ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ : ଭାରତୀୟ ପାଣିପାଗ ବିଭାଗ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ବର : ଆରବ ସାଗରରେ ସୃଷ୍ଟ ଭୀଷଣ ସାମୁଦ୍ରିକ ବାତ୍ୟା ତୌତେ ଭାରତର ପଶ୍ଚିମ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିବାବେଳେ ପୂର୍ବ ପଟେ ଥିବା ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବାର ଲକ୍ଷଣ ଦେଖାଦେଲାଣି। ଖୋଦ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଏ ସମ୍ପର୍କରେ ପୂର୍ବାନୁମାନ ଜାରି କରିଛି। ଆଇଏମଡିର ଏକ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଆସନ୍ତା ୨୩ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ସୃଷ୍ଟି ହେବା ସମ୍ପର୍କରେ ଏବେ ପ୍ରାରମ୍ଭିକ ଆକଳନ କରାଯ଼ାଉଥିବାବେଳେ ଆଗାମୀ ଦୁଇ ତିନିଦିନରେ ଏ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଜଣାପଡ଼ିବ। ଏହି ଲଘୁଚାପ ସୃଷ୍ଟି ହେଲେ ଏହା ପୂର୍ବ ଉପକୂଳରେ ଚଳିତ ବର୍ଷର ପ୍ରଥମ ଲଘୁଚାପ ହେବ। ୨୩ ତାରିଖ ବେଳକୁ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆଣ୍ଡାମାନ ଓ ନିକୋବର ଦ୍ବୀପର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯ଼ିବାକୁ ସତର୍କତା ଜାରି କରାଯ଼ାଇଛି। ସୂଚନାଯ଼ୋଗ୍ୟ ଯ଼େ, ଗତକାଲି ଗୁଜୁରାଟ ଉପକୂଳରେ ଲାଣ୍ଡଫଲ କରିଥିବା ସାମୁଦ୍ରିକ ବାତ୍ୟା ତୌତେ ଗୁଜୁରାଟ ସମେତ ମହାରାଷ୍ଟ୍ର, ଲକ୍ଷଦ୍ବୀପ ଓ ରାଜସ୍ଥାନର କେତେକ ଅଂଚଳରେ ବ୍ୟପକ କ୍ଷୟକ୍ଷତି ଘଟାଇଛି।

Share Now:

Kalinga News Beuro

Next Post

ଲକଡାଉନରେ ମାତିଛନ୍ତି ଠକ : ନକଲି ପରିଚୟ ପତ୍ର ତିଆରି କରି ବନ୍ଧା ହେଲେ ଯୁବକ

Tue May 18 , 2021
ଭୁବନେଶ୍ବର: ଲକଡାଉନରେ ନକଲି ପାସ ତିଆରି କରି ବନ୍ଧା ହେଲେ ଯୁବକ। ଗୋଟିଏ ପାସକୁ ୩ ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଶତାଧିକ ପାସ ଜବତ ହୋଇଛି। ଚନ୍ଦ୍ରଶେଖରପୁର ଥାନା ଡ଼ମଣା ଅଞ୍ଚଳରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ରାଜ୍ୟରେ ସଂକ୍ରମଣ ବ୍ୟାପୁଥିବାରୁ ଏଥିରେ ରୋକ ଲଗାଇବା ପାଇଁ ସରକାର ତାଲାବନ୍ଦ ଘୋଷଣା କରିଛନ୍ତି। ଅମାନିଆ ମାନୁନଥିବାରୁ ପୁଲିସ ପକ୍ଷରୁ ପାସ ବ୍ୟବସ୍ଥା କରାଯାଇଛି। ହେଲେ ଏହି […]
ଲକଡାଉନ୍‌ରେ ବୁଲିବାକୁ ତିଆରି ଚାଲିଥିଲା ଫେକ୍‌ ପାସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial