଏହି ଘଟଣାର ସତ୍ୟତା ଦେଖିବେ ବୋଲି କହିଛନ୍ତି।

Share Now:

Kalinga News Beuro

Next Post

ଆଜି ରାଜ୍ୟରେ ପୁଣି ୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪କୁ ବୃଦ୍ଧି

Sun Jun 28 , 2020
ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୨୬୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୦ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୨୩୪ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ କେହି ଜଣେ ବି ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial