ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ମାଡ଼ ମରାଯିବା ଘଟଣାକୁ ୪ ଦିନ ହୋଇଗଲାଣି। ଉଷସୀ ଏନେଇ ଥାନାରେ ଅଭିଯୋଗ କରିବା ସହ ବୁଧବାର ରାଜ୍ୟ ସିନେକଳାକାର ସଂଘ ଏକ ସାମ୍ବାଦିକ ସମ୍ମଳନୀ ମଧ୍ୟ ଡାକିଥିଲେ। ମାତ୍ର ଗୁରୁବାର ଏହି ଘଟଣା ନୂଆମୋଡ଼ ନେଇଛି। ଅଭିଯୁକ୍ତ ଇନ୍ଦ୍ରମଣି ସାହୁ ଉଷସୀଙ୍କ ବିରୋଧରେ ତାଳଚେର ଏସ୍ଡିଜେଏମ୍ କୋର୍ଟରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ […]
ମନୋରଞ୍ଜନ
ଭୁବନେଶ୍ୱର: ଆଜି ପରଦାକୁ ଆସୁଛି ଦୁଇଟି ନୂଆ ଓଡ଼ିଆ ସିନେମା । ଏଥିମଧ୍ୟରୁ ଗୋଟିଏ ହେଲା ‘ଦିଓ୍ଵାନା ହେଲି ତୋ’ ପାଇଁ’ । ଅଶୋକ କୁମାର ଦାସ ଏହାର ପ୍ରଯୋଜକ ଏବଂ ଜଣାଶୁଣା ଅଭିନେତା- ନିର୍ଦ୍ଦେଶକ ଶ୍ରୀତମ୍ ଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି । ସେ ଏହାର କାହାଣୀ ବି ଲେଖିଛନ୍ତି । ଏଥିରେ ସିଦ୍ଧାନ୍ତ ମହାପାତ୍ର, ରୀୟା ଦେ, ଅମର ଗୁଡୁ, ଶ୍ରୀତମ ଦାସ, […]
ଚନ୍ଦ୍ରଶେଖରପୁର : ଦୁଇଟି ଲଗାତାର ହିଟ୍ ଫିଲ୍ମ ଭେଟି ଦେଇଥିବା ଓଲିଉଡ୍ ହିଟ୍ ଯୋଡ଼ି ଜ୍ୟୋତି ଓ ଝିଲିକ୍ଙ୍କୁ ଦେଖିବାକୁ ମିଳିବ ଆଉ ଏକ ଫିଲ୍ମରେ। ଆଜି ଓଡିଏମ୍ ସ୍କୁଲ୍ ମନ୍ଦିର ପରିସରରେ ଏହି ଫିଲ୍ମର ମହୁରତ ହୋଇଯାଇଛି। ପ୍ରଯୋଜକ ବିବେସିତା ଘଡ଼ାଇଙ୍କ ନୂଆ ଚଳଚ୍ଚିତ୍ର ‘ପ୍ୟାର୍ ଅଲଗା ପ୍ରକାର’ରେ ଦର୍ଶକମାନେ ପ୍ରେମ କାହାଣୀର କିଛିଟା ଅଲଗା ସ୍ୱାଦ ଦେଖିବାକୁ ପାଇବେ। ଏହାର ମୁଖ୍ୟ ଭୂମିକାରେ ନଟଖଟ ନାୟକ ଜ୍ୟୋତି […]
ଭୁବନେଶ୍ୱର: ଓଲିଉଡର ବରିଷ୍ଠ ସିନେ ଅଭିନେତା ଦେବୁ ବୋଷଙ୍କ ଶରୀରାବସ୍ଥା ଶୁକ୍ରବାର ଅପରାହ୍ନରେ ଗୁରୁତର ହୋଇଥିବା ଖବର ମିଳିଛି। ଦେବୁ ବୋଷଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଚିକିତ୍ସା ଜାରି ରହିଛି ବୋଲି ଦେବୁଙ୍କ ବଡ଼ ପୁଅ ସାର୍ଥକ ବୋଷ ଏହି ସୂଚନା ଦେଇଛନ୍ତି। ତେବେ ପରିବାର ଲୋକଙ୍କ କହିବାନୁସାରେ ଦେବୁ […]
ଭୁବନେଶ୍ୱର : ପୁଣି ଓଡ଼ିଆ ଝିଅ କମାଲ୍ ଦେଖାଇଲେ। ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ। ମୁମ୍ୱାଇରେ ହେବାକୁ ଥିବା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ସେ ଓଡ଼ିଶା ପାଇଁ ପ୍ରତିନିଧିତ୍ୱ କରିବେ। ଫେମିନା ମିସ୍ ଇଣ୍ଡିଆ ୨୦୧୮ ଜିତିବା ପରେ ଶ୍ରୁତିକ୍ଷା ଆଜି ନିଜ ଜନ୍ମ ମାଟିକୁ ଫେରିଛନ୍ତି। ଏଥିପାଇଁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କୋଲକାତାରେ ହୋଇଥିବା ପ୍ରତିଯୋଗିତରେ […]
ଜୟପୁର : ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦେଖାଦେଇଥିବା ବିବାଦ ତୁଟିନଥିବା ବେଳେ ଫିଲ୍ମର ଶୁଭମୁକ୍ତି ପାଇଁ ଫିଲ୍ମ ନିର୍ମାତାମାନେ ଆଶା ବାନ୍ଧି ବସିଛନ୍ତି। ଫିଲ୍ମଟିକୁ ପୁଙ୍ଖାନୁପୁଙ୍ଖ ଦେଖି ତାହାର କଥାବସ୍ତୁକୁ ତର୍ଜ୍ଜମା କରିବା ଲାଗି ସିବିଏଫ୍ସି ଏକ ଐତିହାସିକମଣ୍ଡଳୀ ଗଠନ କରିଛନ୍ତି। ତେବେ ଏହି ମଣ୍ଡଳୀର ଐତିହାସିକ ତଥା ଜୟପୁର ଅଗ୍ରଓ୍ଵାଲ ସ୍ନାତକୋତ୍ତର ମହାବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ଆର୍ଏସ ଖଙ୍ଗାରୋତ୍ ଆଜି ଦେଇଥିବା […]
ବେଙ୍ଗାଲୁରୁ: ନୂଆବର୍ଷ ଉପଲକ୍ଷେ ବେଙ୍ଗାଲୁରରେ ହେବାକୁ ଥିବା ‘ସନ୍ନି ନାଇଟ୍’ କାର୍ଯ୍ୟକ୍ରମରେ ପର୍ଣ୍ଣଷ୍ଟାର୍ ଟର୍ଣ୍ଣଡ୍ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନ ସାମିଲ୍ ହେଲେ ଆମେ ଗଣ ଆତ୍ମହତ୍ୟା କରିବୁ ବୋଲି କର୍ଣ୍ଣାଟକ ରକ୍ଷଣ ବୈଦିକ୍ ଯୁବ ସେନା ଧମକ ଦେବାପରେ ଏହି କାର୍ଯ୍ୟକ୍ରମରେ ସନ୍ନିଙ୍କ ଯୋଗଦାନ ଉପରେ ନିଷେଧାଦେଶ ଲଗାଇଛନ୍ତି କର୍ଣ୍ଣାଟକ ସରକାର। କର୍ଣ୍ଣାଟକର ଗୃହମନ୍ତ୍ରୀ ଆର୍.ରାମଲିଙ୍ଗା ରେଡ୍ଡୀ କହିଛନ୍ତି କି, ‘ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା […]
ଭୁବନେଶ୍ୱର: ଗତ କାଲି ରାତିରେ ସୁଦୀପ୍ତ ସାହୁ ନାମକ ଜଣେ ଯୁବକ ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଅଭିନେତା ଜୟୀରାମ ସାମଲ ଓର୍ଫ ଜୟୀଙ୍କୁ ନେଇ ‘ଜୟୀ ଭାଇ ଦୁନିଆ ଛାଡ଼ି ଚାଲିଗଲେ’ ଶୀର୍ଷକରେ ଏକ ଫଟୋ ଫେସ୍ବୁକ୍ରେ ପୋଷ୍ଟ କରିବା ପରେ ଚଳଚ୍ଚିତ୍ର ପ୍ରେମୀଙ୍କ ମହଲରେ ଆଲୋଡ଼ନ ଖେଳି ଯାଇଥିଲା। ଘଟଣାର ସତ୍ୟାସତ୍ୟରୁ ସେ ବର୍ତମାନ ସମ୍ପୂର୍ଣ ସୁସ୍ଥ ଥିବା ଜଣାପଡିଛି । ନିକଟରେ ତାଙ୍କ ଅଭିନୀତ ‘ଟିକେ […]