ରାଜଧାନୀରେ ଆଉ ୫୨ ଆକ୍ରାନ୍ତ ଚିହ୍ନଟ: ଘରୋଇ ହସ୍ପିଟାଲରୁ ୧୦

ରାଜଧାନୀରେ ଆଉ ୫୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଆଜି ରାଜଧାନୀରେ ୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୪ଜଣ ସଙ୍ଗରୋଧରେ ଥିବା ବେଳେ ୧୮ଜଣ ସ୍ଥାନୀୟ ସଂକ୍ରମିତ। ଆଜିର ୫୨ ଜଣଙ୍କୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୨ ହୋଇଛି। ଏଥିରୁ ୬୪୬ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଆଜି ୨୯ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ବିଭିନ୍ନ ଘରୋଇ ହସ୍ପିଟାଲର ୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢ଼ାଇଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଆଇଆରସି ଭିଲେଜ ଏନ୍‌-୩, ଏନ୍‌-୬, ଏକ ଘରୋଇ ହସ୍ପିଟାଲର ସର୍ଭିସ୍‌ ପ୍ରୋଭାଇଡର, ନୀଳାଦ୍ରିବିହାର ଈଶାନେଶ୍ବର ବସ୍ତି, ନୂଆ ଗାଁ, ଘରୋଇ ହସ୍ପିଟାଲ କର୍ମଚାରୀ, ଶୈଳଶ୍ରୀବିହାର, ୟୁନିଟ-୧ ଆଖଣ୍ଡଳମଣି ବସ୍ତିି, ମଞ୍ଚେଶ୍ବର, ଭୀମଟାଙ୍ଗି, ନୀଳାଦ୍ରିବିହାର ସେକ୍ଟର-୨, ଘରୋଇ ହସ୍ପିଟାଲ କର୍ମଚାରୀ, ଲକ୍ଷ୍ମୀସାଗର, ଝାରପଡ଼ା ବୈରାଗୀ ନଗର, ରବି ଟକିଜ୍‌ ନିକଟସ୍ଥ ରାଧାବଲ୍ଲଭ ମଠ ନିକଟ, ଟଙ୍କପାଣି ରୋଡର ବ୍ରହ୍ମେଶ୍ବର ମନ୍ଦିର ନିକଟରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଘରୋଇ ହସ୍ପିଟାଲର ୬ଜଣ କର୍ମଚାରୀ, ନୂଆପଲ୍ଲୀ ଗାନ୍ଧୀ ବସ୍ତିରୁ ୨ଜଣ, ସହିଦ ନଗର ଆଙ୍ଗନ ରେସ୍ତୋରାଁ ନିକଟରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ ସଙ୍ଗରୋଧରେ ଥିଲେ।
ସେହିପରି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ନୂଆପଲ୍ଲୀ ବ୍ରିଟ କଲୋନି, ରସୁଲଗଡ଼ ଜିଜିପି କଲୋନି, ଅଶୋକନଗର, ହଳଦୀପଡ଼ା ବସ୍ତି, ଡୁମଡୁମା ଫେଜ୍‌-୩, ୟୁନିଟ-୮ ଡେଲ୍‌ଟା ଛକ, ଜାଗମରା, ଘାଟିକିଆ, ଘରୋଇ ହସ୍ପିଟାଲର ଜଣେ ଡାକ୍ତରୀ ଛାତ୍ରୀ, ଏନ୍‌-୫ର ଜଣେ, ରବି ଟକିଜ୍‌ ଛକ, ବଡ଼ଗଡ଼ ବ୍ରିଟ କଲୋନି, ଶୈଳଶ୍ରୀବିହାର ବଜରଙ୍ଗ ନଗର, ସାମନ୍ତରାପୁର ପୋଷ୍ଟ ଅଫିସ୍, ଚିନ୍ତା ମଣିଶ୍ବର ଲେନ୍‌-୮ ନିକଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖରପୁର ଗାୟତ୍ରୀବିହାର ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟରେ ୬୭୩ଜଣ କରୋନା ପଜିଟିଭ୍ ଚିହ୍ନଟ: ଆଜି ୬ ସଂକ୍ରମିତଙ୍କର ମୃତ୍ୟୁ

Mon Jul 20 , 2020
ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଲା ଭୁବନେଶ୍ବର: ଆଜି ରାଜ୍ୟରେ ୬୭୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଛି। ଉପରୋକ୍ତ ୬ମୃତକଙ୍କ ମଧ୍ୟରୁ ୫ ଗଞ୍ଜାମ ଜିଲ୍ଲାର ଓ ଗଜପତିରୁ ଜଣେ ଆକ୍ରାନ୍ତ ଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅଧିକ ତଥ୍ୟ ପ୍ରଦାନ […]
ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial