ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ରାଜସ୍ୱ ସହାୟକ

ଭିଜିଲାନ୍ସ ହାତରେ ଘଟଗାଁ ତହସିଲ୍ କନିଷ୍ଠ ରାଜସ୍ବ ସହାୟକ

ଘଟଗାଁ: ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ୱ ସହାୟକ(ଜେଆରଏ) ଦେବାଶିଷ ପଣ୍ଡା। ସୂଚନା ଅନୁଯାୟୀ, ବିଭାଜନ ପଟ୍ଟା (ଆରଓଆର) ପ୍ରଦାନ ପାଇଁ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ୱ ସହାୟକ(ଜେଆରଏ) ଦେବାଶିଷ ପଣ୍ଡା ଜଣେ ଅଭିଯୋଗକାରୀଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ କେନ୍ଦୁଝର ଭିଜିଲାନ୍ସ ଅଫିସର ଦ୍ୱାରସ୍ଥ ହୋଇଥିଲେ। ତାପରେ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ୧୦ଟା ବେଳେ ଘଟଗାଁ ତହସିଲ୍ ଅଫିସ ସମ୍ମୁଖରେ ଶ୍ରୀ ପଣ୍ଡା ଅଭିଯୋଗକାରୀଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଅଭିଯୁକ୍ତ ଶ୍ରୀ ପଣ୍ଡାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ଶ୍ରୀ ପଣ୍ଡାର ୩ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢଉ ଚାଲିଛି। ଏନେଇ ବାଲେଶ୍ଵର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଏଭଳି ଲାଞ୍ଚ ମାମଲା ଥମିବାର ନାମ ନେଉନାହିଁ।

Share Now:

Kalinga News Beuro

Next Post

ୟୁଜିସି ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ହେଲେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର କ୍ଷୀତି ଭୂଷଣ ଦାସ

Thu Jun 1 , 2023
ଭୁବନେଶ୍ୱର: ଉଚ୍ଚଶିକ୍ଷାର ଗୁଣବତ୍ତା ସୁଦୃଢ଼ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସଙ୍କୁ ଏକ ଉଚ୍ଚସ୍ତରୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ଏହି କମିଟିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୯ ଜଣିଆ ଶିକ୍ଷାବିତ୍ ରହିଛନ୍ତି। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ ଓ […]
ପ୍ରଫେସର କ୍ଷୀତି ଭୂଷଣ ଦାସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial