ବ୍ରିଟେନ, ଦକ୍ଷିଣ-ଆଫ୍ରିକା ପରେ ନାଇଜେରିଆରେ କରୋନାର ନୂଆ ଭୁତାଣୁ ଚିହ୍ନଟ

୨୪ ଘଣ୍ଟା ମଧ୍ୟରେ ପୁଣି ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ବ୍ରିଟେନରେ ଚିହ୍ନଟ ନୂଆ କରୋନା ଭାଇରସ ସାରା ବିଶ୍ବରେ ଆତଙ୍କ ଖେଳାଇଥିବାବେଳେ ଆଫ୍ରିକୀୟ ଦେଶ ନାଇଜେରିଆରେ କରୋନାର ଆଉ ଏକ ରୂପାନ୍ତରଣ ଦେଖିବାକୁ ମିଳିଛି। ଆବଶ୍ୟ ନାଇଜେରିଆରେ ଏହି ନୂତନ ଭୁତାଣୁ ଉପରେ ଅଧିକ ଗବେଷଣା ଚାଲିଛି। ଯଦି ନାଇଜେରିଆ ସରକାରଙ୍କ ଆଶଙ୍କା ସତ ହୁଏ, ତେବେ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକା ପରେ ଏହା ହେବ କରୋନା ଭୁତାଣର ଆଉ ଏକ ନୂଆ ରୂପ। ଚିହ୍ନଟ ହୋଇଥିବା ଏହି ଭୁତାଣୁଟି ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଭୁତାଣୁଠାରୁ ଅଲଗା ବୋଲି ଆଫ୍ରିକା ସେଣ୍ଟର୍ସ ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ ର ମୁଖ୍ୟ ଜନ କେଙ୍ଗାସଙ୍ଗ୍ କହିଛନ୍ତି। ସେ କହିଛନ୍ତି ଯେ ନାଇଜେରିଆ ସିଡିସି ଓ ଆଫ୍ରିକା ସେଣ୍ଟର ଅଫ ଏକ୍ସଲେନ୍ସ ଜେନୋମିକ୍ସ ଓ ଇନଫେକ୍ସିଅସ ଡିଜିଜ ଦ୍ବାରା ଏହି ଭୁତାଣୁ ଉପରେ ଅଧିକ ଗବେଷଣା ଚାଲିଛି। ଗତ କିଛି ଦିନ ହେଲା ଆଫ୍ରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି। ଏହି ଦ୍ରୁତ ସଂକ୍ରମଣ ପଛରେ ନୂଆ ଭାଇରସ ଅଛି କି ନା ତାହା ଗବେଷଣା ସାପେକ୍ଷ ବୋଲି ଜନ କହିଛନ୍ତି। ସମଗ୍ର ଆଫ୍ରିକାରେ ଏବେ ପ୍ରାୟ ୨୫ ଲକ୍ଷ କରୋନା ଆକ୍ରାନ୍ତ ଅଛନ୍ତି।

Share Now:

Kalinga News Beuro

Next Post

ଆଜି ବଡ଼ଦିନ: ମଧ୍ୟରାତ୍ରିରେ ହେଲାନି ଉତ୍ସବ

Fri Dec 25 , 2020
ଶାନ୍ତି ଓ ପ୍ରେମର ପ୍ରତୀକ ଯୀଶୁ ଭୁବନେଶ୍ୱର: ଶାନ୍ତି, ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଭଗବାନ ଯୀଶୁ ଧରାବତରଣ କରିଛନ୍ତି। ତେଣୁ ସବୁଆଡ଼େ ଉତ୍ସବର ମାହୋଲ। ଖୁସିରେ ସାନ୍ତାକ୍ଲସ୍‌ ଆସିବ ଚକୋଲେଟ୍‌ ଓ ଉପହାର ନେଇ। କରୋନା କଟକଣା ଭିତରେ ବି ମାପୁଚୁପି ସଜେଇ ହେଇଛି ରାଜଧାନୀ। ସାଜସଜ୍ଜା ନହେଲେ ବି ପ୍ରଭୁ ଯୀଶୁଙ୍କ ଧରାବତରଣକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଚର୍ଚ୍ଚ ଓ ବଡ଼ ବଡ଼ ସପିଂ […]
ଆଜି ବଡ଼ଦିନ- ମଧ୍ୟରାତ୍ରିରେ ହେଲାନି ଉତ୍ସବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial