ଭଦ୍ରକ /ତିହିଡି : ମଣିଷ ଜୀବନର ଅନୁଭୂତି ଓ ଉପଲବ୍ଧିକୁ ନେଇ କବିଟିଏ କବିତା ରଚନା କରେ। ସେ ଅନୁଭୁତିରେ ଥାଏ ବିରହ ,ବିଚ୍ଛେଦ ,ଦୁଃଖ ,ଅବସାଦ ଓ ଅବଶୋଷ। କବି ପ୍ରେମକୁ ନେଇ ପ୍ରେମ କବିତା ମଧ୍ୟ ଲେଖେ। ଏହି ପ୍ରେମ କବିତା ଶାଶ୍ୱତ ହେଲେ ପାଠକୀୟ ଆଦୃତି ଲାଭ କରିଥାଏ ଓ କାଳଜୟୀ ହୁଏ ବୋଲି କବିତା ସଂକଳନ ‘ପ୍ରୀତିରୁପା’ ଲୋକାର୍ପଣ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। […]

ସାହିତ୍ୟ ଓ ଚଳଚିତ୍ର ଜଗତର ଅପୂରଣୀୟ କ୍ଷତି,ମହାଦ୍ରୁମଙ୍କ ସମ୍ପର୍କରେ କିଛି… ଭୁବନେଶ୍ୱର:୧୯୪୦-୪୨ ମସିହାର କଥା। ଏକ ଯାତ୍ରା ଦଳ ତାଙ୍କ ଘରେ ରହି ରିହର୍ସାଲ କରୁଥାଏ। ସେଇ ରିହର୍ସାଲ ହିଁ ବିଜୟଙ୍କ ଭିତରେ ବୁଣା ହେଇଥିଲା ଲେଖିବାର ମଞ୍ଜି। ଯାତ୍ରା ଦଳ ଭାଙ୍ଗିଗଲା, ଯିଏ ଯୁଆଡ଼େ ଚାଲିଗଲେ। ଅଥଚ ବିଜୟଙ୍କ ଭିତରେ ଯୋଉ ନିଆଁ ଜଳିଲା, ତାହା ଆଉ ଲିଭିଲାନି। ସେଇଠୁ ସେ କେବେ ‘ଯାଯାବର’ ପାଲଟିଲେ ତ ପୁଣି […]

ଭୁବନେଶ୍ୱର : ‘ଆଇନ ପିଠିରୁ ଚମଡ଼ା ଉତାରି କରିବାକୁ ହବ ଜୋତା.., ବେଆଇନ ଭାବେ ଆଣିବାକୁ ହେବ ମଣିଷର ସ୍ୱାଧୀନତା.. ଭଳି କବିତା ପଙ୍‌କ୍ତିରେ ସେ ସୃଷ୍ଟି କରିଥିଲେ ବିପ୍ଳବର ବହ୍ନି। ‘ଚରମପତ୍ର ଦେଲି ଭଗବାନ ଚରମପତ୍ର ଘେନ.., ଆଗାମୀ କାଲିର ଏଇ ପ୍ରଭାତରେ ଖାଲିକର ତମେ ଗୋଲକ ସିଂହାସନ.. ପଙ୍‌କ୍ତିରେ ସେ ଭଗବାନଙ୍କୁ ଆହ୍ୱାନ ଦେବାର ସତ୍‌ସାହସ ବି କରିଥିଲେ। ଖାସ୍‌ ଏଇଥିପାଇଁ କବିତା ସାମ୍ରାଜ୍ୟ ଭିତରେ ବାରି […]

ଚନ୍ଦ୍ର‌ଶେଖରପୁର: ଘରୋଇ ଇଂରାଜୀ ମାଧ୍ୟମ ବିଧ୍ୟାଳୟରେ ଅନୁ‌ଷ୍ଠିତ ହେବ ଏକ ନିଆରା ପ୍ରତିଯୋଗିତା। ଛାତ୍ରଛାତ୍ରୀମାନେ ଓଡ଼ିଆରେ ନିଜ ବୋଉଙ୍କ ନିକଟକୁ ଲେଖିବେ ଚିଠି। ଏହା ଫଳରେ ଇଂରାଜୀ ପାଠ ପଢ଼ୁଥିବା ପିଲାମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଜ୍ଞାନ ବୃଦ୍ଧି ପାଇବ। ପ୍ର‌ଥମେ ଓଡିଏମ୍ ସ୍କୁଲରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ। ଏପରି କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ଏମ୍‌ବିସି ଟିଭି ଓ ମଣିହାରା ଭିଜନ ପ୍ରାଇଭେଟ୍ ଲିମିଟେଡ୍‌ ଆୟୋଜନ କରିବେ। ଏମ୍‌ବିସି […]

ଭୁବନେଶ୍ୱର : ବିପ୍ଳବୀ କବି ରବି ସିଂ ପାଇବେ ଓଡ଼ିଶା ସାହିତ୍ୟ ଏକାଡେମିର ସର୍ବୋଚ୍ଚ ସମ୍ମାନ। ସାହିତ୍ୟକୁ ଜୀବନବ୍ୟାପୀ ସେବା ପାଇଁ ୨୦୧୭ ମସିହା ନିମନ୍ତେ ସେ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପାଇବେ। କବିତାର ପ୍ରତିଟି ପଙ୍କତିରେ ବିପ୍ଳବର ସ୍ୱରକୁ ଶାଣିତ କରିଥିବା ଶ୍ରୀ ସିଂହ ୫୦ରୁ ଉର୍ଧ୍ଵ ପୁସ୍ତକ ରଚନା କରିଛନ୍ତି। ୮୨ ବର୍ଷରେ ପଦାର୍ପଣ କରିଥିବା ଶ୍ରୀ ସିଂ ଆଜି ବି ବୀରଦର୍ପରେ ନିଜର କବିତା […]

Social media & sharing icons powered by UltimatelySocial