ଆଣ୍ଡାମାନର ବିରଳ ଜନଜାତିଙ୍କୁ କରୋନା

ଆଣ୍ଡାମାନର ବିରଳ ଜନଜାତିଙ୍କୁ କରୋନା

ପୋର୍ଟବ୍ଲେୟାର: ଆଣ୍ଡାମାନ ନିକୋବରରେ ବା‌ସ କରୁଥିବା ଏକ ବିରଳ ଜନଜାତିର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜିର ଦିନରେ ଆଣ୍ଡାମାନରେ ଉକ୍ତ ନିର୍ଦ୍ଦିଷ୍ଟ ବିରଳ ଜନଜାତି ଗୋଷ୍ଠୀର ମାତ୍ର ୫୦ ଜଣ ଲୋକ ବାସ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ଏହି ୧୦ ଜଣ କରୋନା ସଂକ୍ରମିତ ଜନଜାତି ଲୋକଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇ ଫେରିଲେଣି ଓ ସେମାନଙ୍କୁ ଗୃହ ସଙ୍ଗରୋଧରେ ରଖାଯାଇଛି। ତେବେ ଏହି ବିରଳ ଜନଜାତି ଗୋଷ୍ଠୀଙ୍କ ମଧ୍ୟରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଇଂରେଜ ଶାସନ କାଳରେ ଉନ୍ନବିଂଶ ଶତାବ୍ଦୀ ବେଳକୁ ଏହି ଜନଜାତି ଗୋଷ୍ଠୀଙ୍କ ସଂଖ୍ୟା ୫ ହଜାର ଥିଲାବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୫୦ ମଧ୍ୟରେ ସୀମିତ ରହିଛି। ସୂଚନାଯୋଗ୍ୟ, ଆଣ୍ଡାମାନ ନିକୋବର ଦ୍ବୀପରେ ମୋଟ ୪ ଲକ୍ଷ ଜନସଂଖ୍ୟା ମଧ୍ୟରୁ ୨୨୬୮ ଜଣ କରୋନା ସଂକ୍ରମିତ ‌ହୋଇଛନ୍ତି ଏବଂ ୩୭ ଜଣଙ୍କର ମୃତ୍ୟୁ ହୋଇଛି।

Share Now:

Kalinga News Beuro

Next Post

ରାପିଡ୍‌ ଆଣ୍ଟିଜେନ୍‌ କିଟ୍‌ ଅଭାବ: ସଙ୍କଟରେ ଗୁରୁତର ରୋଗୀ

Fri Aug 28 , 2020
କଟକ : କଟକ ବଡ଼ ମେଡିକାଲ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସୁଥିବା ଗୁରୁତର ରୋଗୀଙ୍କ ଜୀବନ ଏବେ ସଙ୍କଟରେ। କୋଭିଡ-୧୯ର ଚିକିତ୍ସା ନିୟମାବଳୀ ଅନୁଯାୟୀ ଏବେ ଚିକିତ୍ସା ଆରମ୍ଭ ପୂର୍ବରୁ ରୋଗୀଙ୍କ ତୁରନ୍ତ ଆଣ୍ଟିଜେନ ପରୀକ୍ଷା ପାଇଁ କିଟ୍ସ ନାହିଁ। ଫଳରେ ରୋଗୀଙ୍କ ଆରଟିପିସିଆର ପରୀକ୍ଷା କରି ରିପୋର୍ଟକୁ ଅପେକ୍ଷା କରାଯାଉଛି। ଆରଟିପିସିଆର ରିପୋର୍ଟ ପାଇଁ ଗୋଟିଏ ଦିନରୁ ଅଧିକ ଲାଗି ଯାଉଥିବାରୁ ସେତେବେଳକୁ ଗୁରୁତର […]
କରୋନା ପ୍ରଭାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial