ଅଶ୍ଳୀଳ ଭିଡିଓ ଦେଖି ଦୁଇ ନାବାବାଳିକାଙ୍କୁ ଗଣଦୁଷ୍କର୍ମ

ଅଶ୍ଳୀଳ ଭିଡିଓ ଦେଖି ଗଣଦୁଷ୍କର୍ମ

ପାଟନା: ବିହାରର ଶେଖପୁରା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି। ବରବିଘା ଥାନା ଅଞ୍ଚଳର ଏକ ଗାଁରେ ସୋମବାର ସନ୍ଧ୍ୟାରେ ୬ ଜଣ ନାବାଳକ ୨ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହାପରେ ନାବାଳକମାନେ ୩ ଟଙ୍କା ଦେଇ ଘଟଣା ବିଷୟରେ କାହାକୁ ନ କହିବା ପାଇଁ କହିଥିଲେ। ସୂଚନା ମିଳିବା ପରେ ବରବିଘାର ପୁଲିସ ୨ ନାବାଳକଙ୍କୁ ଗିରଫ କରିଛି। ୪ ଜଣ ନାବାଳକ ଫେରାର ଅଛନ୍ତି। ଘଟଣା ବିଷୟରେ ନାବାଳିକାଙ୍କ ଜେଜେ ମାଆ ସୋମବାର ବିଳମ୍ବିତ ସନ୍ଧ୍ୟାରେ ବରଭିଘା ଥାନାରେ ମାମଲା ରୁଜୁ କରିଛନ୍ତି। ଜେଜେ ମାଆ କହିଥିଲେ, ମୋ ନାତୁଣୀ ଯେତେବେଳେ ଘରକୁ ଆସିଥିଲା ସେତେବେଳେ ସେ କାନ୍ଦୁଥିଲା। ଏହାପରେ ଜୋର ଦେଇ ପଚାରିବାରୁ ସେ ଘଟଣା ବିଷୟରେ ସବିଶେଷ କଥା କହିଥିଲା। ଥାନା ଅଧିକାରୀଙ୍କ ଅନୁସାରେ, ସମସ୍ତ ୬ ଜଣ ସାଙ୍ଗ ସନ୍ଧ୍ୟା ପ୍ରାୟ ୫ ରୁ ୬ଟା ବେଳେ ଏକା ସହିତ ବସି ଫୋନରେ ଅଶ୍ଳୀଳ ଭିଡିଓ (ପର୍ଣ୍ଣ) ଦେଖିଥିଲେ। ଏହା ପରେ ସେମାନଙ୍କ ମନରେ ଯୌନଲାଳସା ଜାଗ୍ରତ ହେବାରୁ ସେମାନେ ସେପରି କାମ କରିବାକୁ ଚାହିଁଥିଲେ। ସେଠାରୁ ଅଳ୍ପ ଦୂରରେ ହିଁ ଦୁଇ ନାବାଳିକା ଶାଗ କାଟୁଥିଲେ। ସେମାନେ ନାବାଳିକାଦ୍ଵୟଙ୍କୁ ଉଠାଇ ନେଇ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଘଟଣାରେ ସଂପୃକ୍ତ ଥିବା ସମସ୍ତ ନାବାଳକଙ୍କ ବୟସ ୧୦ ରୁ ୧୨। ଦୁଇ ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଶେଖପୁରା ପଠାଯାଇଛି। ସୂଚନା ଅନୁସାରେ ଧରା ପଡିଥିବା ୨ ଅଭିଯୁକ୍ତ ନାବାଳକଙ୍କୁ କୋର୍ଟରେ ହାଜର କରିବା ପାଇଁ ପ୍ରସ୍ତୁତି କରାଯାଉଛି।

Share Now:

Kalinga News Beuro

Next Post

ରାଜଧାନୀରେ ବାବାଙ୍କ ରାସଲୀଳା : ଲୋକଙ୍କ ଅଭିନବ ଆନ୍ଦୋଳନ

Tue Mar 8 , 2022
ବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ ସହ ରାସ୍ତାରେ ବସି ଖାଇଲେ ଭୁବନେଶ୍ବର: ଡୁମୁଡୁମା ରଘୁନାଥନଗର ଅଞ୍ଚଳରେ ଥିବା କୃଷ୍ଣ ମଠରେ ଜଣେ ବାବାଙ୍କ ରାସଲୀଳା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ମଠରେ ମହିଳା ଓ ଶିଶୁଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଅନୁସୂଚିତ ଜାତିର ମହିଳାଙ୍କୁ ବାବା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। କିନ୍ତୁ ଥାନାରେ ଅଭିଯୋଗ ହେବା ପରେ ବି […]
ଲୋକଙ୍କ ଅଭିନବ ଆନ୍ଦୋଳନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial