ବମିଖାଲ ଓଭରବ୍ରିଜ ଦୁର୍ଘଟଣା: ଜଣେ ଶ୍ରମିକ ମୃତ, ଅନ୍ୟ ଜଣକୁ ଆମ୍ରି ସ୍ଥାନାନ୍ତର

ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ, ଡିସିପି-ଜିଲ୍ଲାପାଳ ଉପସ୍ଥିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବମିଖାଲ ଓଭରବ୍ରିଜରେ ଗୁରୁବାର ପୁଣି ଥରେ ଦୁର୍ଘଟଣା ଘଟିଛି। ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ଅଞ୍ଚଳର ଅଜୟ ନାମରେ ଜଣେ ୩୮ ବର୍ଷିଅ ଯବକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ସୁନ୍ଦରଗଡ଼ର ଜିଲ୍ଲାର ଦେଓଗାଁର ଅନ୍ୟ ଜଣେ ଶ୍ରମିକ ଆନନ୍ଦ କୁମାର ନାଏକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଥିଲା। ମାତ୍ର ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆମ୍ରି ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ଓଭରବ୍ରିଜ ଷ୍ଟ୍ରକ୍ଚର କାମ ଚାଲିଥିବା ବେଳେ ଅଜୟ ଓ ଆନନ୍ଦ ତଳକୁ ଖସି ପଡ଼ି ଥିଲେ। ସେମାନେ ଲୁହା ରେଲିଂରେ ଚାପି ହୋଇ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରି ଆମ୍ବୁଲାନ୍ସରେ ହସ୍ପିଟାଲ ନେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଖବର ପାଇ କମିସନରେଟ ପୁଲିସର ଡିସିପ ଅନୁପ ସାହୁ, ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳ ଉତ୍ତେଜନା ରହିଛି। ନିର୍ମାଣାଧୀନ କମ୍ପାନିକୁ ନେଇ ସର୍ବସାଧାରଣରେ ବିଭିନ୍ନ ମତ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ରାଜଧାନୀର ବମିଖାଲରେ ନିର୍ମାଣାଧୀନ ଫ୍ଲାଏ ଓଭର ବ୍ରିଜ ଗତବର୍ଷ ସେପ୍ଟେମ୍ବର ୧୦ରେ ଭୁଶୁଡ଼ି ଥିଲା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୫ଜଣ ଆହତ ହୋଇଥିଲେ। ନିର୍ମାଣ କାମରେ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିଲା ବୋଲି ନିର୍ମାଣାଧୀନ କମ୍ପାନିର ଅଧିକାରୀମାନେ ସ୍ୱୀକାର କରିଥିଲେ। ପରେ ଏ ନେଇ ଏକ ମାମଲା ରୁଜୁ କରାଯାଇଥିଲା।

ସେପ୍ଟେମ୍ବର ୧୦ରେ ଦୁର୍ଘଟଣା ପରେ ଏନଡିଆରଏଫର ୮୪ ଉଦ୍ଧାର କର୍ମଚାରୀ ଲାଗିଥିଲେ। ଏହି କାର୍ଯ୍ୟରେ ୪୪ଜଣ ଯବାନ ନିଯୋଜିତ ଥିବା ବେଳେ ୪ଟି ସନ୍ଧାନୀ କୁକୁରକୁ ନିୟୋଜିତ ହୋଇଥିଲେ। ଝିଅ ଶୀତଲକୁ ନେଇ ଘରକୁ ଫେରୁଥିବା ଝାରପଡ଼ାର ସତ୍ୟ ପଟ୍ଟନାୟକ ମୃତ୍ୟୁର ଶିକାର ହୋଇଥିଲେ। ଘଟଣା ପରେ ଉପ କାର୍ଯ୍ୟନିର୍ବାହୀ ବଂଶୀଧର ପ୍ରହରାଜ ଓ ସହାୟକ ଯନ୍ତ୍ରୀ କିଶୋର ରାଉତଙ୍କୁ ନିଲମ୍ବିତ ହୋଇଥିଲେ। ଫ୍ଲାଏ ଓଭର ବ୍ରିଜର ଠିକାଦାର ସଂସ୍ଥା ହେଉଛି ପଣ୍ଡା ଇନଫ୍ରା କମ୍ପାନି। ୨୦୧୬ରେ କମ୍ପାନି ନିର୍ମାଣ କାମ ଆରମ୍ଭ କରିଥିଲା।

Share Now:

Kalinga News Beuro

Leave a Reply

Next Post

ଝାରସୁଗୁଡା ବିମାନବନ୍ଦରକୁ ଲାଇସେନ୍ସ ମିଳିଲା, ଖୁବ ଶୀଘ୍ର ଉଡାଣ

Fri May 4 , 2018
ଭୁବନେଶ୍ୱର : ଝାରସୁଗୁଡାରେ ହୋଇଛି ରାଜ୍ୟର ୨ୟ ବିମାନବନ୍ଦର । ଝାରସୁଗୁଡା ଏୟାରପୋର୍ଟକୁ ଆଜି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ( ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଛି । ଏହା ଫଳରେ ଏହି ଏୟାରପୋର୍ଟରୁ ସିଡ୍ୟୁଲଡ ଅପରେସନ ଆରମ୍ଭ ହୋଇପାରିବ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଆଗାମୀ ଦିନରେ ରାଉରକେଲା, ଜୟପୁର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial