ହସ୍ପିଟାଲରେ ୭୦% ଶଯ୍ୟା ଖାଲି: ହଜାରେ କୋଭିଡ୍‌ ସିସିସି ଶଯ୍ୟା କମିଲା

ହସ୍ପିଟାଲରେ ୭୦% ଶଯ୍ୟା ଖାଲି

ଭୁବନେଶ୍ୱର : ରାଜଧାନୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଦିନକୁ ଯେତିକି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ତା’ର ଦୁଇଗୁଣା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ମୋଟ୍‌ ଆକ୍ରାନ୍ତଙ୍କର ୭୫% ହୋମ୍‌ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏବେ ଆକ୍ରାନ୍ତଙ୍କ ପାଇଁ ହସ୍ପିଟାଲରେ ଚିକିତ୍ସା ଅସୁବିଧା ନାହିଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ବିଏମ୍‌ସି କମିସନର କହିଛନ୍ତି ଯେ, କୋଭିଡ୍‌ ହସ୍ପିଟାଲରେ ଏବେ ସାଧାରଣ ୱାର୍ଡରେ ୩୦% ଶଯ୍ୟାରେ ଆକ୍ରାନ୍ତ ଅଛନ୍ତି। ୧୦୦ରୁ ଅଧିକ ଆଇସିୟୁ ଶଯ୍ୟା ଖାଲି ଅଛି। ତେଣୁ ଯେଉଁମାନେ ହସ୍ପିଟାଲରେ ଚିକିତ୍ସିତ ହେବାକୁ ଚାହିଁବେ ସେମାନେ ଯାଇପାରିବେ। ସେହିପରି ଏବେ କୋଭିଡ୍‌ କେୟାର ସେଣ୍ଟର (ସିସିସି)ରେ ଲୋକ ହେଉନଥିବାରୁ ଏହାକୁ ବନ୍ଦ କରିଦିଆଯାଇଛି। ସିସିସିରେ ଥିବା ମୋଟ‌ ଶଯ୍ୟାରୁ ହଜାରେ ଶଯ୍ୟା ବିଏମ୍‌ସି କମାଇ ଦେଇଛି। ଏବେ କେବଳ ଡୁମଡୁମା, ପଟିଆରେ କୋଭିଡ୍‌ କେୟାର ସେଣ୍ଟର ଚାଲିଛି ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଯୋଡ଼ି ହେଲା ବାଙ୍କୀ ମୁହାଣ: ଆକର୍ଷଣୀୟ ହେବ ପରିତ୍ୟକ୍ତ ବେଳାଭୂମି

Thu Oct 29 , 2020
ପୁରୀ : ଶହଶହ ବର୍ଷ ପରେ ପୁରୀର ବାଙ୍କୀ ମୁହାଣ ଓ ଗୋଲଡେନ ବିଚ୍‌କୁ ଭାଗ ଭାଗ କରି ରଖିଥିବା ବାଙ୍କୀ ମୁହାଣ ‌ବେଳାଭୂମିକୁ ଯୋଡ଼ି ଦିଆଯାଇଛି। ଦୁଇ ବେଳାଭୂମି ମଧ୍ୟରେ ରହିଥିବା ଜଳାଧାର ମଧ୍ୟରେ ଏକ ସା‌ଇଫନ (ପୋଲ) ନିର୍ମାଣ କରା‌ଯାଇଛି। ଫଳରେ, ମହାପ୍ରଭୁଙ୍କ ଦାରୁ ଲାଗିଥିବା ପବିତ୍ର ବାଙ୍କୀ ମୁହାଣ ପୁଣିଥରେ ହସିବ। ଏହି ପବିତ୍ରସ୍ଥଳ ପର୍ଯ୍ୟଟନ ଓ ସଂସ୍କୃତିର ପ୍ରାଣକେନ୍ଦ୍ରରେ ପରିଣତ ହେବ। ଗତ ୨୪ […]
ଯୋଡ଼ି ହେଲା ବାଙ୍କୀ ମୁହାଣ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial