ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ଣ୍ଣର ହୋଇ ପାରନ୍ତି ରଘୁରାମ ରାଜନ

ଲଣ୍ଡନ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୂର୍ବତନ ଗଭର୍ଣ୍ଣର , ବରିଷ୍ଠ ଅର୍ଥଶାସ୍ତ୍ରୀ ରଘୁୁରାମ ରାଜନ ବ୍ୟାଙ୍କ ଅଫ ଇଂଳଣ୍ଡର ଗଭର୍ଣ୍ଣର ପଦରେ ଅଭିଷିକ୍ତ ହୋଇ ପାରନ୍ତି। ବର୍ତ୍ତମାନ ବ୍ରିଟେନ୍‌ ସରକାର ଜଣେ ବିଦେଶୀ ଅର୍ଥନିତିଜ୍ଞଙ୍କୁ ବ୍ୟାଙ୍କ ଅଫ୍‌ ଇଂଲଣ୍ଡର ଗଭର୍ଣ୍ଣର ପଦରେ ବସାଇବାକୁ ଚାହୁଁଥିବା ବେଳେ ଚିକାଗୋର ଏହି ଭାରତୀୟ ଅର୍ଥନିତିଜ୍ଞ ଏହି ପଦବି ପାଇଁ ଯୋଗ୍ୟତମ ବ୍ୟକ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ବ୍ୟାଙ୍କ ଇଂଲଣ୍ଡର ଗଭର୍ଣ୍ଣର ଥିବା ବିଦେଶୀ ଅର୍ଥଶାସ୍ତ୍ରୀ ତଥା କାନାଡ଼ା ଜନ୍ମିତ ମାର୍କ କାର୍ନିଙ୍କର କାର୍ଯ୍ୟକାଳ ଆସନ୍ତା ୨୦୧୯ ଜୁନ୍‌ ମାସରେ ଶେଷହେବ। ୨୦୧୩ ମସିହାରେ ମାର୍କ କାର୍ନି ଏହି ଦାୟିତ୍ୱ ନେଇଥିଲେ। ସେହିପରି ବ୍ରଟ୍ରେନ୍‌ର ଚାନସେଲର ଫିଲିପ୍‌ ହାମ୍ମଣ୍ଡ ମଧ୍ୟ କାର୍ନିଙ୍କ ଉତ୍ତରାଧକାରୀ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଥିବା ଓ ଜଣେ ବିଦେଶୀ ଅର୍ଥଶାସ୍ତ୍ରୀ ଏହି ପଦବିରେ ନିଯୁକ୍ତି ଦିଆଯିବେ ବୋଲି ସୂଚନା ଦେଇଛନ୍ତି। ଏ ଦୃଷ୍ଟିକୋଣରୁ ରଘୁରାମ ରାଜନଙ୍କ ଉପରେ ନଜର ରଖାଯାଇଥିିବା ଚର୍ଚ୍ଚା ହଉଛି। ରାଘୁରାମ ରାଜନଙ୍କ ପାଖରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ହେବାର ଅଭିଜ୍ଞତା ସାଙ୍ଗକୁ ସେ ଜଣେ ଆନ୍ତର୍ଜାତୀୟ ସ୍ତରର ସର୍ବମାନ୍ୟ ତା ଜଣାଶୁଣା ଅର୍ଥଶାସ୍ତ୍ରୀ।ତେବେ ଚଳିତ ବର୍ଷ ଜନ୍‌ ମାସରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Leave a Reply

Next Post

କଲମରେ ଦାଗ: ଅଧ୍ୟାପକ ସାଜିଲେ ଯମଦୂତ

Tue Apr 24 , 2018
ପାର୍ସଲ ବୋମା ବିସ୍ଫୋରଣ ମାମଲା: ଅଧ୍ୟାପକ ପୁଞ୍ଜିଲାଲ ମେହେର ମାଷ୍ଟରମାଇଣ୍ଡ- ପୁଲିସ ଡିଜି ଭୁବନେଶ୍ୱର: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଓ ହତ୍ୟା ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ହେଉଛନ୍ତି ଭଇଁଷା କଲେଜ ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ବୋଲଇ ପୁଲିସ ମହାନିର୍ଦ୍ଦେଶକ ଡ. ଆରପି ଶର୍ମା କହିଛନ୍ତି।ତେବେ ଏହି ମାମଲାରେ ରାୟପୁରରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଏ ପର୍ଯ୍ୟନ୍ତ ଏହି ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ ବୋଲି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial