ନିଦ୍ରାରୁ ଚିରନିଦ୍ରା: ମାଡ଼ିଗଲା ହାଇୱା,ଡ୍ରାଇଭର ବି ବଞ୍ଚିଲେନି

ପାଟକୁରା : ଗତକାଲି ରାତିରେ ଦୋକାନ ଭିତରେ ଶୋଇଥିଲେ। କିନ୍ତୁ ଜାଣିନଥିଲେ ସବୁଦିନ ପାଇଁ ଶୋଇଯିବେ। ଯମ ଦୂତ ପରି ମାଡ଼ି ଆସିଲା ହାଇୱା। ବିଶ୍ରାମାଗାରକୁ ଧକ୍କା ଦେଇ ପାଖରେ ଥିବା ଦୋକାନ ଉପରେ ମାଡ଼ିଗଲା ହାଇୱା। ଫଳରେ ଦୋକାନୀ ସମେତ ହାଇୱା ଚାଳକଙ୍କର ମୃତ୍ୟୁ ଘଟିଛି। ଆଜି ସକାଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ କ୍ରସିଂ ଛକରେ ଘଟିଛି।

ଜାତୀୟ ରାଜପଥର ୫(କ) କ୍ରସିଂ ଛକରେ ଥିବା ବିଶ୍ରାମାଗାର ପାଖରେ ଦୋକାନ କରି ପରିବାର ଭରଣ ପୋଷଣ କରୁଥିଲେ ବାଳକୃଷ୍ଣ ଜେନା। ସବୁ ଦିନ ପରି ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ଭିତରେ ଶୋଇଥିଲେ। ରାତି ପାହିବା ପୂର୍ବରୁ ତାଙ୍କ ଜୀବନ ଚାଲିଗଲା। ଆଜି ଭୋର ସମୟରେ ଏକ ହାଇୱା ବିଶ୍ରାମାଗାରକୁ ଧକ୍କା ଦେଇ ବାଳକୃଷ୍ଣଙ୍କ ଦୋକାନ ଉପରେ ମାଡ଼ି ଯାଇଥିଲା। ଫଳରେ ନିଦରେ ଶୋଇଥିବା ବାଳକୃଷ୍ଣ ଚିର ନିଦ୍ରାରେ ଶୋଇଗଲେ। ତାଙ୍କ ସହିତ ଗାଡ଼ି ଚାଳକଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରିଛି।

Share Now:

Kalinga News Beuro

Leave a Reply

Next Post

ପ୍ରଣବ ଦେଲେ ସହିଷ୍ଣୁତାର ମନ୍ତ୍ର

Fri Jun 8 , 2018
ନାଗପୁର : ବୟୋଜ୍ୟେଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଜି ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌)ର ବାର୍ଷିକ ସଭାରେ ଯୋଗ ଦେଇ କର୍ମୀମାନଙ୍କୁ ଶାନ୍ତି, ସହିଷ୍ଣୁତା, ଉଦାର ଜାତୀୟତାବାଦ ଏବଂ ଧର୍ମନିରପେକ୍ଷତାର ପାଠ ପଢ଼ାଇଛନ୍ତି। ସେ କହିଛନ୍ତି ଯେ ଭାରତର ଆତ୍ମା ବହୁବାଦ ଏବଂ ସହିଷ୍ଣୁତା ମଧ୍ୟରେ ରହିଛି। ଶତାବ୍ଦୀ ଶତାବ୍ଦୀ ଧରି ବିଭିନ୍ନ ଚିନ୍ତାଧାରାର ମିଶ୍ରଣ ଫଳରେ ଏହି ବହୁବାଦ ଆସିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial