ଚିତ୍ତରଞ୍ଜନ ମୃତ୍ୟୁ ଘଟଣା : ପୁରୀରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌

ଚିତ୍ତରଞ୍ଜନ ମୃତ୍ୟୁ

ଡିସେମ୍ବର ୧୬ରେ ଗଡ଼ମୁର୍ଗଶିରା ଯାଇ ଅନୁଧ୍ୟାନ କରିବେ ଅଧିକାରୀ

ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଚିତ୍ତରଞ୍ଜନ ପଲେଇ (୨୨)ଙ୍କ ମୃତ୍ୟୁର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ପୁରୀରେ ପହଞ୍ଚିଛି। ଏହି ଟିମ୍‌ରେ ୪ ଜଣ ସଦସ୍ୟ ଅଛନ୍ତି। ପୁରୀରେ ପହଞ୍ଚିବା ପରେ କ୍ରାଇମ୍‌ବ୍ରାଞ୍ଚର ଟିମ୍‌ ପୁରୀ ଏସ୍‌ପିଙ୍କ ସହିତ କଥା ହୋଇଛନ୍ତି। ପୁଲିସ କ୍ରାଇମବ୍ରାଞ୍ଚକୁ ରିପୋର୍ଟ ପ୍ରଦାନ କରିଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଡିସେମ୍ବର ୧୬ ତାରିଖ (ଗୁରୁବାର) ଗଡ଼ମୁର୍ଗଶିରା ଗାଁକୁ ଯାଇ ଅନୁଧ୍ୟାନ କରିବ। ଚିତ୍ତରଞ୍ଜନଙ୍କୁ କିଏ ଏବଂ କାହିଁକି ହତ୍ୟା କଲା, ଏହା ପଛର କାରଣ ଖୋଜିବ କ୍ରାଇମବ୍ରାଞ୍ଚ। ଆଜି ପୁଲିସ ଡିଜି ଅଭୟ ଚିତ୍ତରଞ୍ଜନଙ୍କ ହତ୍ୟାକାରୀକୁ ଖୋଜିବାର ଦାୟିତ୍ବ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ଡିଜିପି କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ ତତକ୍ଷଣାତ ଗ୍ରହଣ କରିଛି। ଅନ୍ୟପକ୍ଷରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ ଉଭୟ ରାଜ୍ୟ ସରକାର ଓ ସଞ୍ଜୟଙ୍କୁ ଘେରିଛନ୍ତି ବିରୋଧୀ।


ଉଲ୍ଲେଖଯୋଗ୍ୟ, ଗତ ୧୧ ତାରିଖରେ ଚିତ୍ତରଞ୍ଜନ ଭୋଜି କରିବାକୁ ଯାଇ ଆଉ ଫେରି ନଥିଲେ। ଡିସେମ୍ବର ୧୩ରେ ପୁରୀ ସଦର ଥାନା ଅନ୍ତର୍ଗତ ଭାର୍ଗବୀ-ନୂଆନଈଠାରେ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପରଦିନ ସକାଳେ ଭାର୍ଗବୀ-ନୂଆନଈରେ ଏକ ଶବ ଭାସୁଥିବାର ଲୋକେ ଦେଖିବାକୁ ପାଇଥିଲେ। ସେମାନେ ସ୍ଥାନୀୟ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରୁ ପୁଲିସ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ଉଦ୍ଧାର କରିଥିଲା। ଚିତ୍ତରଞ୍ଜନ ପଲେଇ ଗତ ୪ ମାସ ତଳେ ବିବାହ କରିଥିଲେ। ୨ ଦିନ ହେବ ସେ ନିଖୋଜ ଥିଲେ। ଚିତ୍ତରଞ୍ଜନଙ୍କୁ ତାଙ୍କ ସାଙ୍ଗମାନେ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ କରି ତାଙ୍କ ବଡ଼ବାପା ପୂର୍ଣ୍ଣଚନ୍ଦ୍ର ପଲେଇ ପୁରୀ ସଦର ଥାନାରେ ଏତଲା ଦେଇଥିଲେ। ଏହାପରେ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଥିଲା। ଟଙ୍କା ପାଇଁ ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Share Now:

Kalinga News Beuro

Next Post

ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ କରୋନା ପଜିଟିଭ୍‌ : ୨ ଦିନ କାର୍ଯ୍ୟାଳୟ ବନ୍ଦ

Thu Dec 16 , 2021
ଭୁବନେଶ୍ବର: ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ ଗୁରୁବାର ଦିନ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ପାଇଁ ସମସ୍ତଙ୍କର ଚିନ୍ତା ଥିବା‌ ବେଳେ ଏକକାଳୀନ ଗୋଟିଏ ବିଭାଗର ୧୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଓ ଆସନ୍ତାକାଲି ଅଫିସ୍‌ ବନ୍ଦ ରଖାଯାଇଛି। ଏହି ସମୟ ମଧ୍ୟରେ […]
ଇସ୍ପାତ ଓ ଖଣି ବିଭାଗ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial