ଅଭିନେତା ଦେବୁ ବୋଷ ଗୁରୁତର

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ସିନେ ଅଭିନେତା ଦେବୁ ବୋଷଙ୍କ ଶରୀରାବସ୍ଥା ଶୁକ୍ରବାର ଅପରାହ୍ନରେ ଗୁରୁତର ହୋଇଥିବା ଖବର ମିଳିଛି। ଦେବୁ ବୋଷଙ୍କୁ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ହସ୍‌ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଚିକିତ୍ସା ଜାରି ରହିଛି ବୋଲି ଦେବୁଙ୍କ ବଡ଼ ପୁଅ ସାର୍ଥକ ବୋଷ ଏହି ସୂଚନା ଦେଇଛନ୍ତି।
ତେବେ ପରିବାର ଲୋକଙ୍କ କହିବାନୁସାରେ ଦେବୁ ପୂର୍ବରୁ ଦୁଇଥର ହୃତଘାତର ଶିକାର ହୋଇସାରିଛନ୍ତି। ତେବେ ଦେବୁଙ୍କର ଗୁରୁତର ହେବା କଥା ହଠାତ୍‌ ଶୁଣିବା ପରେ ତାଙ୍କ ପ୍ରଶଂସକ ଓ ଓଡ଼ିଆ ଇଣ୍ଡଷ୍ଟ୍ରି ଦେବୁଙ୍କ ଶରୀରବସ୍ଥା କିପରି ଅଛି ଜାଣିବାକୁ ଚେଷ୍ଟା କରିଛନ୍ତି। ଦେବୁ ଖୁବ୍‌ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଛନ୍ତି। ଦେବୁ ବୋଷ ହାଇଦ୍ରାବାଦରେ ତାଙ୍କ ସାନ ପୁଅଙ୍କ ପାଖରେ ରହୁଥିଲେ। ତେବେ ଆଜି ସକାଳୁ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ।

Share Now:

Kalinga News Beuro

Leave a Reply

Next Post

ତୈଳ ବଜାରରେ ନିଆଁ: ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରିବ ବିଜେଡି

Sat Apr 7 , 2018
ଭୁବନେଶ୍ୱର: ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ବଢ଼ି ଚାଲିଛି। ଏନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି ବିଜେଡି। ଏହାର ପ୍ରତିବାଦ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛି ବିଜେଡି। ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ। ଲିଫଲେଟ୍ ବାଣ୍ଟି ବିଜେଡି କର୍ମୀ ଲୋକଙ୍କୁ ସଚେତନ କରାଇବେ। ଗତକାଲି ମଧ୍ୟ ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ବଡଚଣାରେ […]

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial