ବାହାନଗା ରେଳ ଦୁର୍ଘଟଣା : ‘ବଞ୍ଚିବା ପାଇଁ ଉଦ୍ଧାରକାରୀ କର୍ମଚାରୀଙ୍କ ଗୋଡ଼ ଟାଣି ପକାଇଥିଲି’

ବଞ୍ଚିବା ପାଇଁ ଉଦ୍ଧାରକାରୀଙ୍କ ଗୋଡ଼ ଟାଣି ପକାଇଥିଲି

ଭୁବନେଶ୍ୱର: ଜୁନ ୨ ତାରିଖରେ ବାହାନଗା ଠାରେ ଲୋମଟାଙ୍କୁରା ଦୁର୍ଘଟଣାର ୪ ଦିନ ପରେ ଆଜି ଟ୍ରାକ୍‌ରେ କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍ ଗଡ଼ିଛି। ତେବେ ଏହି ଟ୍ରେନରେ ବସି ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ଅନେକ ଯାତ୍ରୀ ଅଛନ୍ତି ଯେଉଁମାନେ ତାଙ୍କର ସମ୍ପୂର୍ଣ୍ଣ ପରିବାରକୁ ହରାଇ ଦେଇଥିବା ବେଳେ କେହି କେହି ନିଜେ ବି ଏହି ଦୁର୍ଘଟଣାର ଶିକାର ହୋଇ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ପ୍ରତିଦିନ ବିଭିନ୍ନ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସୁଛି। ଏଭଳି ଭୟାବହ ଦୁର୍ଘଟଣାର ଶିକାର ହୋଇଥିବା ରବିନ ନୈୟା କହିଛନ୍ତି, ‘ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ମୋର ଦୁଇଟି ଗୋଡ଼ କଟିଯିବା ପରେ ମୁଁ ବୋଧ ହୁଏ ଅଚେତ ହୋଇପଡ଼ିଥିଲି। ଏହାପରେ ଉଦ୍ଧାରକାରୀ ଦଳ ମୋତେ ମୃତ ଭାବି ସ୍କୁଲ ଘରେ ଭରି ରହିଥିବା ମୃତଦେହ ସହିତ ମୋତେ ବି ରଖି ଦେଇଥିଲେ।
ହଠାତ୍ ମୋର ଚେତା ଫେରିଲା ପରେ ଚାରିଆଡ଼େ କ୍ଷତାକ୍ତ ମୃତଦେହ ପଡ଼ି ମୁଁ ସ୍ଥାଣୁ ପାଲଟି ଯାଇଥିଲି। ଏଭଳି ଅବସ୍ଥାରେ ଚାହଁ କି ବି ମୁଁ ବାହାରି ପାରୁ ନଥାଏ। କାରଣ ମୋର ଦୁଇଟି ଗୋଡ଼ କଟି ଯାଇଥିଲା। ଏହି ସମୟରେ ଉଦ୍ଧାରକାରୀ କର୍ମଚାରୀଙ୍କ ମଧ୍ୟରୁ ଜଣେ ମୋ ପାଖ ଦେଇ ଯାଉଥିବା ଦେଖିବାକୁ ପାଇଥିଲି। ତେଣୁ ମୁଁ ବିକଳରେ ତାଙ୍କ ଗୋଡ଼କୁ ଜାବୁଡ଼ି ଧରିଥିଲି। ସେ ସଙ୍ଗେସଙ୍ଗେ ମୋତେ ମୃତଦେହ ଭିତରୁ ଟାଣି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ମୋର ଚିକିତ୍ସା ମେଦିନିପୁର ମେଡିକାଲ କଲେଜ ହସ୍ପିଟାଲରେ ଜାରି ରହିଛି। ରେଳ ଦୁର୍ଘଟଣାର ଶିକାର ହୋଇଥିବା ବିଶ୍ୱଜିତ ମଲିକଙ୍କ କ୍ଷେତ୍ରରେ ବି ଏମିତି ଏକ ଘଟଣା ଘଟିଥିଲା। ପୁଅର ମୃତ୍ୟୁ ହୋଇଥିବା ଖବର ପାଇ ବାପା ଶବ ନେବାକୁ ଆସିଥିଲେ। ଏହି ସମୟରେ ‌ସେ ଶବାଗାରରୁ ପୁଅ ବିଶ୍ୱଜିତ ମଲିକଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏବେ ତାଙ୍କର ଚିକିତ୍ସା ହସ୍ପିଟାଲରେ ହେଉଛି।

Share Now:

Kalinga News Beuro

Next Post

ତାଇୱାନ୍‌ ସୁରକ୍ଷା ସୀମା ଅତିକ୍ରମ କଲା ଚୀନ୍‌ର ୩୭ ଲଢୁଆ ବିମାନ

Thu Jun 8 , 2023
ତାଇପେଇ: ପ୍ରାୟ ୬ ଘଣ୍ଟା ସମୟ ମଧ୍ୟରେ ତାଇୱାନ୍‌ର ବାୟୁ ସୁରକ୍ଷା ଜୋନ୍‌ ମଧ୍ୟକୁ ୩୦ରୁ ଅଧିକ ଚୀନା ଲଢୁଆ ବିମାନ ପ୍ରବେଶ କରିଥିବା କଥା ଆଜି ଦ୍ଵୀପଦେଶ ତାଇୱାନ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ଉଲ୍ଲେଖଯୋଗ୍ୟ, ସ୍ୱୟଂଶାସିତ ତାଇୱାନ୍‌କୁ ନିଜ ଦେଶର ଅଞ୍ଚଳ ବୋଲି ଘୋଷଣା କରି ଆସୁଥିବା ଚୀନ୍‌ ପ୍ରତିଜ୍ଞା କରିଛି ଯେ, ପ୍ରୟୋଜନ ହେଲେ ବଳ ପ୍ରୟୋଗ କରି ଦିନେ ନା ଦିନେ ତାଇୱାନ୍‌କୁ ଅକ୍ତିଆର କରିବ। […]
ଚୀନା ଲଢୁଆ ବିମାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial