ମହଙ୍ଗା ମାଡ଼: ବଢ଼ିଲା ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ

ବଢ଼ିଲା ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ମୂଲ୍ୟ-1

ନୂଆଦିଲ୍ଲୀ: ଦେଶର ଗୃହିଣୀଙ୍କୁ ମହଙ୍ଗା ମାଡ଼। ପୁଣି ଥରେ ବଢ଼ିଛି ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ। ସମସ୍ତ ମେଟ୍ରୋ ସହରରେ ଅଣ ସବସିଡିଯୁକ୍ତ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ଟଙ୍କା ବୃଦ୍ଧି ପାଇଛି। ଏହା ସହ ସରକାର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୟୁନିଟ୍ ପିଛା ୧୮୪ଟଙ୍କା ବୃଦ୍ଧି କରିଛନ୍ତି। ଦର ବୃଦ୍ଧି ପରେ ଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଏଲପିଜି ମୂଲ୍ୟ ୭୧୯ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ଏଲଜିପି ସିଲିଣ୍ଡରର ମୂଲ୍ୟ ଦର ବୃଦ୍ଧି ପରେ ୭୪୫.୫୦ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ବର୍ତ୍ତମାନ ଚେନ୍ନାଇରେ ଏହାର ମୂଲ୍ୟ ୭୩୫ଟଙ୍କା ହୋଇଛି। ସେହିଭଳି ଭୁବନେଶ୍ବରରେ ୧୪.୨ କିଲୋଗ୍ରାମ ସିଲିଣ୍ଡର ପିଛା ଏଲପିଜି ମୂଲ୍ୟ ୭୨୧ଟଙ୍କା ଥିବା ବେଳେ ଜୟପୁରରେ ୭୨୩ ଏବଂ ପାଟନା‌ରେ ୭୯୨.୫୦ରହିଛି। ଅନ୍ୟପକ୍ଷରେ, ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୫ ପଇସାକୁ ବୃଦ୍ଧି ପାଇ ଗୋଟେ ଲିଟରକୁ ୮୬.୬୫ ଟଙ୍କା ହୋଇଥିବା ବେଳେ ଡିଜେଲର ମୂଲ୍ୟ ମଧ୍ୟ ୩୫ପଇସା ବୃଦ୍ଧି ପାଇ ଏକ ଲିଟରକୁ ୭୬.୮୩ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୮୭.୩୨ଟଙ୍କା ଥିବା ବେଳେ ଡିଜେଲ ଲିଟର ପିଛା ୮୩.୭୧ଟଙ୍କା ରହିଛି।

Share Now:

Kalinga News Beuro

Next Post

ମେ’ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

Fri Feb 5 , 2021
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍), ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା(ସଂସ୍କୃତ) ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। କିନ୍ତୁ କେବେ ଫର୍ମପୂରଣ କରାଯିବ, କେଉଁ ଶୈଳୀରେ ପ୍ରଶ୍ନପତ୍ର ପଡ଼ିବ, ମାଟ୍ରିକ୍ ପରୀକ୍ଷାର ନିର୍ଦ୍ଦିଷ୍ଟ କାର୍ୟ୍ୟସୂଚୀ ବିଷୟରେ ବୋର୍ଡ କିମ୍ବା ଗଣଶିକ୍ଷା ବିଭାଗ […]
ମେ’ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial