ଆଜି ରାଜ୍ୟରେ ୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ:ମହାରାଷ୍ଟ୍ରରୁ ଆସିଛନ୍ତି ୩୧ ଜଣ

ଭୁବନେଶ୍ୱର: ଆଜି ରାଜ୍ୟରେ ନୂଆ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭଙ୍କ ସଂଖ୍ୟା ୧୫୯୩ରେ ପହଂଚିଛି। ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲାରୁ ସର୍ବାଧିକ ୧୬ ଜଣ ରହିଥିବାବେଳେ ଖୋର୍ଦ୍ଧା ଓ ନୂଆପଡ଼ାରୁ ୧୩ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୨ ଜଣ, କଟକରୁ ୧୧ ଜଣ, ନୟାଗଡ଼ରୁ ୨ ଜଣ, ଜଗତସିଂହପୁରରୁ ୬ ଜଣ, ସୁନ୍ଦରଗଡ଼ରୁ ୨ ଜଣ, ମୟୁରଭଞ୍ଜରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୪ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ଅଧିବାସୀ ବୋଲି ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୧୫୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୫୩ଟି ସକ୍ରିୟ ମାମଲା ରହିଛି। ସେହିପରି ୭୩୩ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏଠାରେ ସୂଚନା ଥାଉ କି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ଯାଜପୁର ରହିଛି। ଏଠାରେ ୨୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୩୯ଟି କରୋନା ପଜିଟିଭ ସହ ତୃତୀୟରେ ବାଲେଶ୍ୱର ଜିଲ୍ଲା ରହିଛି।

Share Now:

Kalinga News Beuro

Next Post

ଚିନ୍ତା ବଢ଼ାଇଲାଣି ପଙ୍ଗପାଳ: କୀଟନାଶକ ସ୍ପ୍ରେ କରିବା ପାଇଁ ନିୟୋଜିତ ହେଲା ୭୦୦ଟ୍ରାକ୍ଟର, ୭୫ଫାୟାର ଇଞ୍ଜିନ ଏବଂ ୫୦ଟି ଗାଡ଼ି

Wed May 27 , 2020
ନୂଆଦିଲ୍ଲୀ: ଏପଟେ ଦେଶରୁ କରୋନା ସଂକଟ ନ ଟଳୁଣୁ ସେପଟେ ଚିନ୍ତା ବଢ଼ାଇଲେଣି ଫସଲ ନଷ୍ଟକାରୀ ‌ପଙ୍ଗପାଳ ଦଳ। ଭାରତରେ ଏବେ ଏକ କିସମର କ୍ଷତିକାରକ ପ୍ରବାସୀ ପଙ୍ଗପାଳ ନଜର ଆସିଛନ୍ତି। ଯିଏକି ଦେଶର ଅନେକଗୁଡ଼ିଏ ରାଜ୍ୟର ଚାଷ ଜମିରେ ପଶି ଫସଲ ନଷ୍ଟ କରି ଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିବାରେ ଲାଗିଛନ୍ତି। ଏହି ପଙ୍ଗପାଳ ଗୋଷ୍ଠୀଙ୍କ ସାମ୍ନାରେ ଆସୁଥିବା ପ୍ରତ୍ୟେକ ଜିନିଷକୁ ସେମାନେ ନଷ୍ଟ କରି ଦେଉଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial