ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୭୭ ଆକ୍ରାନ୍ତ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୯

କରୋନାରୁ ସୁସ୍ଥ ହେଲେ ୪୭୭

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୪୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ଏଥିରେ ୧୯୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୬୪୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୭୬ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି। ମୟୁରଭଞ୍ଜରୁ ୨୬, ପୁରୀରୁ ୨୩, ସମ୍ବଲପୁରରୁ ୨୧, ଜଗତସିଂହପୁରରୁ ୧୯, ବାଲେଶ୍ୱରରୁ ୧୬, ଯାଜପୁରରୁ ୧୨, କେନ୍ଦ୍ରାପଡ଼ାରୁ ୧୧, ସୁନ୍ଦରଗଡ଼ରୁ ୬ ଓ ନୟାଗଡ଼ରୁ ୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳ, ଗଞ୍ଜାମ, କୋରାପୁଟରୁ ୩ ଜଣ ଲେଖାଏଁ, ଦେବଗଡ଼, କେନ୍ଦୁଝରରୁ ୨-୨ ଜଣ, ବରଗଡ଼, ଭଦ୍ରକ, ଗଜପତି, ଝାରସୁଗୁଡ଼ା, କନ୍ଧମାଳ, ରାୟଗଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Share Now:

Kalinga News Beuro

Next Post

କରୋନା କଟକଣା ପାଇଁ ଦଶହରାରେ ଦେବୀ ଦର୍ଶନରୁ ବଞ୍ଚିତ ଭକ୍ତ

Fri Oct 15 , 2021
ଭୁବନେଶ୍ୱର: ମହାମାରୀ କରୋନା କଟକଣା ପାଇଁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାର୍ବଣର ମାହୋଲ ‌ସାରା ରାଜ୍ୟରେ ଦେଖିବାକୁ ମିଳୁନାହିଁ। ମହାମାରୀ ନେଇ ପ୍ରଶାସନ ଜାରି କରିଥିବା ସମସ୍ତ କଟକଣା ସହକାରେ ପୂଜା କରାଯାଉଛି। କେବଳ ଦେବୀ ଦୁର୍ଗାଙ୍କ ନୀତିକାନ୍ତି କରାଯାଉଥିବା ବେଳେ, ସାଧାରଣ ଦର୍ଶନ ବନ୍ଦ। ସଂକ୍ରମଣ ଆଶଙ୍କା‌ରେ ପୂଜା ମଣ୍ଡପଗୁଡ଼ିକରେ ୭ ଜଣରୁ ଅଧିକ ରହି‌ବେ ନାହିଁ ବୋଲି ରାଜ୍ୟ ସରକାର ନିୟମ କରିଛନ୍ତି। […]
ଆଜି ଦଶହରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial