ଆସୁଛି କି କରୋନାର ୪ର୍ଥ ଲହର ? ସତର୍କ ରହିବାକୁ କହିଲା ‘ହୁ’

ଆସୁଛି କି କରୋନାର ୪ର୍ଥ ଲହର ?

ନୂଆଦିଲ୍ଲୀ : ବିଶ୍ୱର ଅଧିକାଂଶ ଭାଗରେ କରୋନା ସଂକ୍ରମଣ କମି କମି ଚାଲିଛି। ଏହାକୁ ଦୃଷ୍ଟିରେ ରଖି କେତେକ ଦେଶ କଟକଣା କୋହଳ କରିସାରିଲେଣି। ଭାରତରେ ମଧ୍ୟ କଟକଣା ସଂପୂର୍ଣ୍ଣ କୋହଳ କରାଯାଇଛି। କିନ୍ତୁ ଆଗକୁ ପୁଣି ବିପଦ ମାଡ଼ିଆସୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏକ ନୂଆ ଲହର ସଂପର୍କରେ ସତର୍କ କରିଦେଇଛି। ଚୀନର ଓମିକ୍ରନ ସଂକ୍ରମଣ ବଢିବା ପରେ କେତେକ ସହରରେ କଠୋର ଲକଡାଉନ ଲାଗୁ କରାଯାଇଛି। ଦକ୍ଷିଣ କୋରିଆରେ ଗୁରୁବାର ଦିନ ପ୍ରାୟ ୬ ଲକ୍ଷ୨୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସେଠାକାର ବିଭିନ୍ନ ସହରରେ ପୁଣି କଟକଣା ଲାଗୁ କରାଯିବା ସହ ବୁଷ୍ଟର ଡୋଜ୍ ଦିଆଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଗତ ସପ୍ତାହକ ମଧ୍ୟରେ ସମଗ୍ର ବିଶ୍ୱରେ ଦକ୍ଷିଣ କୋରିଆରେ ହିଁ ସର୍ବାଧିକ ସଂକ୍ରମଣ ଦେଖାଦେଇଛି। କୋରିଆ ପଛକୁ ରହିଛି ଭିଏତନାମ। ଅନ୍ୟପକ୍ଷରେ ଇସ୍ରାଏଲରେ କୋଭିଡର ଏକ ନୂଆ ପ୍ରଜାତି ବା ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହା ଓମିକ୍ରନର ଦୁଇଟି ଉପ ପ୍ରଜାତିର ସମ୍ମିଶ୍ରଣରେ ସୃଷ୍ଟି ହୋଇଛି ବୋଲି ଇସ୍ରାଏଲର ବୈଜ୍ଞାନିକମାନେ କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ୟୁକ୍ରେନ ସମେତ ପୂର୍ବ ୟୁରୋପୀୟ ଦେଶଗୁଡ଼ିକରେ ଦ୍ରୁତ ଗତିରେ ମାଡ଼ି ଚାଲିଛି ଓମିକ୍ରନ ସଂକ୍ରମଣ। ଏହାକୁ ଦେଖିଲେ ବିଶ୍ୱରେ ପୁଣି ୪ର୍ଥ ଲହର ଆସିବା ନେଇ ଆଶଙ୍କା ବଢିଯାଇଛି।

Share Now:

Kalinga News Beuro

Next Post

ବିଶ୍ୱରେ ଗରିବଙ୍କୁ ଭୋକିଲା ରଖିପାରେ ରୁଷ-ୟୁକ୍ରେନ ଯୁଦ୍ଧ: ମିଳିତ ଜାତିସଂଘ

Thu Mar 17 , 2022
ନୂଆଦିଲ୍ଲୀ: ବିଶ୍ୱରେ ଯୁଦ୍ଧର କୁପରିଣାମ ଭୋଗିବେ ଗରିବ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲୁଥିବା ଯୁଦ୍ଧ ସମଗ୍ର ବିଶ୍ୱରେ ଥିବା ଗରିବ ଲୋକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି। ମିଳିତ ଜାତିସଂଘ ଏଭଳି କହି ସାରା ବିଶ୍ୱକୁ ଚେତାଇ ଦେଇଛି। ବାଣିଜ୍ୟ ଏବଂ ବିକାଶକୁ ନେଇ ମିଳିତ ଜାତିସଂଘ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ରୁଷ-ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ୱରେ ଥିବା ଗରିବ ଲୋକ ଖାଦ୍ୟ ଏବଂ […]
ମିଳିତ ଜାତିସଂଘ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial