ଶାସନରେ ଥିବା ଦଳ ଉପନିର୍ବାଚନରେ ଜିତିଥାଏ, ପଦ୍ମପୁରରେ ବିଜେଡି ଜିତିବ: ଖାରବେଳ ସ୍ୱାଇଁ

ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ପଦ୍ମପୁରରେ ବିଜେଡି ତିନିରୁ ପାଞ୍ଚ ହଜାର ଭୋଟରେ ଜିତିବ। ଶାସନରେ ଥିବା ଦଳ ଉପନିର୍ବାଚନରେ ପ୍ରାୟତଃ ଜିତିଥାଏ। ବିଜେଡି ଟଙ୍କା ବାଂଟୁଛି, ପ୍ରଶାସନ ଏବଂ ପୁଲିସ ତାକୁ ସାହାଯ୍ୟ କରୁଛି। ବିଶେଷ ଖବର ପକ୍ଷରୁ ଯେଉଁ ସର୍ଭେ କରିଛୁ, ସେଥିରୁ ଆମେ ଏହା ଜାଣିପାରୁଛୁ। ବିଜେଡି ମିଳିତ ଭାବରେ କାମ କରୁଛି ମୁଖ୍ୟମନ୍ତ୍ରୀଙ୍କୁ ନେଇ ମିଟିଙ୍ଗ କରାଇପାରିଲେ କିନ୍ତୁ ବିଜେପି ତାର ସବୁ ଶକ୍ତି ପ୍ରୟୋଗ କରିପାରୁ ନାହିଁ। ଯଦି ଭାରତୀୟ ଜନତା ପାର୍ଟି ତାର ସବୁ ଶକ୍ତିକୁ ପ୍ରୟୋଗ କରିପାରନ୍ତା ତେବେ ଆଉ ଭଲ କରିପାରନ୍ତା ବୋଲି ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ କହିଛନ୍ତି। ଅନ୍ୟପଟରେ ଖାରବେଳ ବାବୁଙ୍କ ଆକଳନ ମୁଁ ଜାଣିନାହିଁ ବୋଲି କହିଛନ୍ତି ଦଳୀୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ ଅଞ୍ଚଳକୁ ସେ ଯାଇନାହାନ୍ତି କି କ୍ୟାମ୍ପେନରେ ବି ନଥିଲେ। କିନ୍ତୁ ଏକଥା ସ୍ପଷ୍ଟ ଅଛି ସେଠି ଯେଉଁମାନେ କ୍ୟାମ୍ପେନ କରୁଥିଲେ ଏବଂ ଯେଉଁଭଳି ପ୍ରକ୍ରିୟା ଥିଲା ଭୋଟ ଦାନ ଦିନ ପର୍ଯ୍ୟନ୍ତ, ଯେଉଁ ସ୍ଥିତି ଦେଖିଛୁ ବିଜେପିର ନିଶ୍ଚୟ ବିଜୟ ହେବ।
ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଯେତେବେଳେ ବି ନିର୍ବାଚନରେ ଅଧିକ ପ୍ରତିଶତ ଭୋଟ ହୁଏ, ତାର ଅର୍ଥ ହେଉଛି ଆଣ୍ଟି ଇନ-କୁମ୍ବେନସି ୱେଭ। ସେଥିପାଇଁ ଆମେ ବହୁତ ଆଶାବାଦୀ। ଆମେ ଶତ ପ୍ରତିଶତ ଦେଇଛୁ। ଭଲ ପ୍ରୟାସ ବିଜେପି ପକ୍ଷରୁ କରାଯାଇଛି। ଆଶା କରୁଛୁ ପଦ୍ମପୁରବାସୀ ଆମ ସମସ୍ତଙ୍କୁ ଆଶୀର୍ବାଦ ଦେବେ। ପଦ୍ମପୁରରେ ପଦ୍ମ ଫୁଟିବ। କେତେ ବ୍ୟବଧାନ ରହିବ ତାହା ଏବେ କହିବା ଠିକ ହେବ ନାହିଁ। ଆମ ପ୍ରାର୍ଥୀ ଯୋଗ୍ୟ ପ୍ରାର୍ଥୀ। ସମସ୍ତଙ୍କ ସହଯୋଗ ପାଇଛନ୍ତି ଏବଂ ପଦ୍ମପୁରବାସୀଙ୍କ ଆଶୀର୍ବାଦ ପାଇବେ। ତେବେ ନବୀନ ଫାକ୍ଟର କାମ ଦେବେକି ନାହିଁ, ପ୍ରଶ୍ନରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ, କୌଣସି ଫାକ୍ଟର ପଦ୍ମପୁରରେ କାମ ଦେବନି। ପଦ୍ମପୁରବାସୀ ପୂର୍ବରୁ ନିର୍ଣ୍ଣୟ କରି ନେଇଥିଲେ, ବିଜେପିକୁ ଭୋଟ ଦେବେ। ଆସନ୍ତା ଆଠ ତାରିଖରେ ଆପଣ ଦେଖିବେ। ମୁଁ ବି ଦେଖିବି।
ଚାଳିଶ କୋଟି ଅର୍ଥ ଖର୍ଚ୍ଚ କରି ଥିବାରୁ ବିଜେଡି ପ୍ରଥମ ହେବ। ବିଜେପି ଦ୍ଵିତୀୟ ହେବ। ଆମେ ତୃତୀୟ ହେବୁ। ଏହା ମୋ ଆକଳନ। ଯେଉଁଠି କହିବ ସେଇଠି କହିବି। କଂଗ୍ରେସ ଭୋଟ ଗୁଡାକ ଉଭୟ ବିଜେଡି ଏବଂ ବିଜେପି କିଣିଛନ୍ତି।
-ସୁର ରାଉତରାୟ, କଂଗ୍ରେସ ବିଧାୟକ

ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ କହିବା ଅନୁସାରେ ପଦ୍ମପୁର ଉପନିର୍ବାଚନରେ ବିଜେଡିର ବିଜୟ ହେବ। ୨୦୧୯ରେ ବିଜେଡିର ବିଜୟ ବ୍ୟବଧାନ ସାଢେ଼ ୫ ହଜାର ଥିବା ବେଳେ ଏଥର ବହୁଗୁଣିତ ହେବ। ନବୀନଙ୍କ ନେତୃତ୍ବରେ ଲଢୁଥିଲା ପୁରା ଟିମ। ସବୁ ବର୍ଗର ନେତା ମଇଦାନରେ ସକ୍ରିୟ ଥିଲେ। ନବୀନ ପ୍ରଚାରକୁ ଯିବା ପରେ ଯେତିକି ଆଶା କରାଯାଉଥିଲା ତାହାଠୁ ଅଧିକ ବ୍ୟବଧାନ ବଢିବ ବୋଲି ଆଶା। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବିଜେଡିର ବିଜୟ ସୁନିଶ୍ଚିତ ହେବା ସହ ଭୋଟ ହାର ବଢିଲା। ଅଧିକ ଭୋଟ୍ ପ୍ରତିଶତ ବଢିବା ବିଜେଡି ସପକ୍ଷରେ ଯିବ।

Share Now:

Kalinga News Beuro

Next Post

ଅକ୍ଷୟ ଶିବାଜୀ ଲୁକ୍ ସେୟାର କରିବା ପରେ ପ୍ରଶଂସକ କହିଲେ : ଆପଣ ଶୀଘ୍ର ଛୁଟି ନିଅନ୍ତୁ

Tue Dec 6 , 2022
ମୁମ୍ବାଇ: ଚଳିତ ବର୍ଷ କୌଣସି ବଲିଉଡ ଫିଲ୍ମ ଭଲ ବ୍ୟବସାୟ କରିପାରିନାହିଁ। ବିଶେଷ କରି ଅକ୍ଷୟ କୁମାର ୨୦୨୨ରେ ଏକାଧିକ ଫିଲ୍ମରେ ନଜର ଆସିଥିଲେ ବି ତାଙ୍କର ଗୋଟିଏ ବି ଫିଲ୍ମ ବକ୍ସ ଅଫିସରେ କମାଲ କରିପାରିନାହିଁ। ବର୍ଷ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଅକ୍ଷୟଙ୍କ କୌଣସି ଫିଲ୍ମ ହିଟ ହୋଇପାରି ନାହିଁ। ଚଳିତ ବର୍ଷ ତାଙ୍କର ରିଲିଜ ହୋଇଥିବା ଫିଲ୍ମ – […]
Akshaya as shivaji

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial