ଏୟାର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ହେବେ ଭିଜିଲାନ୍ସ ନିର୍ଦ୍ଦେଶକ

ଏୟାର ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର ହେବେ ଭିଜିଲାନ୍ସ ନିର୍ଦ୍ଦେଶକ

କଟକ: ଏୟାର ଆମ୍ବୁଲାନ୍ସରେ କୋଲକାତା ଯିବେ ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀ। ଏଥିଲାଗି ଏୟାରପୋର୍ଟ ଅଭିମୁଖେ ବାହାରିଛନ୍ତି। କରୋନା ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଇପିଏସ ଅଫିସର ଦେବାଶିଷ। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି। ଭେଣ୍ଟିଲେଟରରେ ଥିଲେ ବି ଶରୀରରେ ଅକ୍ସିଜେନ ସ୍ତର କମି ଯାଉଛି। ତେଣୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେବାକୁ ଯୋଜନା କରାଯାଇଛି। କୋଲକାତାର ଏକ ଘରୋଇ ଡାକ୍ତରଖାନା ସହ ଯୋଗାଯୋଗ କରାଯାଇଛି। ସେଠାକାର ବିଶେଷଜ୍ଞ ଡାକ୍ତରଙ୍କ ସହ ଦେବାଶିଷଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ଆଲୋଚନା କରାଯାଇଛି। ଆଜି ଏୟାର ଆମ୍ବୁଲାନ୍ସରେ ପୁଲିସ ଏଡିଜି ଦେବାଶିଷ ପାଣିଗ୍ରାହୀଙ୍କୁ କୋଲକାତା ପଠାଯିବ। ଦେବାଶିଷ କରୋନା ପଜିଟିଭ ବୋଲି ଜଣାପଡ଼ିବା ପରେ ମେ ୨୯ ତାରିଖରେ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରଥମେ ଆଇସିୟୁ ଆଉ ପରେ ଭେଣ୍ଟିଲେଟରରେ ଥିଲେ। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ଆମେ ଆଶାବାଦୀ ଅଛୁ ସେ ଶୀଘ୍ର ସୁସ୍ଥ ହୋଇଫେରିବେ। ସେଭଳି ଡ଼ାକ୍ତର ମାନସ କହିଛନ୍ତି, କ୍ଲିନିକାଲ ରିପୋର୍ଟ ଅନୁଯାୟୀ ତାଙ୍କ ଫୁସ୍ ଫୁସ୍ ନଷ୍ଟ ହୋଇଛି। ସେ ମଧୁମେହ ଓବେସିଟି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବାରୁ ସ୍ବାସ୍ଥ୍ୟବସ୍ଥା ବେଶି ଗୁରୁତର ହୋଇପଡ଼ିଛି।

Share Now:

Kalinga News Beuro

Next Post

ଦୁଇ ମାସ ପରେ ଲକ୍ଷେ ତଳକୁ ଖସିଲା କରୋନା ସଂକ୍ରମଣ

Tue Jun 8 , 2021
୨୪ ଘଣ୍ଟାରେ ୮୬,୪୯୮ ଜଣ ନୂଆ ପଜିଟିଭ ଚିହ୍ନଟ ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀରେ କୋଭିଡ -୧୯ ସଂକ୍ରମଣର ମାମଲା ହ୍ରାସ ପାଇବାରେ ଲାଗିଛି। ପାଖାପାଖି ୬୩ ଦିନ ପରେ ଆଜି ଏକ ଲକ୍ଷରୁ କମ୍ କରୋନା ସଂକ୍ରମଣ ମାମଲା ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୬,୪୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୨୩ […]
୧ ଲକ୍ଷ ତଳକୁ ଆସିଲା କରୋନା ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial