ଉପରମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଘୋଡ଼ାହାଡ଼ ଓ ବାଘଲଟି ଡ୍ୟାମର ୨ଟି ଗେଟ୍ ଖୋଲିଲା

ଘୋଡ଼ାହାଡ଼ ଓ ବାଘଲଟି ଡ୍ୟାମର ୨ଟି ଗେଟ୍ ଖୋଲିଲା

ପାତ୍ରପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାର ଘୋଡ଼ାହାଡ଼ ଓ ବାଘଲଟି ଡ୍ୟାମର ୨ଟି ଗେଟ୍ ଖୋଲିଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତକାଲି ପାଣିପାଗ ବିଭାଗ ତରଫରୁ ପ୍ରବଳ ବର୍ଷା ଆକଳନ ପରେ ପାତ୍ରପୁର ତହସିଲ ନୂଆଗଡ଼ ଠାରେ ଥିବା ବାଘଲଟି ମଧ୍ୟମ ଜଳସେଚନ ପ୍ରକଳ୍ପ ବାହୁଦା ନଦୀ କୂଳରେ ଅବସ୍ଥିତ ଗ୍ରାମମାନଙ୍କୁ ସତର୍କ ସୂଚନା ଜାରି ହୋଇଥିଲା। ଲଘୁଚାପ ପାଇଁ ବାଘଲଟି ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ଜଳଭଣ୍ଡାର ଜଳ ଭର୍ତ୍ତି ହୋଇପାରେ। ଜଳଭଣ୍ଡାରରେ ୧୦୬ ମିଟର ଜଳ ରହିବା ବ୍ୟବସ୍ଥା ଥିବା ବେଳେ ଏବେ ୧୦୩. ୫୮ ମିଟର ଜଳ ରହିଛି। ବର୍ଷା ହୋଇ ଜଳପତ୍ତନ ବୃଦ୍ଧି ଘଟି ୧୦୪ ମିଟରରେ ପହଞ୍ଚିଲେ ବଳକା ଜଳ ତଳକୁ ଛଡ଼ାଯିବ ବୋଲି ସୂଚନା ଦିଆଯାଇଥିଲା। ଏଣୁ କୌଣସି ସମୟରେ ଉଚ୍ଚ ଅଧିକାରୀଙ୍କ ପରାମର୍ଶରେ ବର୍ଷା ପାଣି ନଦୀକୁ ଛଡ଼ାଯିବ ବୋଲି କୁହାଯାଇଥିଲା। ତେଣୁ ବାହୁଦା ନଦୀ କୂଳରେ ରହିଥିବା ସମସ୍ତ ଗ୍ରାମର ଲୋକମାନଙ୍କୁ ବାଘଲଟି ଉପଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ଲୋକେ ଏଥିପ୍ରତି ସତର୍କ ରହିବା ସହ ସେମାନଙ୍କ ଗୃହପାଳିତ ପଶୁମାନଙ୍କୁ ନଦୀ ଗର୍ଭକୁ ଛାଡ଼ିବେ ନାହିଁ କିମ୍ବା ସେମାନେ ନଦୀ ଗର୍ଭକୁ ବ୍ୟବହାର କରିବେ ନାହିଁ ବୋଲି ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଯାଇଥିଲା। ଏନେଇ ସମସ୍ତ ଜନପ୍ରତିନିଧି ଓ ସରକାରୀ ଅଧିକାରୀଙ୍କୁ ଅବଗତ କରାଯାଇଥିଲା।

Share Now:

Kalinga News Beuro

Next Post

୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Sat Sep 10 , 2022
ଭୁବନେଶ୍ୱର: ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। କଳିଙ୍ଗ ଷ୍ଟାଡିଅମରେ ଏକ ସ୍ଵତନ୍ତ୍ର ଉତ୍ସବରେ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଇଣ୍ଡିଆ ୨୦୨୨ର ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ମୁଖ୍ୟମନ୍ତ୍ରୀ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଫିଫା ପକ୍ଷରୁ ଜର୍ସି ଗ୍ରହଣ କରିଛନ୍ତି। ଭାରତୀୟ ଟିମ୍ ସହ ଫଟୋ ଉଠାଇ […]
ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial