ତୈଳ ବଜାରରେ ନିଆଁ: ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର: ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ବଢ଼ି ଚାଲିଛି। ଏନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛି ବିଜେଡି। ଏହାର ପ୍ରତିବାଦ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛି ବିଜେଡି। ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ। ଲିଫଲେଟ୍ ବାଣ୍ଟି ବିଜେଡି କର୍ମୀ ଲୋକଙ୍କୁ ସଚେତନ କରାଇବେ।
ଗତକାଲି ମଧ୍ୟ ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ବଡଚଣାରେ ଥିବା ପେଟ୍ରୋଲ ପମ୍ପରେ ଧାରଣା ଦିଆଯାଇଥିଲା। ତେବେ ବିଜେପି ଏହାର ଜବାବ ରଖିଛି। ଦଳ କହିଛି,” ଲୋକଙ୍କୁ ଭୁତେଇବା ପାଇଁ ବିଜେଡି ରାଜନୀତି ପାଇଁ ଏଭଳି ଆନ୍ଦୋଳନ କରୁଛି।”

Share Now:

Kalinga News Beuro

Leave a Reply

Next Post

ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର: ମିଳିଲା ଜାମିନ

Sat Apr 7 , 2018
ଯୋଧପୁର: ସଲମାନ୍‌ ଖାଁ’ଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଶେଷରେ ମିଳିଲା ଜାମିନ। ଆଜି ପୂର୍ବାହ୍ନ ୧୧ଟା ପରେ ଯୋଧପୁର ସେସନ୍ସ କୋର୍ଟରେ ଅଭିନେତା ସଲମାନ୍‌ଙ୍କ ଜାମିନ ଆବେଦନ ଶୁଣାଣି ଆରମ୍ଭ ହୋଇଥିଲା। ଅଦାଲତର କେସ୍‌ ତାଲିକାର ୧୫ ନମ୍ବରରେ ଥିଲା ସଲମାନ୍‌ଙ୍କର ଆବେଦନ ମାମଲା। ପ୍ରଥମେ ସଲମାନ୍‌ଙ୍କ ଭଉଣୀ ଓ ଅଙ୍ଗରକ୍ଷୀ ଅଦାଲତରେ ପହଞ୍ଚିଥିଲେ। ବିଚାରପତି ଦେବ କୁମାର ଖାତ୍ରୀଙ୍କୁ ପଦନ୍ନୋତି ଦିଆଯାଇ ବଦଳି କରାଯାଇଥିବାରୁ ନୂତନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial