ବିଶ୍ବରେ ୨୦ କୋଟି ଟପିଲା କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ସମଗ୍ର ବିଶ୍ବରେ ୨୦ କୋଟି ଟପିଲା

ନୂଆଦିଲ୍ଲୀ: ଆଜି ‘ୱାର୍ଲଡୋମିଟର୍‌’ରୁ ପ୍ରାପ୍ତ ତଥ୍ୟାବଳି ଅନୁସାରେ, ସମଗ୍ର ବିଶ୍ବରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦,୨୬୪,୩୫୬ରେ ପହଞ୍ଚିଛି। ଏଥିରୁ ୧୮୦,୫୩୧,୪୫୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୨୫୮,୬୯୩ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ୩୬,୦୪୯,୦୧୫ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଯୁକ୍ତରାଷ୍ଟ୍ର ଆମେରିକା କରୋନାଭାଇରସ୍‌ ସଂକ୍ରମଣ ମାମଲାରେ ବିଶ୍ବର ସର୍ବାଗ୍ରେ ରହିଛି। ସେମାନଙ୍କ ମଧ୍ୟରୁ ୨୯,୭୫୬,୫୮୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬୩୦,୪୯୭ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଯାଇଛି। ଏବେ ଆମେରିକାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୫,୬୬୧,୯୩୨।ସମୁଦାୟ ୩୧,୭୬୭,୯୬୫ କରୋନାଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଥାଇ ଭାରତ ବିଶ୍ବର ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୦,୯୨୫,୩୪୮ଜଣ ଆରୋଗ୍ୟ ହୋଇଥିବା ବେଳେ ୪୨୫,୭୮୯ଜଣ ପ୍ରାଣ ହରାଇଛନ୍ତି। ଏବେ ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟ ରହିଛି ୪୧୬,୮୨୮। କୋଭିଡ୍‌-୧୯ ସଂକ୍ରମଣର ତୃତୀୟ ସ୍ଥାନରେ ରହିଛି ବ୍ରାଜିଲ୍‌। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୪୬,୮୬୫। ଏହା ବ୍ୟତିରେକେ, ବ୍ରାଜିଲ୍‌ରେ ୫୫୮,୫୯୭ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କରୋନାଭାଇରସ୍‌ ମହାମାରୀର ଚତୁର୍ଥ ସ୍ଥାନରେ ରହିଛି ରୁଷ୍। ରୁଷ୍‌ରେ ସମୁଦାୟ ୬,୩୩୪,୧୯୫ଜଣ ଆକ୍ରାନ୍ତ ହୋଇଛନ୍ତି, ୫,୬୫୯,୭୪୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୧୬୦,୯୨୫ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ରୁଷ୍‌ ପଛକୁ ଯଥାକ୍ରମେ ରହିଛନ୍ତି, ଫ୍ରାନ୍ସ୍‌, ଇଂଲଣ୍ଡ୍‌, ତୁର୍କୀ, ଆର୍ଜେଣ୍ଟିନା ସମେତ ବିଶ୍ବର ୨୧୯ଟି ଦେଶ।

Share Now:

Kalinga News Beuro

Next Post

ଓଡ଼ିଶାରେ ୨୪ ଘଣ୍ଟାରେ ୧୩୧୫ ଜଣ କରୋନା ପଜିଟିଭ ଚିହ୍ନଟ

Wed Aug 4 , 2021
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୩ ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୭୬୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୫୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା […]
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୩

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial