ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜସ୍ଥାନରେ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ

ଭରତପୁରରେ ଚାର୍ଟର୍ଡ ବିମାନ ଦୁର୍ଘଟଣା

ଚେନ୍ନାଇ: ଆଜି ରାଜସ୍ଥାନର ଭରତପୁରରେ ମଧ୍ୟ ଗୋଟାଏ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ପୁଲିସ ସୁନିଶ୍ଚିତ କରି କହିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି। ଜିଲ୍ଲାପାଳ ଆଲୋକ ରଞ୍ଜନ କହିଛନ୍ତି, ବିମାନ ଦୁର୍ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ପୁଲିସ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଗଣମାଧ୍ୟମକୁ ଭରତପୁର ପୁଲିସ ସୁରିଣ୍ଟେଣ୍ଡେଣ୍ଟ୍‌ ଶ୍ୟାମ ସିଂହ କହିଛନ୍ତି, ସହରର ଉଚୈନ୍‌ ଅଞ୍ଚଳର ଗୋଟାଏ ଖୋଲା ପଡ଼ିଆରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ, ଆକାଶରେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏତେ ଜୋର୍‌ରେ ନିଆଁ ଜଳୁଥିଲା ଯେ, ଏହା ହେଲିକପ୍ଟର୍‌ କି, ବିମାନ ଥିଲା ଏବେ କହିବା ସମ୍ଭବପର ନୁହେଁ। ଏହା ବେସାମରିକ କି, ବାୟୁସେନାର ବିମାନ, ସେ କଥା ବି କହିବା ସମ୍ଭବ ନୁହେଁ। ଦୁର୍ଘଟଣାଗ୍ରସ୍ତ ବିମାନରୁ ପାଇଲଟ୍‌ଜଣକ ବାହାରି ଯାଇଛନ୍ତି। ତାଙ୍କୁ ଠାବ କରିବା ଲାଗି ଉଦ୍ୟମ ଚାଲିଛି ବୋଲି ପୁଲିସ ସୁରିଣ୍ଟେଣ୍ଡେଣ୍ଟ୍‌ ଶ୍ୟାମ ସିଂହ କହିଛନ୍ତି।

Share Now:

Kalinga News Beuro

Next Post

୫୦ଲକ୍ଷର ସାମଗ୍ରୀ ସହ ୬ ଅନ୍ତଃରାଜ୍ୟ ଚୋର ଗିରଫ

Sat Jan 28 , 2023
ମାର୍ଶାଘାଇ: ବିଦ୍ୟୁତ୍ ସାମଗ୍ରୀ ଓ ମନ୍ଦିରରୁ ଅଷ୍ଟ ଧାତୁ ମୂର୍ତ୍ତି ଚୋରି ଅଭିଯୋଗରେ ମାର୍ଶାଘାଇ ଥାନା ପୁଲିସ ୬ଜଣ ଅନ୍ତଃଜିଲ୍ଳା ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୦ଲକ୍ଷ ଟଙ୍କା ମୂଲ୍ୟର ଚୋରି ସାମଗ୍ରୀ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା କୁଣ୍ଢପାଟଣା ଗ୍ରାମର ନାରାୟଣ ସାହୁ(୨୯), କଟକ ଜିଲ୍ଲା କିଶନନଗର ଥାନା ମହମ୍ମଦପୁରର ସିମ୍ପା ଓରଫ ଜୟପ୍ରକାଶ ବେହେରା (୨୩), ଟାଙ୍ଗି […]
ଅଷ୍ଟଧାତୁ ଚୋର ଗ୍ୟାଙ୍ଗ୍‌ ଠାବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial