ମମତାଙ୍କ ସମର୍ଥନରେ ଶିବସେନା: ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ ପାଇଁ ପ୍ରଚାର କରିବ

ମମତାଙ୍କ ସମର୍ଥନରେ ଶିବସେନା

ମୁମ୍ବାଇ: ଶିବସେନା ଆଜି (ଗୁରୁବାର) ଘୋଷଣା କରିଛି ଯେ ସେମାନେ ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ; କିନ୍ତୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ମମତା ବାନାର୍ଜୀଙ୍କୁ ଜିତାଇବା ପାଇଁ ନିର୍ବାଚନ ପ୍ରଚାର କରିବେ। ଦଳର ସଭାପତି ଉଦ୍ଧବ ଠାକରେଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆ ଯାଇଥିବା କହିଛନ୍ତି ଦଳର ବରିଷ୍ଠ ନେତା ସଞ୍ଜୟ ରାଉତ। ପଶ୍ଚିମବଙ୍ଗର ସାଂପ୍ରତିକ ଦୃଶ୍ୟକୁ ଦେଖିଲେ ଲାଗୁଛି ଚଳିତ ନିର୍ବାଚନ ଯେପରି ‘ଦିଦି ବନାମ ଅନ୍ୟ ସମସ୍ତେ’ ପରି ହୋଇପଡ଼ିଛି। ସମସ୍ତ ପ୍ରକାରର ‘ଅର୍ଥବଳ’, ‘ବାହୁବଳ’ ଓ ‘ମିଡିଆବଳ’କୁ ‘ମମତା ଦିଦି’ ବିରୋଧରେ ବ୍ୟବହାର କରାଯାଉଛି। ତେଣୁ ଚଳିତ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରି ‘ମମତା ଦିଦି’ଙ୍କ ପାଇଁ ପ୍ରଚାର କରିବାକୁ ଶିବସେନା ନିଷ୍ପତ୍ତି ନେଇଛି। ଆମେ ମମତା ଦିଦିଙ୍କ ବିପୁଳ ସଫଳତା କାମନା କରୁଛୁ ବୋଲି ବରିଷ୍ଠ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଘୋଷଣା କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୯ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଶିବସେନା ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରରେ ସହଯୋଗୀ ଥିଲା ଏବଂ ସେହି ବର୍ଷ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲା ଶିବସେନା। ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗର ୨୧ଟି ଆସନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଶିବସେନା ପ୍ରାର୍ଥୀ।

Share Now:

Kalinga News Beuro

Next Post

ରାଖାଲଗୁଡା ଘାଟରେ ଦେଶୀ ଡଙ୍ଗାରେ ଅସୁରକ୍ଷିତ ଯାତ୍ରା

Fri Mar 5 , 2021
ପ୍ରଶାସନର ଦୃଷ୍ଟି କେବେ ପଡିବ ? ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବହୁ ଅଞ୍ଚଳ ନଦୀ ତଥା ନାଳ ଯୋଗୁଁ ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇ ରହିଛି। ସିଧାସଳଖ ସଡକ ପଥ ନଥିବାରୁ ସରକାରୀ ଯୋଜନା ବି ସେହି ଅଞ୍ଚଳରେ ପହଞ୍ଚିପାରେ ନାହିଁ। ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଅଞ୍ଚଳ ଗୁଡିକରେ ବିକାଶ କାର୍ଯ୍ୟ ଆଦୌ ହୋଇପାରି ନାହିଁ। ତଥାପି ବଞ୍ଚିବା ପାଇଁ ଲୋକେ ସଂଘର୍ଷ […]
ବିନା ଲାଇଫ ଜ୍ୟାକେଟରେ ଅସୁରକ୍ଷିତ ଯାତ୍ରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial