୨ ବର୍ଷର ଝିଅକୁ କଚାଡ଼ି ମାରିଲା ମଦ୍ୟପ ବାପା

୨ ବର୍ଷର ଝିଅକୁ କଚାଡ଼ି ମାରିଲା ମଦ୍ୟପ ବାପା

ଦେବଗଡ଼: ଦୁଇ ବର୍ଷର ଝିଅକୁ କଚାଡ଼ି ମାରିଛି ବାପା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଅନ୍ତର୍ଗତ ଲମ୍ବଡୁରା ଗ୍ରାମରେ। ବାପା ବିଜୁ କିଷାନଙ୍କୁ ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ତିଳେଇବଣି ବ୍ଲକର ଲମ୍ବଡୁରା ଗ୍ରାମର ବିଜୁ ନିୟମିତ ମଦ୍ୟପାନ କରିବା ସହ ଅନେକ ସମୟରେ ସ୍ତ୍ରୀ ଶକୁନ୍ତଳାଙ୍କୁ ମାରପିଟ୍‌ କରୁଥିଲେ। ଫଳରେ ଶକୁନ୍ତଳା ନିଜ ଝିଅ ସହ ମାସେ ହେଲା ବାପଘର ବଣେଇଁ ଥାନା କୁଳିକୁଟ ଗ୍ରାମକୁ ପଳେଇଥିଲେ।
ତେବେ ଝିଅର ଆଧାର କାର୍ଡ ପ୍ରସ୍ତୁତ ସହ ଅଙ୍ଗନୱାଡ଼ି କେନ୍ଦ୍ରରେ ନାମ ଲେଖାଇବାକୁ କହି ବିଜୁ ଗତ କିଛି ଦିନ ତଳେ ସେମାନଙ୍କୁ ଲମ୍ବଡୁରା ଗ୍ରାମକୁ ଡାକିଥିଲେ। ମା’ ଓ ଝିଅ ଗ୍ରାମରେ ପହଞ୍ଚିଥିବା ବେଳେ ବିଜୁ ମକରସଂକ୍ରାନ୍ତି ଦିନ ପ୍ରଚୁର ମଦ୍ୟପାନ କରି ପୁଣି ଥରେ ସ୍ତ୍ରୀ ଶକୁନ୍ତଳାଙ୍କୁ ମାରପିଟ୍‌ କରିଥିଲେ। ଫଳରେ ଶକୁନ୍ତଳା ରବିବାର ନିଜ ଝିଅକୁ ଛାଡ଼ି ପୁଣିଥରେ ବାପଘରକୁ ପଳେଇ ଯାଇଥିଲେ। ବିଜୁ ସୋମବାର ସକାଳୁ ଶୋଇଥିବା ଝିଅକୁ ତଳେ କଚାଡ଼ି ମାରି ଦେଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଶିଳ୍ପୀଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଓ ଶାଶୂଘର ଲୋକଙ୍କୁ ଦାୟୀ କଲେ ବାପଘର ଲୋକ

Mon Jan 16 , 2023
କଟକ: କଟକ ଶ୍ରୀରାମ ନଗର ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାବତ ମା ଶିଳ୍ପୀ ଖୁଣ୍ଟିଆ ୨ବର୍ଷର ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି। ମହିଳା ଜଣକ ହେଉଛନ୍ତି ନେତାଜୀ ନଗର ଅଞ୍ଚଳର ଶିଳ୍ପୀ ଖୁଣ୍ଟିଆ। ସେ ଗତ ବର୍ଷ ସାଲେପୁର ଅଞ୍ଚଳର ସନ୍ତୋଷ ଖୁଣ୍ଟିଆଙ୍କୁ ବିବାହ କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ବିବାଦ ରହିଥିଲା। ତେବେ ଆଜି ଦୀର୍ଘ ସମୟ ଧରି କବାଟ […]
ସ୍ୱାମୀ ଓ ଶାଶୂଘର ଲୋକଙ୍କୁ ଦାୟୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial