ଏନ୍‌ଏଚ୍‌ ୩୫୩ର କାମ ଶୀଘ୍ର ସାରିବା ଦାବିରେ ବିଜେଡିର ରାସ୍ତା ଅବରୋଧ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୩୫୩ର କାମ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ଆଜି ସକାଳେ ବିଜୁ ଜନତା ଦଳ ପକ୍ଷରୁ କୁରୁମପୁରି ଗାଁର ନିକଟରେ ଥିବା ଜାତୀୟ ରାଜପଥ ଅବରୋଧ କରାଯାଇଛି। ଫଳରେ ରାୟପୁର ଗୋପାଳପୁର ମଧ୍ୟରେ ଗମନାଗମନ ଠପ୍‌ ହୋଇଯାଇଛି। ଜାତୀୟ ରାଜପଥ ଅବରୋଧ ଯୋଗୁଁ ନୂଆପଡ଼ାରୁ ଖଡ଼ିଆଳ ମଧ୍ୟରେ ବସ୍‌ ଓ ଟ୍ରକ୍‌ ଚଳାଚଳ ବନ୍ଦ ରହିଛି।


ଗତକାଲି ଜାତୀୟ ରାଜପଥ ୩୫୩ର ନିର୍ମାଣ କାମ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦାବିରେ ଜିଲ୍ଲାର ଜନସେଚତନ ମଞ୍ଚ ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯାଇଥିଲା। ଫଳରେ ଭାରିଯାନ ଓ ଟ୍ରକ ଚଳାଚଳ ବନ୍ଦ ରହିଥିଲା। କିନ୍ତୁ ଅନ୍ୟ ଯାନବାହାନ ଚଳାଚଳ ସ୍ୱାଭାବିକ ରହିବା ସହ ଦୋକାନ ବଜାର ଖୋଲା ରହିଥିଲା।

Share Now:

Kalinga News Beuro

Leave a Reply

Next Post

ଆଗେ ଜରିମାନା, ପରେ ପରିବେଶ ଅନୁମତି: ଖିଲାପୀ ଖଣି ଲିଜ୍‌ଧାରୀଙ୍କ ପାଇଁ କେନ୍ଦ୍ରର ୪ ସର୍ତ୍ତ, ପୁଣି ଜରିମାନା ଅସୁଲ ପାଇଁ ଓଡ଼ିଶାକୁ ସୁଯୋଗ

Wed Jun 6 , 2018
ରାଉରକେଲା : ଜଙ୍ଗଲ ଓ ପରିବେଶ ଆଇନ ଉଲ୍ଲଙ୍ଘନ କରି ଖଣିଜ ଉତ୍ତୋଳନ କରିଥିବା ଲିଜ୍‌ଧାରୀଙ୍କୁ ଉତ୍ତୋଳିତ ଖଣିଜର ବଜାର ଦର ଅନୁଯାୟୀ ୧୦୦% ଜରିମାନା ପୈଠ କରିବାକୁ ପଡ଼ିବ। ୨୦୧୭ ଅଗଷ୍ଟ ୨ରେ ସୁପ୍ରିମ୍‌କୋର୍ଟ ଦେଇଥିବା ରାୟର ଅନୁପାଳନ ନିମନ୍ତେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଦୁଇ ଦିନ ପୂର୍ବେ ଏଭଳି ସସର୍ତ୍ତ କଟକଣା ଜାରି କରିଛନ୍ତି। ନିର୍ଦ୍ଦେଶନାମାରେ ଥିବା ସର୍ତ୍ତ ଅନୁଯାୟୀ ଭାରତୀୟ ଖଣି ବ୍ୟୁରୋ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial