ଆଜି ରାଜ୍ୟରେ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: କମୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୦୨ କରୋନା ଆକ୍ରାନ୍ତ ଚିହ୍ନଟ। ସେମାନଙ୍କ ମଧ୍ୟରୁ ୧୪୯୫ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୧୦୭ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୨୯୭୮୮ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୮୯୭୩୬୨ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୨୮୦୧୫ ଜଣ।
ଗତ ଦିନକ ମଧ୍ୟରେ ଅନୁଗୁଳ ଜିଲ୍ଳାରୁ ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୧୬୪ ଜଣ, ବରଗଡ଼ରୁ ୧୩, ଭଦ୍ରକରୁ ୯୫, ବଲାଙ୍ଗୀରରୁ ୫, ବୌଦ୍ଧରୁ ୨୧, କଟକରୁ ୩୯୭, ଦେବଗଡ଼ରୁ ୫, ଢେଙ୍କାନାଳରୁ ୯୩, ଗଜପତିରୁ ୯, ଗଞ୍ଜାମରୁ ୮, ଜଗତ୍‌ସିଂହପୁରରୁ ୯୧, ଯାଜପୁରରୁ ୧୮୩, ଝାରସୁଗୁଡ଼ାରୁ ୨୬, କଳାହାଣ୍ଡିରୁ ୯, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୫୯, କେନ୍ଦୁଝରରୁ ୭୨, ଖୋର୍ଦ୍ଧାରୁ ୫୨୯, କୋରାପୁଟ୍‌ରୁ ୩୨, ମାଲକାନଗିରିରୁ ୩୨, ମୟୂରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୧୮, ନୟାଗଡ଼ାରୁ ୬୨, ନୂଆପଡ଼ାରୁ ୫, ପୁରୀରୁ ୧୭୪, ରାୟଗଡ଼ାରୁ ୩୩, ସମ୍ବଲପୁରରୁ ୨୫, ସୋନପୁରରୁ ୧୭, ସୁନ୍ଦରଗଡ଼ରୁ ୬୪ ଓ ‌ଷ୍ଟେଟ୍‌ପୁଲ୍‌ରୁ ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share Now:

Kalinga News Beuro

Next Post

ୱେବ୍‌ସିରିଜ୍ ନାମରେ ଲକ୍ଷାଧିକ ଟଙ୍କା ଠକେଇ : ନବାଗତ କଳାକାରଙ୍କଠାରୁ ଟଙ୍କା ନେଇଛନ୍ତି

Wed Jul 7 , 2021
ଚନ୍ଦ୍ରଶେଖରପୁର: ଓଡ଼ିଆରେ ୱେବ୍ ସିରିଜ୍ ନିର୍ମାଣ କରିବା ନାଁରେ ଠକେଇ ଅଭିଯୋଗ ଆସିଛି। ଅବିନାଶ ରାଉତ ନାମକ ଯୁବକ ନିଜକୁ ମୁମ୍ବାଇ ଫେରନ୍ତା ଚଳଚ୍ଚିତ୍ର ନିର୍ଦ୍ଦେଶକ ବୋଲି କହି କିଛି ନବାଗତ କଳାକାରଙ୍କଠାରୁ ଠକେଇ କରିବା ସହ ଯୁବତୀଙ୍କୁ କାଷ୍ଟିଂକାଉଚ୍‌ ଜାଲରେ ଫସାଇଥିବା ଅଭିଯୋଗ ହୋଇଛି। ଏହାଛଡ଼ା ସିରିଜ୍‌ ନିର୍ମାଣ ପାଇଁ ସୁଟିଂରେ ନିୟୋଜିତ ଟେକ୍ନିସିଆନଙ୍କୁ ପାରିଶ୍ରମିକ ଦେଇନଥିବାରୁ ସେମାନେ ମଧ୍ୟ ବିଭିନ୍ନ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, […]
ୱେବ୍‌ସିରିଜ୍ ନାମରେ ଲକ୍ଷାଧିକ ଟଙ୍କା ଠକେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial