ରାଜ୍ୟରେ କରୋନା ସ୍ଥିତି: କାଲି କମିଥିଲା, ଆଜି ପୁଣି ବଢିଲା

ରାଜ୍ୟରେ କରୋନା ସ୍ଥିତି

ଭୁବନେଶ୍ୱର: ଗତକାଲି ତୁଳନାରେ ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ୧୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୫୭ ଜଣ ରୋଗୀ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୯୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ହେଉଛନ୍ତି ୬୪। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ଆଜି ସମସ୍ତ ରୋଗୀ ୨୪ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୩୩୭୨୩ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩୩୦୦୫୧। ରାଜ୍ୟରେ ଆକ୍ଟିଭ କେସ୍‌ ୧୭୧୭ ରହିଛି। ଆଜିର ତାଲିକାରେ ଭଦ୍ରକ, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର ଓ ସୋନପୁରରୁ ଜଣେ ଲଖାଏଁ କରୋନା ରୋଗୀ ଅଛନ୍ତି। ଅନ୍ୟ ଜିଲ୍ଲାମାନଙ୍କୁ ଦେଖିଲେ, ଅନୁଗୁଳ ଜିଲ୍ଲାରୁ ୮ଜଣ, ବାଲେଶ୍ୱରରୁ ୧୨ଜଣ, ବରଗଡ଼ରୁ ୭ଜଣ, ବଲାଙ୍ଗୀରରୁ ୩ଜଣ, କଟକରୁ ୫ଜଣ, ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୪ଜଣ, ଯାଜପୁରରୁ ୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪ଜଣ, ଖୋର୍ଦ୍ଧାରୁ ୮ଜଣ, କୋରାପୁଟରୁ ୨ଜଣ, ମୟୁରଭଞ୍ଜରୁ ୩ଜଣ, ନୂଆପଡ଼ାରୁ ୯ଜଣ, ପୁରୀରୁ ୨୦ଜଣ, ରାୟଗଡ଼ାରୁ ୨ଜଣ, ସମ୍ବଲପୁରରୁ ୧୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ୨ଜଣ ରହିଛନ୍ତି। ସୂଚନାଥାଉ କି, ଦେଶରେ କରୋନା ଟିକାକରଣ ଚାଲିଥିବା ବେଳେ କରୋନା ସଂକ୍ରମିତ କିନ୍ତୁ ନିୟମିତ ଚିହ୍ନଟ ହେଉଛନ୍ତି। ଯଦିଓ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ତେବେ ଟିକାକରଣ ହେଲେ କରୋନା ପଜିଟିଭ୍ ସଂଖ୍ୟାରେ ଧୀରେ ଧୀରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି। ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୦ ଲକ୍ଷ ପାର କରିଛି। ମୋଟ ମୃତ୍ୟୁ ସଂଖ୍ୟା ୨୦ ଲକ୍ଷ ୬୩ ହଜାର ୯୨୧କୁ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ କୋଟି ୬୫ ଲକ୍ଷ ୯୬ ହଜାର ୧୬୧ ହୋଇଛି। ସେହିପରି ୬ କୋଟି ୯୨ ଲକ୍ଷ ୫୧ ହଜାର ୬୮୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ବ୍ରିଟେନରେ କରୋନା ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ଗତକାଲି ଗୋଟିଏ ଦିନରେ ଦେଶରେ କରୋନା ଯୋଗୁଁ ୧୬୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ଏବେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୧ ହଜାର ୪୭୦ରେ ପହଞ୍ଚିଛି। ଗତକାଲି ଦିନକରେ ୩୩ ହଜାର ୩୫୫ ଜଣ ନୂଆ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩.୫ ମିଲିଅନରେ ପହଞ୍ଚିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି। ଦେଶରେ ଏବେ କରୋନାର ତୃତୀୟ ପଯର୍ୟାୟ ସଂକ୍ରମଣ ଜାରି ରହିଛି। ଗତ ଡିସେମ୍ବର ସୁଦ୍ଧା ଇଂଲଣ୍ଡର ୧୨ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହୋଇସାରିଛନ୍ତି।

Share Now:

Kalinga News Beuro

Next Post

କରୋନା ଟିକା ନେବା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

Wed Jan 20 , 2021
ହାଇଦ୍ରାବାଦ: କରୋନା ଟିକା ନେବା ପରେ ପୁଣି ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ ୪୦ବର୍ଷ ହୋଇଥିବା ବେଳେ ସେ ‌ଜ‌ାନୁଆରି ୧୯ରେ କରୋନା ଟିକା ନେଇଥିଲେ। ହେଲେ ଛାତିରେ ଯନ୍ତ୍ରାଣା ହେବାରୁ ଆଜି ସକାଳ ୫ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ କରୋନା ଟିକା ପାଇଁ ହୋଇନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ବୋଲି […]
କରୋନା ଟିକା ନେବା ପରେ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial