ମହର୍ଷି କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ କର୍ମଚାରୀଙ୍କ ମେଳି

ମହର୍ଷି କଲେଜ ଅଧ୍ୟକ୍ଷାଙ୍କ ବିରୋଧରେ କର୍ମଚାରୀଙ୍କ ମେଳି

ଦୁର୍ବ୍ୟବହାର ସହ ଆର୍ଥିକ ଅନିୟମିତତା ଅଭିଯୋଗ, ଉଚ୍ଚଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର: ମହର୍ଷି କଲେଜ ଅଫ୍‌ ନାଚୁରାଲ୍‌ ଲ’ ଅଧ୍ୟକ୍ଷାଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। କର୍ମଚାରୀଙ୍କୁ ଖରାପ ବ୍ୟବହାର ସହ ସହକର୍ମୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। କଲେଜ ଅର୍ଥ ହେରଫେର୍‌ କରିଛନ୍ତି। ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ହେବା ଦିନରୁ କୋଟି କୋଟି ଟଙ୍କା ଆତ୍ମସାତ୍‌ କରି ଚାଲିଛନ୍ତି। କ୍ୟାମ୍ପସରେ ଛୋଟ ମୋଟ କାର୍ଯ୍ୟ ହେଲେ ମଧ୍ୟ ସେଥିରୁ ନିଜର ଭାଗ ଟଙ୍କା ମାଗୁଛନ୍ତି। ଭାଗ ଟଙ୍କା ନ ଦେଲେ କିମ୍ବା ତାଙ୍କ ବିରୋଧରେ ମୁହଁ ଖୋଲିଲେ କର୍ମଚାରୀଙ୍କୁ ବଦଳି ଧମକ ଦେଉଥିବା ମହାବିଦ୍ୟାଳୟର କର୍ମଚାରୀମାନେ ଉଚ୍ଚଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ୫ ପୃଷ୍ଠାର ଅଭିଯୋଗପତ୍ର ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୩ ଦିନ ମଧ୍ୟରେ ଅଭିଯୋଗର ତଦନ୍ତ କରି ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବାକୁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କୁ କୁହାଯାଇଛି। କର୍ମଚାରୀମାନେ ଅଭିଯୋଗ ଫର୍ଦ୍ଦରେ ଦର୍ଶାଇଛନ୍ତି ଯେ କଲେଜ ଅଧ୍ୟକ୍ଷା ହେବା ପରେ ସେ ନିୟମିତ ଭାବେ ଦୁର୍ବ୍ୟହାର ପ୍ରଦର୍ଶନ କରୁଛନ୍ତି। ଅଧ୍ୟାପିକା ଓ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି। ତାଙ୍କ ବ୍ୟକ୍ତିଗତ ବ୍ୟବହାରରେ ମଧ୍ୟ ଶାଳୀନତା ନାହିଁ। ଅର୍ଥନୀତି ବିଭାଗର ଜଣେ ବରିଷ୍ଠ ରିଡରଙ୍କୁ ସେ ଉପଦେଷ୍ଟା ନିଯୁକ୍ତ କରିଛନ୍ତି। ‌ଯେକୌଣସି ପ୍ରକାର କାର୍ଯ୍ୟ ପାଇଁ ତାଙ୍କ ମାଧ୍ୟମ ଦେଇ ଅଧ୍ୟକ୍ଷଙ୍କ ନିକଟରେ ଆମକୁ ପହଞ୍ଚିବାକୁ ପଡ଼ୁଛି। ମାସିକ ବେତନ ଦେବା ଭଳି ନିୟମିତ କାର୍ଯ୍ୟ ଲାଗି ଅର୍ଥ ଦାବି କରୁଛନ୍ତି। ବେତନ ବିଲ୍‌ ତିଆରି କରିବା ପାଇଁ ସେ ରସାୟନ ବିଜ୍ଞାନ ବିଭାଗର ଡେମୋନଷ୍ଟ୍ରେଟରଙ୍କୁ କିରାଣୀଙ୍କ ସ୍ଥାନରେ ନିଯୁକ୍ତ କରିଛନ୍ତି। ସେହି ଡେମୋନଷ୍ଟ୍ରେଟର ଜଣକ ଅନ୍ୟ କୌଣସି କାର୍ଯ୍ୟ କରୁନାହାନ୍ତି। ଦରମା ବଢ଼ାଇବା ଲାଗି ଟଙ୍କା ଓ ଉପହାର ଦାବି କରୁଛନ୍ତି। କଲେଜ କ୍ୟାଣ୍ଟିନ୍‌ ମାଲିକଙ୍କୁ ବି ଟଙ୍କା ମାଗିବାକୁ ପଛାଉ ନାହାନ୍ତି। ସବୁ କର୍ମଚାରୀଙ୍କୁ ଟଙ୍କା ମାଗୁଛନ୍ତି, ଯିଏ ଟଙ୍କା ଦେଉ ନାହାନ୍ତି ତାଙ୍କ ଦରମା ବନ୍ଦ ସହ ୪୮ ଘଣ୍ଟା ମଧ୍ୟରେ ବଦଳି କରିବାକୁ ଧମକ ଦେଉଛନ୍ତି। ଶିକ୍ଷା ବିଭାଗର ଅତିରିକ୍ତ ସଚିବ ତାଙ୍କ ପାଖ ଲୋକ ହୋଇଥିବାରୁ ସେ ଏଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି। କଲେଜ ପାଇଁ ଛୋଟ ସାମଗ୍ରୀ କିଣିବା, ରକ୍ଷଣାବେକ୍ଷଣ ଓ ମରାମତି ଆଦି କାର୍ଯ୍ୟରେ ଭାଗ ମାଗୁଛନ୍ତି। ଯେହେତୁ ଲୋକାଲ୍‌ ଫଣ୍ଡ ଅଡିଟ୍‌ ଅଧୀନରେ କଲେଜ ଆସୁ ନାହିଁ ସେଥିପାଇଁ ଏଭଳି ଆର୍ଥିକ ହେରଫେର କାର୍ଯ୍ୟ ଜାରି ରଖିଛନ୍ତି। ୨୦୧୧ ପରଠାରୁ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ୱାରା ଅଡିଟ୍‌ କରାଯାଉଛି।
ଅଭିଯୋଗ ଫର୍ଦ୍ଦରେ ଆହୁରି କୁହାଯାଇଛି ଯେ ସେ ବେଆଇନ ଭାବେ କଲେଜ କୋଠାକୁ ଘରୋଇ ପରୀକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ ଲାଗି ଭଡ଼ାରେ ଦେଉଛନ୍ତି। ସେଥିରୁ ଯେଉଁ ଟଙ୍କା ମିଳୁଛି ତାହାକୁ ନିଜେ ନେଉଛନ୍ତି। କଲେଜ ଛାତ୍ରଛାତ୍ରୀଙ୍କୁ କର୍ମଚାରୀଙ୍କ ବିରୋଧରେ ମତାଉଛନ୍ତି ଏବଂ କର୍ମଚାରୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରାଉଛନ୍ତି। କାମ କରିବାରେ କୌଣସି ଦକ୍ଷତା ନ ଥିବାରୁ ମାର୍ଚ୍ଚ ଶେଷ ସୁଦ୍ଧା କଲେଜର ବାର୍ଷିକ ବଜେଟ୍‌ ପ୍ରସ୍ତୁତ କରିପାରି ନାହାନ୍ତି। ତାଙ୍କ ସ୍ବାମୀ କଲେଜକୁ ନିୟମିତ ଆସୁଛନ୍ତି ଓ କଲେଜର ସମସ୍ତ ଦସ୍ତାବିଜ୍‌ ତାଙ୍କ ପାଖରେ ପହଞ୍ଚୁଛି। ମାର୍ଚ୍ଚ ମାସର ଦରମାକୁ ଠିକ୍‌ ସମୟରେ ନ ଦେବାରୁ କର୍ମଚାରୀଙ୍କୁ ବହୁ ଅସୁବିଧାର ସମୁଖୀନ ହେବାକୁ ପଡ଼ିଥିଲା। ଇପିଏଫ୍‌ କମିସନର ୧୫ ଲକ୍ଷ ଟଙ୍କାର ଜରିମାନା କରିଥିଲେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ତଦନ୍ତ ନିର୍ଦ୍ଦେଶ ସମ୍ପର୍କରେ ସମ୍ପୃକ୍ତ ଅଧ୍ୟକ୍ଷାଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ।

Share Now:

Kalinga News Beuro

Next Post

Apple Unveils Smartwatch With a Focus on Fitness

Thu Sep 8 , 2022
Lorem Ipsum is simply dummy text of the printing and typesetting industry. Lorem Ipsum has been the industry’s standard dummy text ever since the 1500s, when an unknown printer took a galley of type and scrambled it to make a type specimen book. It has survived not only five centuries, but […]

ଆହୁରି ପଢ଼ନ୍ତୁ