କୋଇଲା ବୋଝେଇ ହାଇୱା ମୁହାଁମୁହିଁ ଧକ୍କା : ଜଣେ ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିଲା

ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ବ୍ରିଜ ନିକଟରେ ଦୁଇଟି କୋଇଲା ବୋଝେଇ ହାଇୱା ମୁହାମୁହିଁ ଧକ୍କା ହୋଇଛି। ଫଳରେ ଗୋଟିଏ ହାଇୱା (ଓଡି ୧୬ଏଫ୍‌-୩୬୧୧) ଡ୍ରାଇଭରଙ୍କ ଗୋଟିଏ ଗୋଡ ଭାଙ୍ଗି ଯାଇ ଷ୍ଟେରିଙ୍ଗରେ ଫସି ରହିଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଅନ୍ୟ ହାଇୱା ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

ବାକି ଦରମା ମାଗିବାରୁ ଯୁବକକୁ ଜୋତା ଚଟାଇଲେ ମହିଳା ବ୍ୟବସାୟୀ

Fri Nov 24 , 2023
ମୋରବି : ଗୁଜରାଟର ମୋରବିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ବ୍ୟବସାୟୀ ଚାକିରିରୁ ବହିଷ୍କୃତ ସେଲ୍ସ ମ୍ୟାନେଜରଙ୍କୁ ଜୋତା ଚାଟିବାକୁ ବାଧ୍ୟ କରିଥିଲେ। ଏପରି ଅନ୍ୟ ୫ ଜଣ ତାଙ୍କୁ ବେଲ୍ଟରେ ଅତି ନିର୍ମମ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର କାରଣ ଆହୁରି ଆଶ୍ଚର୍ଯ୍ୟଜନକ, କାରଣ ସେ କେବଳ ଫୋନ୍ ଏବଂ ମେସେଜ୍ ମାଧ୍ୟମରେ ବକେୟା ଦରମା ୧୨ ହଜାର ଟଙ୍କା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial