ରାଜଧାନୀର କରୋନା ସ୍ଥିତି ସମୀକ୍ଷା କଲେ ପର୍ଯ୍ୟବେକ୍ଷକ: ଆଲୋଚନାରେ କ’ଣ ହେଲା କହିଲେନି

ରାଜଧାନୀର କରୋନା ସ୍ଥିତି ସମୀକ୍ଷା

ଭୁବନେଶ୍ୱର : ରାଜଧାନୀରେ ଏବେ ଦୈନିକ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପାଖାପାଖି ରହୁଛି। ଏବେବି ରାଜଧାନୀରେ ୬୪୬ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୯୯ ଜଣଙ୍କର ମୃତ୍ୟୁ ହେଲାଣି। ଆଗକୁ ଦ୍ବିତୀୟ ଲହରି ଆସିବାର ସମ୍ଭାବନା ଅଛି। ଏପରି ସ୍ଥିତିରେ ଭୁବନେଶ୍ବରର କୋଭିଡ୍‌ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଭୁବନେଶ୍ବର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। କୋଭିଡ୍‌ ପର୍ଯ୍ୟବେକ୍ଷକ ବିଏମ୍‌ସିର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ବୈଠକ କରିଥିଲେ। ହେଲେ ବୈଠକରେ କ’ଣ ଆଲୋଚନା ହେଲା, ଭୁବନେଶ୍ବରରେ କରୋନା ମୃତ୍ୟୁ ସଂଖ୍ୟା କାହିଁକି ବଢ଼ୁଛି, ଆଗକୁ କ’ଣ ରଣନୀତି ଅଛି ସେନେଇ କିଛି ଆଲୋଚନା ହେଲା କି ନାହିଁ ବିଏମ୍‌ସି ଅଧିକାରୀଙ୍କୁ ପଚାରିଥିଲେ ହେଁ କିଛି ଉତ୍ତର ଦେଇନଥିଲେ। ବିଏମ୍‌ସି କମିସନରଙ୍କ ଅନୁପସ୍ଥିତିରେ ଏହି ବୈଠକ ହୋଇଥିଲେ ହେଁ ବିଏମ୍‌ସିର କୋଭିଡ ନୋଡାଲ ଅଫିସର ଶୁଭେନ୍ଦୁ ସାହୁ ଏନେଇ କିଛି ସୂଚନା ଦେଇନଥିଲେ। ବିଏମ୍‌ସି କର୍ତ୍ତୃପକ୍ଷ କରୋନା ସମ୍ପର୍କିତ ସୂଚନା ଲୁଚାଇବା ପଛରେ କ’ଣ କାରଣ ଅଛି ତାହା ଜଣାପଡ଼ିନି।

Share Now:

Kalinga News Beuro

Next Post

ଚିନାବାଦାମ ଚାଷୀଙ୍କ ପାଇଁ ସରକାରୀ ଯୋଜନା ପ୍ରହସନ : ଋଣ ଯନ୍ତାରେ ହଜାର ହଜାର ଚାଷୀ

Thu Nov 19 , 2020
ଯାଜପୁର: ଚଳିତ ବର୍ଷ ଯାଜପୁର ଜିଲ୍ଲାର ପ୍ରଳୟଙ୍କରୀ ବନ୍ୟା ଓ ଲଗାଣ ବର୍ଷାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ ହଜାର ହଜାର ଚାଷୀ। ତେବେ ବନ୍ୟାରେ ପଟୁ ପଡ଼ିଥିବା ଜମି ଓ ଅନୁକୂଳ ପାଗ ଚିନାବାଦାମ ଚାଷ ପାଇଁ ଅପୂର୍ବ ସୁଯୋଗ ଦେଇଛି। ଏହାର ସଦ୍‌ବିନିଯୋଗ କରିବା ପାଇଁ ଚାଷୀ ଅଣ୍ଟା ଭିଡ଼ିଛନ୍ତି। ଅଥଚ ସରକାରୀ ଯୋଜନା କେବଳ ଘୋଷଣା ଓ କାଗଜପତ୍ରରେ ସୀମିତ ରହିଛି। ଯାହାର ସୁଯୋଗ ହାତେଇବାରେ ଲାଗିଛନ୍ତି […]
ଚିନାବାଦାମ ଚାଷୀଙ୍କ ପାଇଁ ସରକାରୀ ଯୋଜନା ପ୍ରହସନ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial