ଦ୍ୱୈତ ନଗରୀରେ ଟ୍ରାଫିକ୍‌ ଜାମ୍‌ ସମ୍ପର୍କରେ ମିଳିବ ତଥ୍ୟ: ଲୋକାର୍ପିତ ହେଲା ପୋର୍ଟାଲ୍‌, ନିୟମ ଭାଙ୍ଗିଲେ ଗୋଡ଼ାଇବ ବାଇକ୍‌

ଭୁବନେଶ୍ୱର: ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ସବୁବେଳେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ। ସେଥିପାଇଁ ସହରବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଏବେ ଏଥିରୁ ମିଳିବ ନିସ୍ତାର। ଏଥିପାଇଁ ଆଉ କାହାକୁ ପଚାରିବାକୁ ପଡ଼ିବ ନାହିଁ। କମିଶନରେଟ୍‌ ପୁଲିସ ଏବେ ଆରମ୍ଭ କରିଛି ଅନ୍‌ଲାଇନ୍ ସେବା। କମିଶନରେଟ୍‌ ପୁଲିସର ଟ୍ରାଫିକ ୱେବ୍‌ ପୋର୍ଟାଲ୍‌କୁ ଯାଇ ଆପଣ ଭୁବନେଶ୍ୱର ଓ କଟକ ସହରର କେଉଁ ରାସ୍ତାରେ ଟ୍ରାଫିକ ଭିଡ଼ ରହିଛି ଓ କେଉଁ ରାସ୍ତାରେ ସୁବିଧାରେ ଯିବା ଆସିବା କରିହେବ, ତାହାର ସୂଚନା ମିଳିବ।

କେବଳ ସେତିକି ନୁହେଁ, କମିଶନରେଟ୍‌ ପୁଲିସ ପକ୍ଷରୁ ଲଞ୍ଚ ହୋଇଥିବା ୱେବ୍‌ସାଇଟ୍‌ ଜରିଆରେ ଦୁର୍ଘଟଣା କମାଇବା ପାଇଁ ଲୋକଙ୍କୁ ସଚେତନ କରାଯିବ। ଏହି ୱେବ୍‌ସାଇଟ୍‌ ମାଧ୍ୟମରେ ଲୋକେ ଟ୍ରାଫିକ ନିୟମ ବାବଦରେ ମଧ୍ୟ ସୂଚନା ପାଇବେ ବୋଲି ପୁଲିସ କମିଶନର ଓ୍ୱାଇ.ବି.ଖୁରାନିଆ କହିଛନ୍ତି।
ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଧରିବାକୁ ମଧ୍ୟ ବ୍ୟବସ୍ଥା ହୋଇଛି। ଏଥିପାଇଁ ୧୬ଟି ବାଇକ ଲଞ୍ଚ୍‌ ହୋଇଛି। ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଗୋଡ଼େଇ ଧରିବ ଏହି ବାଇକ୍। ଏହାଛଡ଼ା ଟ୍ରାଫିକ ସମସ୍ୟା ସମ୍ପର୍କରେ ସୂଚନା ପାଇବା ମାତ୍ରେ ତୁରନ୍ତ ସେମାନେ ସେଠାରେ ପହଞ୍ଚି ସହାୟତା ପ୍ରଦାନ କରିବେ।
ଖରାରେ କାମ କରୁଥିବା ଟ୍ରାଫିକ କର୍ମଚାରୀଙ୍କୁ କୁଲିଂ ଜ୍ୟାକେଟ୍‌ ମଧ୍ୟ ଦିଆଯାଇଛି। ଏହି ଜ୍ୟାକେଟ୍ ପିନ୍ଧି କାମ କଲେ ବାହାର ତାପମାତ୍ରାଠାରୁ କମ୍‌ ତାତି ଅନୁଭୂତ ହେବ। ଏହାଦ୍ୱାରା ଟ୍ରାଫିକ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବଢିବ।

Share Now:

Kalinga News Beuro

Leave a Reply

Next Post

ବିଭ୍ରାଟ ସୃଷ୍ଟି କରିବାରୁ ବିଜେପି ନେତାଙ୍କୁ ଠେଲାପେଲା, ଚିରିଗଲା ଡ୍ରେସ

Mon Jul 30 , 2018
ଆସିକା: ଆଜି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅଫିସ୍‌ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା। ଏଥିରେ ଘୁମୁସର ସାଂଗଠନିକ ଜିଲ୍ଲା କୃଷକ ସେଲ୍‌ ସଭାପତି ପ୍ରଦୀପ ପତ୍ରୀ ଓ ତାଙ୍କର କିଛି କର୍ମୀ ଯୋଗଦେଇ ବାହାଡାଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏହି ଦୁର୍ନୀତିରେ ସଂପୃକ୍ତ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ପ୍ରଦୀପ। କିନ୍ତୁ ବିଜେଡି କର୍ମୀଙ୍କୁ ଏହା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial