ପୁରୀ ହାଜତ ମୃତ୍ୟୁ ଘଟଣା : ପୁଲିସ୍‌କୁ ସଂପର୍କୀୟଙ୍କ ପ୍ରଶ୍ନ ? ଯଦି ସେ ଭୁଲ୍‌ କରିଥିଲା ଜେଲ୍‌ରେ ରଖିଥାନ୍ତ, ମାରିଲ କାହିଁକି ?

ପୁରୀ ହାଜତ ମୃତ୍ୟୁ

ପୁରୀ: ପୁରୀ ବାସେଳୀ ସାହି ଥାନା ହାଜତରେ ପୁଲିସ‌ ଜଣେ ଯୁବକକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆସିବା ପରେ ପୁରୀ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଲୋକନାଥ ରୋଡ୍ ଫାଦର ସ୍କୁଲ ଅଞ୍ଚଳର କେ.ଆରେୟା। ବୟସ ୩୩ ବର୍ଷ। ଗତକାଲି ରାତିରେ ପୁଲିସ ତାକୁ ଉଠାଇ ଆଣି ପଚରାଉଚରା କରୁଥିଲା। ଆଜି ସକାଳେ ତାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଯୁବକଙ୍କୁ ମାରଧର କରି ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଓ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ମୃତକ କେ.ଆରେୟାଙ୍କ ପରିବାର କହିଛନ୍ତି।

ଏ ନେଇ ମୃତ ଯୁବକଙ୍କ ମାଇଁ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି, ‘ରାତି ୨ଟାରେ ସମସ୍ତେ ଶୋଇଥିବା ବେଳେ ପୁଲିସ‌ ଘରକୁ ପଶି ଭାଇ (ଯୁବକଙ୍କ ବାପା)ଙ୍କୁ ଧରି ନେଇ ଯାଇଥିଲା। ପୁଲିସ୍ ଆସି ପ୍ରଥମେ ତାଙ୍କୁ ଖୋଜିଥିଲେ। ସେ ଶୋଇଛନ୍ତି ବୋଲି କହିବାରୁ ତାଙ୍କୁ ଉଠେଇକି ଆଣ ବୋଲି କହିଥିଲା। ସେ ଉଠି କରି ଆସିବାରୁ ପୁଲିସ୍‌ ଚାଲ ବୋଲି କହି ଭାଇଙ୍କୁ ଗ‌ାଡ଼ିରେ ବସାଇ ନେଇଗଲା। ଆମେ ଥାନାକୁ ଗଲେ ବି ଥାନା ବାଲା ତଡ଼ି ଦଉଛନ୍ତି। ସେମାନେ ମୋ ପୁତୁରାକୁ ପିଟି ପିଟି ଗୁରୁତର କରି ମାରି ଦେଇଛନ୍ତି। ଯଦି ସେ ଭୁଲ୍‌ କରିଥିଲା ତାକୁ ୧୦ ବର୍ଷ ଜେଲ୍‌ରେ ରଖିଥାନ୍ତ। ଆଜୀବନ କାରାଦଣ୍ଡ ଦେଇଥାନ୍ତ। ମାରିଲ କାହିଁକି ? ଆମେ ତ ଜାଣିନୁ କିଏ ମାରିଲା, ଯିଏ ମାରିଲେ ତାଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ। ଏବେ ସେ ମୃତଶରୀର ନେବାକୁ କହୁଛନ୍ତି। ତାକୁ ନେଇ ଆମେ କ’ଣ କରିବୁ ?

Share Now:

Kalinga News Beuro

Next Post

ବିଜ୍ଞାନର କରାମତି : ପ୍ରସବ ବେଳେ ଜଣାପଡ଼ିବ ନାହିଁ ଗର୍ଭଯନ୍ତ୍ରଣା

Fri Nov 20 , 2020
ନୂଆଦିଲ୍ଲୀ: ମହିଳାମାନେ ଯେତେବେଳେ ପିଲା ଜନ୍ମ କରନ୍ତି ସେହି ସମୟର କଷ୍ଟ ଓ ଯନ୍ତ୍ରଣା ସେ ହିଁ ଜାଣିଥା’ନ୍ତି। ତାଙ୍କ ବ୍ୟତୀତ ଏହି ଯନ୍ତ୍ରଣା କେବଳ କିଛି ମାତ୍ରରେ ପ୍ରସବ କରାଉଥିବା ଡାକ୍ତର ଓ ନର୍ସମାନେ ଅନୁଭବ କରିପାରନ୍ତି। ହେଲେ ଏବେ ଡାକ୍ତରୀ ବିଜ୍ଞାନ ଏକ ନୂଆ ଉପାୟରେ ପ୍ରସବ କରାଇବ ଯେଉଁ ତରିକାରେ ଗର୍ଭବତୀ ଜଣଙ୍କୁ ଡେଲଭରି ସମୟରେ ଗର୍ଭ ଯନ୍ତ୍ରଣା ଜଣାପଡିବ ନାହିଁ। ବିଜ୍ଞାନର ଅଗ୍ରଗତି ଯୋଗୁଁ […]
ପ୍ରସବ ବେଳେ ଜଣାପଡ଼ିବ ନାହିଁ ଯନ୍ତ୍ରଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial