ରୁଷିଆ ଆଣିଲା ପଶୁଙ୍କ ପାଇଁ ପ୍ରଥମ କୋଭିଡ୍‌ ଟିକା

ରୁଷିଆ ଆଣିଲା ପଶୁଙ୍କ ପାଇଁ ପ୍ରଥମ କୋଭିଡ୍‌ ଟିକା

ମସ୍କୋ: ପଶୁମାନଙ୍କ ପାଇଁ ବିଶ୍ବର ପ୍ରଥମ କୋଭିଡ୍‌ ଟିକା ରୁଷିଆରେ ବିକଶିତ ହୋଇଥିବା ଜଣାଯାଇଛି। କରୋନାଭୂତାଣୁର ଉତ୍ପତ୍ତି ସଂକ୍ରାନ୍ତ ସଦ୍ୟ ରିପୋର୍ଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପଶୁଙ୍କ ଦେହରୁ ମନୁଷ୍ୟ ଶରୀରକୁ ସଂକ୍ରମଣ ବ୍ୟାପିଛି ବୋଲି ସ୍ପଷ୍ଟ କରିବା ସହ ଏଥି ପାଇଁ ଚିନ୍ତା ପ୍ରକଟ କରିଥିବା ବେଳେ ପଶୁଙ୍କ ପାଇଁ ରୁଷିଆର ଏହି କାର୍ଣ୍ଣିଭାକ୍‌-କୋଭ୍‌ ନାମକ ଟିକାର ବିକାଶ ଗୁରୁତ୍ବ ବହନ କରୁଛି। ସୂଚନାନୁଯାୟୀ, ଗତ ଅକ୍ଟୋବର ମାସରୁ ବିଭିନ୍ନ ପଶୁଙ୍କ ଠାରେ ରୁଷିଆ ଚଳାଇଥିବା ନୈଦାନିକ ପରୀକ୍ଷଣରେ କୁକୁର, ବିରାଡ଼ି, କୋକଶିଆଳି ଓ ମିଙ୍କ୍‌ ପରି ପ୍ରାଣୀଙ୍କ ଠାରେ କରୋନା ବିରୋଧୀ ଆଣ୍ଟିବଡି ବିକଶିତ ହୋଇଥିବା ସ୍ପଷ୍ଟ ହୋଇଛି। ଫଳରେ ଟିକାକରଣ ଦ୍ବାରା ବିଭିନ୍ନ ପଶୁଙ୍କୁ କରୋନା ଭୂତାଣୁ ଦାଉରୁ ମୁକ୍ତ ରଖିବା ସହ ଏହାର ରୂପାନ୍ତରୀକରଣକୁ ମଧ୍ୟ ପ୍ରତିରୋଧ କରିହେବ ବୋଲି ରୁଷୀୟ ବିଶେଷଜ୍ଞମାନେ ଆଶାବାଦୀ ଅଛନ୍ତି। ଏଥି ସହିତ ଏହି ଟିକାର ଗଣପ୍ରସ୍ତୁତି ଚଳିତ ମାସରେ ଆରମ୍ଭ ହେବ ବୋଲି ରୁଷିଆ ଘୋଷଣା କରିଛି।

Share Now:

Kalinga News Beuro

Next Post

ପିପିଲିରେ ବିଜେପି ରାଲି ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

Fri Apr 2 , 2021
ପୁରୀ: ପିପିଲିରେ ବିଜେପି ରାଲି ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ରାୟଗୁରୁପୁରରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ରାଲିରେ ଉପସ୍ଥିତ ଥିବା କର୍ମୀଙ୍କ ଉପରକୁ ଆକ୍ରମଣ ହୋଇଥିବା କୁହାଯାଇଛି। ଅଭିଯୋଗ ଅନୁଯାୟୀ, ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପିର ଜଣେ କର୍ମୀ ଆହତ ହୋଇଛନ୍ତି। ଏପରିକି ରାଲିରେ ଯାଉଥିବା ବିଜେପି କର୍ମୀଙ୍କ ଗାଡ଼ିକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ମଧ୍ୟ ହୋଇଛି। ଏହାର ପ୍ରତିବାଦରେ ଡେଲାଙ୍ଗ-ରାୟଗୁରୁପୁର ରାସ୍ତାରେ […]
ବିଜେପି ରାଲି ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial