ବିଧାନସଭା ଦିନକ ପାଇଁ ସଟଡାଉନ୍‌ ଘୋଷଣା: ସୂଚନା ଦେଲେ ବାଚସ୍ପତି

ଭୁବନେଶ୍ବର: ଓଡ଼ିଶା ବିଧାନସଭାକୁ ଆଜି ଦିନକ ପାଇଁ ସଟଡାଉନ୍‌ ଘୋଷଣା କରାଯାଇଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବିଧାନସଭାର ଜଣେ କର୍ମଚାରୀଙ୍କ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଭୁବନେଶ୍ବର ଶନିବାର ଓ ରବିବାର ଦୁଇ ଦିନ ସପ୍ତାହାନ୍ତ ସଟଡାଉନ୍‌ ରହୁଥିବାରୁ ସୋମବାର ଦିନ ବିଧାନସଭାକୁ ଖୋଲାଯିବ କି ନା ସେଥିନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ସେଥିପାଇଁ ଆଜି ବିଧାନସଭା ଗେଟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି। ଏହି ସମୟରେ ବିଧାନସଭାକୁ ସାନିଟାଇଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । ପୂର୍ବରୁ ୨ ବିଧାୟକ ଷ୍ଟାଣ୍ଡିଂ କମିଟି ମିଟିଂରେ ଯୋଗ ଦେବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପଟେ, ଆଜି ରାଜ୍ୟରେ ଦିନକରେ ରେକର୍ଡ ସଂଖ୍ୟକ ୭୫୫ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୫୦୮ ଓ ସ୍ଥାନୀୟ ଅଂଚଳରୁ ୨୪୭ ଆକ୍ରାନ୍ତ ହୋଇଥିବା ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୧୧ ହଜାର ୯୫୬ରେ ପହଞ୍ଚିଛି। ଏଣେ ଆଜି ୪ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେବା ପରେ ସମଗ୍ର ରାଜ୍ୟରେ କରୋନାଜନିତ ମୃତକଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Next Post

ଓଡ଼ିଶାରେ ଆଜି ସର୍ବାଧିକ ୭୫୫ କରୋନା ଆକ୍ରାନ୍ତ‌ ଚିହ୍ନଟ: ଗଞ୍ଜାମରେ ସବୁଠାରୁ ଅଧିକ

Fri Jul 10 , 2020
ଭୁବନେଶ୍ୱର: ରାଜ୍ୟରେ ଆଉ 755 ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୭୫୫ ଆକ୍ରାନ୍ତଙ୍କ ମଧ୍ୟରୁ ୫୦୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୪୭ ରହିଛି। ରାଜ୍ୟ ସୂଚନା ଓ ଲୋକ […]
ତଥ୍ୟ ଲୁଚାଉଛି କିଏ ?

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial