ମହିଳା ସଶକ୍ତିକରଣରେ ନୂଆ ଫର୍ଦ୍ଦ : କୋରାପୁଟ ମିଶନ ଶକ୍ତି ସଭାନେତ୍ରୀ ଯିବେ ଦୁବାଇ

କୋରାପୁଟ ମିଶନ ଶକ୍ତି ସଭାନେତ୍ରୀ

କୋରାପୁଟ: ସ୍ୱୟଂ ସହାୟିକା ଗୋଷ୍ଠୀର ମାମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ମିଶନ ଶକ୍ତି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ଯୋଜନା କାର୍ଯ୍ୟକାରୀ କରିଥିବାବେଳେ ବର୍ତ୍ତମାନ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବା ସହ ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଇତିହାସ ରଚିବାକୁ ଯାଉଛି। ଗତ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲାଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭିନ୍ନ ଯୋଜନାରେ ସାମିଲ କରିଛନ୍ତି। ପ୍ରତି ଗ୍ରାମର ମହିଳା ଆଜି ସ୍ୱୟଂ ସହାୟିକା ଗୋଷ୍ଠୀ ଗଢି ପିଡିଏସ୍ ବଣ୍ଟନ ସହ ମଧ୍ୟାନ୍ନ ଭୋଜନ, ଧାନ ଏବଂ ମାଣ୍ଡିଆ ମଣ୍ଡି ପରିଚାଳନା,ମିଶନ ଶକ୍ତି କ୍ୟାଫେ ପରିଚାଳନା ଭଳି ଦାୟିତ୍ୱ ହାତକୁ ନେଇ ସଫଳତା ହାସଲ କରିବା ସହ ରୋଜଗାରକ୍ଷମ ହୋଇ ପାରିଛନ୍ତି। ମୁଖ୍ୟମନ୍ତ୍ରୀ ନିମ୍ନ ଓ ମଧ୍ୟବିତ୍ତ ପରିବାରରୁ ଆସିଥିବା ମିଶନ ଶକ୍ତି ମାମାନଙ୍କୁ ବିଦେଶ ଭ୍ରମଣର ସୁଯୋଗ ଦେବାକୁ ଚିନ୍ତା କରି ପୁଣି ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିବାକୁ ଯାଉଛନ୍ତି।
ସୂଚନା ଅନୁଯାୟୀ,ଆସନ୍ତା ମାସ ୧୫ତାରିଖରୁ ଭୂବନେଶ୍ୱରରୁ ଦୁବାଇକୁ ସିଧା ବିମାନ ଚଳାଚଳ କରିବାକୁ ଥିବାବେଳେ ଉତ୍କଳ ଦିବସ ଅବସରରେ ଏହାର ଟିକଟ ବିକ୍ରି ଆରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ୍ ମୋଡରେ ଟିକଟ ବିକ୍ରୟ ଶୁଭାରମ୍ଭ କରିଥିବାବେଳେ ରାଜ୍ୟର ବିଭିନ୍ନ କ୍ଷେତ୍ରରୁ ଆସିଥିବା ସାଧାରଣ ପରିବାରର ୮ଜଣଙ୍କୁ ଭୂବନେଶ୍ୱରରୁ ଦୁବାଇ ଯିବାକୁ ଟିକଟ ପ୍ରଦାନ କରିଛନ୍ତି। ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ୮ଜଣଙ୍କୁ ଟିକଟ ପ୍ରଦାନ କରିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ମିଶନ ଶକ୍ତି କୋରାପୁଟ ଜିଲ୍ଲା ଫେଡେରେସନ ସଭାନେତ୍ରୀ ଜ୍ୟୋତିରେଖା ଚେଟ୍ଟୀ। ଶ୍ରୀମତୀ ଚେଟ୍ଟୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ବିଦେଶ ଯିବା କଥା ସେ କେବେ ଚିନ୍ତା କରିନଥିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ସେ ଦୁବାଇ ଯିବାର ସୁଯୋଗ ପାଇଛନ୍ତି। ନବୀନ ପଟ୍ଟନାୟକଙ୍କ ଯୋଗୁଁ ଆଜି କୋରାପୁଟ ଭଳି ଆଦିବାସୀ ଜିଲ୍ଲାର ହଜାର ହଜାର ମା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଆତ୍ମନିର୍ଭରଶୀଳ ହୋଇ ପରିବାର ଚଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ବୋଲି ଜିଲ୍ଲା ସଭାନେତ୍ରୀ ମତବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୂଚନା ଥାଉକି, ମଇ ୧୫ରୁ ଚଳାଚଳ କରିବାକୁ ଥିବା ଭୁବନେଶ୍ୱର-ଦୁବାଇ ବିମାନରେ ଜ୍ୟୋତିରେଖା ଚେଟ୍ଟୀଙ୍କ ସହିତ ସୁନ୍ଦରଗଡ଼ ଏସଡିସି ଅଧ୍ୟକ୍ଷ ବିନୟ କୁମାର ଟପ୍ନୋ, କେଉଁଝର ଏସଡିସି ଅଧ୍ୟକ୍ଷା ଲକ୍ଷ୍ମୀ ନାୟକ, ବାଲୁକା ଶିଳ୍ପୀ ସୂଦର୍ଶନ ପଟ୍ଟନାୟକ, କ୍ରୀଡାବିତ ଅନୁରାଧା ବିଶ୍ୱାଳ, ବନ୍ଧୁକ ଚାଳନା କ୍ରୀଡ଼ାବିତ ଶ୍ରୀୟଙ୍କା ଷଡଙ୍ଗୀ, ଯାଜପୁର ସରକାରୀ ପଲିଟେକ୍ନିକ ଛାତ୍ର ବଳରାମ ରାଉତ ଏବଂ ରାଉରକେଲା ସରକାରୀ ଆଇଟିଆଇ ଛାତ୍ର ହିମାଂଶୁ ସାହୁ ପ୍ରମୁଖ ପ୍ରଥମ ଯାତ୍ରୀ ଭାବେ ଦୁବାଇ ଯିବେ ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଝାଡ଼ଖଣ୍ଡରରେ ନିରାପତ୍ତା ବଳଙ୍କ ସହିତ ଗୁଳି ବିନିମୟ : ୫ ନକ୍ସଲ୍‌ ନିହତ

Mon Apr 3 , 2023
ରାଞ୍ଚି: ଝାଡ଼ଖଣ୍ଡର ଚତ୍‌ରା ଜିଲ୍ଲାରେ ନିରାପତ୍ତା ବଳ ସହିତ ଗୁଳି ବିନିମୟ କରି ଅନ୍ୟୂନ ୫ଜଣ ନକ୍ସଲ୍‌ ନିହତ ହୋଇଥିବା କଥା ଆଜି ପୁଲିସ କହିଛି। ମୃତ ନକ୍ସଲ୍‌ମାନଙ୍କ ମଧ୍ୟରୁ ୨ଜଣଙ୍କ ଉପର ୨୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଅନ୍ୟ ୩ଜଣ ନକ୍ସଲ୍‌ଙ୍କ ଉପରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିବା କଥା ପୁଲିସ ଗଣମାଧ୍ୟମକୁ କହିଛି। ଚତ୍‌ରା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ […]
୫ ନକ୍ସଲ୍‌ ନିହତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial